ETV Bharat / state

ବେଳାଭୂମିରେ ଗଡ଼ିଲା ମୁଣ୍ଡ: ଦୁର୍ଦ୍ଦାନ୍ତ ଅପରାଧୀକୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ, ପୁରୀରେ ସୁରକ୍ଷାବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ - Puri Beach Murder

author img

By ETV Bharat Odisha Team

Published : Aug 14, 2024, 8:05 PM IST

Puri Beach Murder: ପୁରୀ ବେଳାଭୂମିରୁ ଦୁର୍ଦ୍ଦାନ୍ତ ଅପରାଧୀର ମୃତଦେହ ଉଦ୍ଧାର । ମୃତକ ପ୍ରହଲ୍ଲାଦ ଦାସ । ତା ନାଁରେ ଏକାଧିକ ମାମଲା ରହିଛି । ସେପଟେ ଅପରାଧୀକୁ ବିଚ୍‌ରେ ହତ୍ୟା ପରେ ଶ୍ରୀକ୍ଷେତ୍ରରେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଆଇନଜୀବୀ । ପଢନ୍ତୁ ପୂରା ଖବର ।

ପୁରୀ ବେଳାଭୂମିରେ ଗଡ଼ିଲା ମୁଣ୍ଡ
ପୁରୀ ବେଳାଭୂମିରେ ଗଡ଼ିଲା ମୁଣ୍ଡ (ETV Bharat Odisha)

ପୁରୀ: ରକ୍ତରଞ୍ଜିତ ହେଲା ବେଳାଭୂମି ! ଦୁର୍ଦ୍ଦାନ୍ତ ଅପରାଧୀକୁ ବୀଭତ୍ସ ହତ୍ୟା । ହତ୍ୟା କରି ବେଳାଭୂମିରେ ଫୋପାଡି ଦେଲେ ଦୁର୍ବୃତ୍ତ । ମୃତକ ହେଲା ପ୍ରହଲ୍ଲାଦ ଦାସ ଓରଫ ବାପିନା । ତା’ ଘର ବାଲେଶ୍ବର ଜିଲ୍ଳା ସୋର ଥାନା ଅନ୍ତର୍ଗତ ଯୋଡ଼ା ଆମ୍ବ ବୋଲି ଜଣାପଡିଛି । ତେବେ ଆଜି(ବୁଧବାର) ପୁରୀ ବଳିଆପଣ୍ଡା ଥାନା ଅଧିନ ସମୁଦ୍ର କୂଳରୁ ମିଳିଛି ବାପିନାର କ୍ଷତାକ୍ତ ମୃତଦେହ । ଖବର ପାଇ ଘଟଣାସ୍ଥଳରେ ବଳିଆ ପଣ୍ଡା ଥାନା ପୋଲିସ ସହ ଅତିରିକ୍ତ ଏସପି ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ସେପଟେ ବାପିନାର ହତ୍ୟା ପରେ ଧର୍ମକ୍ଷେତ୍ର ପୁରୀର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।

ମୃତଦେହ ଜବତ କରି ପୋଲିସର ଛାନଭିନ:

ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଘଟଣାସ୍ଥଳରୁ ମୋବାଇଲ୍ ଫୋନ୍, ଏକାଧିକ ଏଟିଏମ୍ କାର୍ଡ, ସିମ୍ ମଧ୍ୟ ଜବତ କରିଛି। ବାପିନାର ମୁଣ୍ଡ, ବାମ ପାର୍ଶ୍ଵ ଆଖି ଓ କାନକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ତେବେ କିଏ ଏବଂ କାହିଁକି ବାପିନାକୁ ଅତି ନିର୍ମମ ଭାବେ ହତ୍ୟା କଲା ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ମୃତ ପ୍ରହଲ୍ଲାଦ ଓରଫ ବାପିନା ନାଁରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଅଛି ।

ବାପିନା ନାଁରେ ରହିଛି ସଙ୍ଗୀନ ମାମଲା:

ଏହି ହତ୍ୟା ଘଟଣାକୁ ନେଇ ପୁରୀ ଏସ୍ପି ପିନାକ ମିଶ୍ର କହିଛନ୍ତି, ‘ପ୍ରାଥମିକ ତଦନ୍ତକୁ ଭିତ୍ତି କରି ଏନେଇ ଏକ ହତ୍ୟା ମାମଲା ରୁଜୁ କରିଛୁ। ବରିଷ୍ଠ ପୋଲିସ୍ ଅଧିକାରି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡୁଛି ମୃତ ବାପିନା ନାମରେ ବାଲେଶ୍ଵରରେ ବିଭିନ୍ନ ଥାନାରେ ସଙ୍ଗୀନ ମାମଲା ରହିଛି। ଏହି ଘଟଣାକୁ ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ଦିଗକୁ ତଦନ୍ତ କରାଯାଉଛି । ତେବେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଛି। ଖୁବଶୀଘ୍ର ପୋଲିସ୍ ଏହି ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିବ ।’

ଏହା ମଧ୍ୟ ପଢନ୍ତୁ: ପ୍ରେମ ରାସ୍ତାରେ ପଶି ଆସିଲା ସନ୍ଦେହ, ପ୍ରେମିକା ଓ ସାଙ୍ଗକୁ ରାସ୍ତାରୁ ହଟାଇ ଦେଲା ପ୍ରେମିକ

‘ଅପରାଧୀଙ୍କ ପାଇଁ ସୁରକ୍ଷା ସ୍ଥାନ ପାଲଟିଛି ପୁରୀ’

ସେପଟେ ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ସହରର ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ। ସେ କହିଛନ୍ତି, ‘ଅପରାଧୀଙ୍କ ପାଇଁ ପୁରୀ ଏବେ ଏକ ସୁରକ୍ଷା ସ୍ଥାନ ପାଲଟି ଯାଇଛି। ମୁକୁଳା ସମୁଦ୍ର କୂଳ, ପାଖରେ ଥିବା ଜଙ୍ଗଲ ଅପରାଧୀଙ୍କୁ ସୁହାଉଛି। ତେବେ ଦୁର୍ଭାଗ୍ୟର ବିଷୟ ନା ସମୁଦ୍ର କୂଳ ନା ପୁରୀ ସହରର ପ୍ରବେଶ ରାସ୍ତା, ସମ୍ବେଦନ ସ୍ଥଳୀରେ ସିସିଟିଭି ରହିଛି । ପୂର୍ବରୁ ଯାହା ଥିଲା ତାହା ଫନି ବାତ୍ୟା ପର ଠାରୁ ସମ୍ପୂର୍ଣ୍ଣ ଅଚଳ ହୋଇ ଯାଇଛି । ଫଳରେ ଅପରାଧୀ ମାନେ ଅପରାଧ ଘଟାଇ ଖସି ଯିବାରେ ସକ୍ଷମ ହେଉଛନ୍ତି । କେବଳ ସେତିକି ସମୁଦ୍ର କୂଳର ଅନେକ ଅଞ୍ଚଳ ସହିତ ପୁରୀ ସହରକୁ ସଂଯୋଗ କରୁଥିବା ଅନେକ ରାସ୍ତା ଏବେ ଅନ୍ଧାର ରେ ଅଛି । ଷ୍ଟ୍ରୀଟ୍ ଲାଇଟର ବ୍ୟବସ୍ଥା ନାହିଁ । ଅନ୍ଧାରର ସୁଯୋଗ ନେଇ ଅନେକ ଅପରାଧୀ ଅପରାଧ ଘଟାଇ ଖସି ଯାଉଛନ୍ତି । ଏଣୁ ରାତିରେ ପୁରୀ ସମୁଦ୍ର କୂଳ ସହିତ ମୁଖ୍ୟ ରାସ୍ତା ରେ ଉଜ୍ବଳ ଆଲୋକ ବ୍ୟବସ୍ଥା, ସିସିଟିଭି ବ୍ୟବସ୍ଥା ସହ ରାତିରେ ପୋଲିସ୍ ପାଟ୍ରୋଲିଂ ରହିଲେ ଅପରାଧୀଙ୍କ ଆତଙ୍କରାଜ ଉପରେ ଲଗାମ ଲାଗିବ।’

ପୁରୀ ପ୍ରବେଶ ପଥରେ ଲଗାଯାଉ CCTV:

ଯୁବ ଆଇନଜୀବୀ ଅନିଲ କୁମାର ସାହୁ କହିଛନ୍ତି, ‘ଲୋକଙ୍କ ସେବାରେ ପୋଲିସ୍ ଥିବା କଥା କହୁଥିବା ବେଳେ ପୁରୀରେ ରାତିରେ 10ଟା ପରେ ପୋଲିସ ଉପସ୍ଥିତି ରହୁନାହିଁ। ବଡଦାଣ୍ଡର ମେଡ଼ିକାଲ ଛକରେ ରାତି 10 ଟା ପରେ ପୋଲିସର ଦେଖାନାହିଁ। ଏହା ଦ୍ବାରା ଅନେକ ଅସାମାଜିକ ଲୋକ ପ୍ରବେଶ କରୁଛନ୍ତି। ଏଣୁ ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ପୁରୀ ସହରରେ 24 ଘଣ୍ଟିଆ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉ । ପୁରୀର ପ୍ରବେଶ ପଥ ଗୁଡିକ ରେ ସିସିଟିଭି ଲଗାଯାଇ ରାତିରେ ସହରକୁ ପ୍ରବେଶ କରୁଥିବା ଗାଡ଼ିକୁ କଡ଼ାକଡ଼ି ଯାଞ୍ଚ ହେବା ଦରକାର। ଲୋକଙ୍କ ଧନ ଜୀବନ ସୁରକ୍ଷା ପୋଲିସର ପ୍ରାଥମିକ କାର୍ଯ୍ୟ। ବେଳାଭୂମିରେ ହତ୍ୟାକାଣ୍ଡ ପର୍ଯ୍ୟଟକଙ୍କ ଭିତରେ ଭୟ ସୃଷ୍ଟି କରିବ। ଏଣୁ ପୋଲିସ୍ ସହରର ସୁରକ୍ଷା ବ୍ୟବସ୍ଥା କଡାକଡି କରୁ। ଅନ୍ଧକାର ଥିବା ସ୍ଥାନକୁ ଆଲୋକିତ କରାଯିବା ସହ ସିସିଟିଭି ସହରରେ ଲଗାଯାଉ ।’

ଏହା ମଧ୍ୟ ପଢନ୍ତୁ: ଆପାର୍ଟମେଣ୍ଟ ପାର୍କିଂ ବିବାଦ ଗଡାଇଥିଲେ ମୁଣ୍ଡ, ପୋଲିସ ହାତରେ ଦୁଇ ଅଭିଯୁକ୍ତ

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.