ETV Bharat / state

ବାଣ ବିସ୍ଫୋରଣ ଘଟଣା, ଦ୍ବିତୀୟ ପର୍ଯ୍ୟାୟରେ ପୀଡିତଙ୍କ ଅଭିଯୋଗ ଶୁଣିଲା ପ୍ରଶାସନ - PURI CRACKER BLAST

author img

By ETV Bharat Odisha Team

Published : Jun 7, 2024, 10:00 PM IST

Updated : Jun 7, 2024, 10:07 PM IST

PURI CRACKERS BLAST INCIDENT: ପୁରୀ ବାଣ ବିସ୍ଫୋରଣ ଘଟଣାର ଦ୍ବିତୀୟ ପର୍ଯ୍ୟାୟ ଅଭିଯୋଗ ଶୁଣାଣି । ପୀଡ଼ିତ ପରିବାରଙ୍କ ଅଭିଯୋଗ ଶୁଣାଣିଲେ ଏସଆରସି ସତ୍ୟବ୍ରତ ସାହୁ । ଅଧିକ ପଢନ୍ତୁ

SRC HOLDS A GRIEVANCE PROGRAMME
SRC HOLDS A GRIEVANCE PROGRAMME (ETV Bharat Odisha)

ପୁରୀ: ବାଣ ବିସ୍ଫୋରଣ ଘଟଣାର ଦ୍ବିତୀୟ ପର୍ଯ୍ୟାୟ ଅଭିଯୋଗ ଶୁଣାଣି । ଆଜି ସ୍ବତନ୍ତ୍ର ସର୍କିଟ ହାଉସରେ ବାଣ ବିସ୍ଫୋରଣ ଘଟଣାର ଦ୍ବିତୀୟ ପର୍ଯ୍ୟାୟ ଅଭିଯୋଗ ଶୁଣାଣି କରିଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ବାଣ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ରହି ଏସଆରସିଙ୍କୁ ନିଜ ନିଜର ଅଭିଯୋଗ ଏବଂ ଦାବି ଉପସ୍ଥାପନ କରିଥିଲେ ।

ପୀଡିତଙ୍କ ଅଭିଯୋଗ ଶୁଣିଲା ପ୍ରଶାସନ (ETV Bharat Odisha)

ବିଶେଷ କରି ଆହତଙ୍କୁ ଉପଯୁକ୍ତ ଓ ଉନ୍ନତମାନର ଚିକିତ୍ସା, ମୃତ ବ୍ୟକ୍ତିଙ୍କ ପରିବାରକୁ ପର୍ଯ୍ୟାପ୍ତ ଆର୍ଥିକ ପ୍ୟାକେଜ ସହ ଏହି ଅଘଟଣ ପଛରେ ଅବହେଳା କରିଥିବା ସରକାରୀ ଅଧିକାରୀ ଏବଂ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରାଯାଇଥିଲା । ଘଟଣା ଦିନ ଡ୍ୟୁଟିରେ ଥିବା ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ଏସଆରସି ସତ୍ୟବ୍ରତ ସାହୁ ଡକାଇ ଘଟଣା ଦିନର ସ୍ଥିତି ଏବଂ କ'ଣ ପାଇଁ ଏଭଳି ଅବହେଳା ହେଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ । ସମସ୍ତ ଅଭିଯୋଗ ଏସଆରସି ଶୁଣିଥିବା ବେଳେ ଖୁବଶୀଘ୍ର ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା ରଖିଛନ୍ତି ଅଭିଯୋଗକାରୀ ।

ଗତ ୨୯ ତାରିଖ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ତଥା ଭଉଁରୀ ଉତ୍ସବ ଦିନ ସନ୍ଧ୍ୟାରେ ନରେନ୍ଦ୍ର ପୁଷ୍କରିଣୀ ପରିସରରେ ପ୍ରଚଣ୍ଡ ବାଣ ବିସ୍ଫୋରଣ ହୋଇ ୩୬ ଜଣ ଆହତ ହୋଇଥିଲେ । ସେଥିମଧ୍ୟରୁ 16 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟମାନେ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ କିଛି ବ୍ୟକ୍ତି ବେଆଇନ୍ ଭାବେ ଜିଲ୍ଲା ପ୍ରଶାସନର ଅନୁମତି ନନେଇ ଦେବୀ ଘାଟ ନିକଟ ନରେନ୍ଦ୍ର ପୁଷ୍କରିଣୀ ପରିସରରେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖିଥିଲେ । ବାଣ ଫୁଟା ସମୟରେ ବାଣରୁ ଝୁଲ ପଡି ଗଚ୍ଛିତ ଥିବା ଅନ୍ୟ ବାଣରେ ନିଆଁ ଲାଗି ଯିବାରୁ ବଡ଼ ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ବାଣ ନିଆଁରେ ପୋଡିଯାଇ ଗୁରୁତର ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ .......ପୁରୀ ବାଣ ବିସ୍ଫୋରଣ ଘଟଣା; ଅଭିଯୋଗ ଶୁଣାଣି କଲେ Src, ପୋଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡ଼ିତ ପରିବାର - Puri Crackers Blast Incident

ତେବେ ଆହତମାନଙ୍କୁ ସଠିକ୍ ସମୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାରେ ବିଳମ୍ବ ହେବା, ସଠିକ୍ ସମୟରେ ଆମ୍ବୁଲାନ୍ସ ନମିଳିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ନ୍ ୟୁନିଟ୍ ନଥିବାରୁ ପ୍ରାଥମିକ ଚିକିତ୍ସା ନପାଇ ଅନେକ ଗୁରୁତର ବ୍ୟକ୍ତି ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା ।ଏହି ଘଟଣାରେ ପାଞ୍ଚଜଣ ବାଣ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଘଣ୍ଟ ଘୋଡ଼ାଉ ଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତେଣୁ ଏସଆରସି ଏହି ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତକଙ୍କ ପରିବାର ଦାବି କରିଛନ୍ତି ।

ବାଣ ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ଏସଆରସିଙ୍କୁ ରାଜ୍ୟ ସରକାର ଦାୟିତ୍ଵ ଦେଇଥିବା ବେଳେ ଦୁଇଟି ପର୍ଯ୍ୟାୟରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି । ତେବେ ଘଟଣାର ସଠିକ୍ ତଦନ୍ତ ହୋଇ ଦୋଷୀ ଅଧିକାରୀ ଏବଂ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମସ୍ତଙ୍କର ଆଶା ରହିଛି ।

ଇଟିଭି ଭାରତ,ପୁରୀ

Last Updated : Jun 7, 2024, 10:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.