ETV Bharat / state

ସରିଲା ବିଶ୍ବନିଅନ୍ତାଙ୍କ ବାହୁଡା ଯାତ୍ରା; ସିଂହଦ୍ବାର ଆଗରେ ଲାଗିଲା ତିନି ରଥ - Bahuda Yatra 2024

author img

By ETV Bharat Odisha Team

Published : Jul 15, 2024, 8:04 AM IST

Updated : Jul 15, 2024, 9:00 PM IST

Bahuda Yatra 2024
Bahuda Yatra 2024 (ETV BHARAT ODISHA)

ପୁରୀ: ନବମ୍ୟା ବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ । ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା ଆଜି ବିଶ୍ବନିଅନ୍ତାଙ୍କ ବାହୁଡା ଯାତ୍ରା । ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀରେ ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀବିଗ୍ରହ । ରଥ ପଥ ସବୁ ପ୍ରସ୍ତୁତ । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରରେ ଦାରୁବ୍ରହ୍ମଙ୍କ ଅପେକ୍ଷାରେ ରହିଛନ୍ତି ତିନି ରଥ । ଶ୍ରୀବିଗ୍ରହ ଆଡପମଣ୍ଡପରୁ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିବେ । ବାହୁଡା ଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲରେ ସାଜସଜ୍ଜା କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନାଇ ବସିଛନ୍ତି ଭକ୍ତ ଗଣ । ଆଜି ଜନସମୁଦ୍ର ପାଲଟିବ ପୁରୀ ସହର ।

LIVE FEED

8:58 PM, 15 Jul 2024 (IST)

ବଡ଼ ଦେଉଳରେ ଲାଗିଲା ତିନି ରଥ

ଶେଷ ହେଲା ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା । ବଡ଼ଦେଉଳରେ ଲାଗିଲା ତିନି ରଥ । ଭକ୍ତି ଓ ଭାବରେ ବୁଡ଼ିଲା ଶ୍ରୀକ୍ଷେତ୍ର । ତିନି ରଥ ସିଂହଦ୍ବାର ନିକଟରେ ଲାଗିବା ପରେ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ପୁରା ପରିବେଶ । ଦିନକ ପରେ ଅର୍ଥାତ ବୁଧବାର ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ସୁନା ଅଳଙ୍କାର ପିନ୍ଧି ଝଲସିବେ ଶ୍ରୀଜିଉ । ପ୍ରତି ବର୍ଷ ବାହୁଡ଼ା ପରଦିନ ସୁନାବେଶ ହୋଇଥାଏ । କିନ୍ତୁ ଚଳିତବର୍ଷ ବାହୁଡ଼ାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଆଡପ ପହଣ୍ଡି ବିଜେ ଅଘଟଣ ପରେ ରଥଯାତ୍ରାର ବାକିଥିବା ନୀତିକୁ ଶୃଙ୍ଖଳିତ କରିବା ଦିଗରେ ବିଶେଷ ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର । ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ରହିଛି ।

ବଡ଼ ଦେଉଳରେ ଲାଗିଲା ତିନି ରଥ
ବଡ଼ ଦେଉଳରେ ଲାଗିଲା ତିନି ରଥ (ETV Bharat Odisha)

7:08 PM, 15 Jul 2024 (IST)

ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ

ଜଗନ୍ନାଥ ମହାପ୍ରଭୁଙ୍କ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଛି । ଜଗନ୍ନାଥ ଶ୍ରୀମନ୍ଦିର ଫେରିଛନ୍ତି ବୋଲି ଦେଖିଲେ ମହାଲକ୍ଷ୍ମୀ । ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାରରେ ବେଶ କରାଇ ସାତ ପାହଚ ଦ୍ଵାରଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ । ପାଲିଙ୍କି ଆନନ୍ଦବଜାରସ୍ଥିତ ଚାହାଣୀ ମଣ୍ଡପକୁ ନିଆଯାଇଥିଲା । ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇବା ପରେ ଉକ୍ତ ପାଲିଙ୍କି ନନ୍ଦିଘୋଷ ରଥରେ ବିରାଜମାନ କରିଥିବା ଜଗନ୍ନାଥଙ୍କ ରଥ ନିକଟରେ ପହଞ୍ଚିଛନ୍ତି । ଶ୍ରୀନଅର ସିଂହଦ୍ଵାରରେ ଗଜପତି ମହାରାଜା ଉପସ୍ଥିତ ଅଛନ୍ତି । ଦହିପଟି ମଣୋହି ପରେ ଗଜପତିଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଜଗନ୍ନାଥଙ୍କ ସହିତ ଭେଟ ହୋଇଛନ୍ତି । ଏହାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବେ । ଏହାସହିତ ଶ୍ରୀନଅରଠାରୁ ନନ୍ଦିଘୋଷ ଟଣା ଯାଇ ସିଂହଦ୍ଵାରଠାରେ ରଖାଯିବ । ଏହି ନୀତିରେ ଭିତରଚ୍ଛ, ପତି ମହାପାତ୍ର, ଗରାବଡୁ, ବିମାନବଡୁ, ମହାଜନ, ବଜନ୍ତରୀ ପ୍ରମୁଖ ସେବକମାନେ ଉପସ୍ଥିତ ରହିବାର ପରମ୍ପରା ରହିଛି ।

6:52 PM, 15 Jul 2024 (IST)

ସିଂହଦ୍ବାର ନିକଟରେ ଲାଗିଲା ତାଳଧ୍ବଜ ଓ ଦର୍ପଦଳନ ରଥ

ଶ୍ରୀମନ୍ଦିର ନିକଟରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ପ୍ରଥମେ ବଡ଼ଦେଉଳରେ ବଡ଼ ଠାକୁରଙ୍କ ରଥ ଲାଗିଥିଲା । ଏହା ପରେ ପରେ ସାନ ଭଉଣୀ ସୁଭଦ୍ରାଙ୍କ ରଥ ପହଞ୍ଚିଛି । ଆଉ କିଛି ସମୟ ପରେ ଗହଳି ନେଇ ଆସୁଥିବା ନନ୍ଦିଘୋଷ ରଥ ସିଂହଦ୍ବାର ନିକଟରେ ଲାଗିବ ।

ସିଂହଦ୍ବାର ନିକଟରେ ଲାଗିଲା ତାଳଧ୍ବଜ ଓ ଦର୍ପଦଳନ ରଥ (ETV Bharat Odisha)

6:08 PM, 15 Jul 2024 (IST)

ଦିଶିଲାଣି ଶ୍ରୀମନ୍ଦିର

ବଡ଼ଦେଉଳ ଅଭିମୁଖେ ବେଗେ ବେଗେ ଗଡ଼ି ଚାଲିଛି ତିନି ରଥ । ଏପଟେ ଦିଶିଲାଣି ଶ୍ରୀମନ୍ଦିର । ଆଉ କିଛି ସମୟ ମଧ୍ୟରେ ସିଂହଦ୍ବାର ନିକଟରେ ତିନି ରଥ ଲାଗିବ । ବାହୁଡ଼ା ଯାତ୍ରାରେ ସଅଳ ପହଣ୍ଡି ଆରମ୍ଭ ହୋଇଥିବା ବେଳେ ଆଉ କିଛି ସମୟ ମଧ୍ୟରେ ଶ୍ରୀମନ୍ଦିର ନିକଟରେ ଲାଗିବ ତିନି ରଥ ।

5:44 PM, 15 Jul 2024 (IST)

ମାଉସୀ ମା' ହାତରୁ ପୋଡ଼ ପିଠା ଖାଇଲେ ଭାଇ ଭଉଣୀ

ଫେରିବା ବାଟରେ ମାଉସୀ ମା' ହାତରୁ ପୋଡ଼ ପିଠା ଖାଇଲେ ଭାଇ ଭଉଣୀ । ତିନି ଦିଅଁଙ୍କ ପୋଡ଼ ପିଠା ଲାଗି ହେବା ପରେ ଅଜଣା ସୁଗନ୍ଧରେ ମହକିଲା ମାଉସୀ ମା' ମନ୍ଦିର ପରିସର । ଏହାପରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ରଥ ।

5:16 PM, 15 Jul 2024 (IST)

ମାଉସୀ ମା' ମନ୍ଦିର ନିକଟରେ ଅଟକିଲା ରଥ

ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ମା' ମନ୍ଦିର ନିକଟରେ ଅଟକିଲା ରଥ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଦେବୀ ଅର୍ଦ୍ଧାଶିନୀଙ୍କ ମନ୍ଦିର ନିକଟରେ ଅଟକିଛି । ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ ପୋଡ଼ପିଠା ଖିଆ ନୀତି । ବଡଦାଣ୍ଡ ମଧ୍ୟ ଭାଗରେ ବଳଗଣ୍ଡି ଛକ । ଏଇଠି ରହିଥାଏ ମାଉସୀ ମା' ମନ୍ଦିର । ସମୁଦ୍ରର ପ୍ରଳୟ କାଳରେ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବା ଅର୍ଦ୍ଧାସନୀ ବା ଅର୍ଦ୍ଧଶୋଷଣୀଙ୍କୁ ସମସ୍ତ ଦେବାଦେବୀ ମାତୃ ରୂପରେ ଗ୍ରହଣ କରିଛନ୍ତି । ଏଣୁ ଦେବୀ ଅର୍ଦ୍ଧାଶିନୀ ଜଗତର ନାଥ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମାଉସୀ ରୂପେ ପରିଚିତ । ବାହୁଡା ସମୟରେ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଥିବା କାଳିଆ ସୁନା ମାଉସୀ ମା' ହାତରୁ ପୋଡ ପିଠା ଖାଇ ଫେରିଥାଏ । ଏଥିପାଇଁ ପ୍ରସ୍ତୁତ ହୋଇଛି ସୁଆଦିଆ ପୋଡ଼ପିଠା ।

ପୋଡ଼ପିଠା ଖାଇବେ ଶ୍ରୀଜିଉ
ପୋଡ଼ପିଠା ଖାଇବେ ଶ୍ରୀଜିଉ (ETV Bharat Odisha)

4:50 PM, 15 Jul 2024 (IST)

ପଛରେ ଗହଳି ଲଗେଇ ଗଡୁଛି ନନ୍ଦିଘୋଷ

ଶ୍ରୀମନ୍ଦିର ଅଭିମୁଖେ ବେଗେ ବେଗେ ଗଡୁଛି ରଥ । ଆଗରେ ଚାଲିଛନ୍ତି ବଳଭଦ୍ର । ମଝିରେ ଦେବୀ ସୁଭଦ୍ରା । ଶେଷରେ ଗହଳି ଲଗେଇ ବଡ଼ ଦେଉଳ ଅଭିମୁଖେ ଗଡୁଛି ନନ୍ଦିଘୋଷ । ଭକ୍ତମାନେ ଅତି ଭକ୍ତି ଭାବନା, ସମର୍ପଣ ଭାବନା ସହିତ ତିନି ରଥକୁ ସିଂହଦ୍ବାର ନିକଟକୁ ଟାଣି ନେଉଛନ୍ତି । ସେପଟେ ବଡ଼ ଦେଉଳ ଚାହିଁ ରହିଛି ତିନି ଦିଅଁକୁ । ଦୀର୍ଘ 9 ଦିନ ପରେ ଶ୍ରୀବିଗ୍ରହଙ୍କ ଦର୍ଶନ ମିଳିବ । ବଡ଼ଦାଣ୍ଡରେ ଲୀଳାଖେଳା ସାରି ଆଉ କିଛି ଦିନ ପରେ ରତ୍ନ ସିଂହାସନରେ ବିରାଜିବେ ଭାଇ ଭଉଣୀ ।

ପଛରେ ଗହଳି ଲଗେଇ ଗଡୁଛି ନନ୍ଦିଘୋଷ
ପଛରେ ଗହଳି ଲଗେଇ ଗଡୁଛି ନନ୍ଦିଘୋଷ (DD)

4:15 PM, 15 Jul 2024 (IST)

ଶରଧାବାଲିରୁ ଗଡ଼ିଲା ଦର୍ପଦଳନ ଓ ନନ୍ଦିଘୋଷ

ବଡ଼ ଭାଇଙ୍କ ପରେ ପରେ ଗଡିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ପରିବେଶ । ଶ୍ରୀମନ୍ଦିର ଅଭିମୁଖେ ତିନି ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ ।

ଗଡ଼ିଲା ଦର୍ପଦଳନ ଓ ନନ୍ଦିଘୋଷ
ଗଡ଼ିଲା ଦର୍ପଦଳନ ଓ ନନ୍ଦିଘୋଷ (DD)

3:33 PM, 15 Jul 2024 (IST)

ଆରମ୍ଭ ହେଲା ରଥଟଣା, ବଡ଼ ଦେଉଳ ଅଭିମୁଖେ ବାହାରିଲେ ବଡ଼ ଭାଇ

ଛେରା ପହଁରା ନୀତି ସମାପନ ପରେ ଆରମ୍ଭ ହୋଇଛି ରଥଟଣା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟାଣି ନେଉଛନ୍ତି ଭକ୍ତ । ଘଣ୍ଟଘଣ୍ଟା ଓ କାହାଳି ନାଦରେ କମ୍ପୁଛି ଶ୍ରୀମନ୍ଦିର । ନବ ଦିନାତ୍ମକ ଯାତ୍ରା ପରେ ବଡ଼ ଦେଉଳ ଫେରୁଛନ୍ତି ଭାଇ ଭଉଣୀ । ତିନି ଦିଅଁଙ୍କ ଆଗମନରେ ଖୁସିରେ ଝୁମୁଛି ଶ୍ରୀମନ୍ଦିର ।

ଘର୍‌ ଘର୍‌ ଗଡ଼ିଲା ତାଳଧ୍ବଜ
ଘର୍‌ ଘର୍‌ ଗଡ଼ିଲା ତାଳଧ୍ବଜ (DD)

3:24 PM, 15 Jul 2024 (IST)

ସରିଲା ଛେରା ପହଁରା, ଶ୍ରୀନଅର ଫେରିଲେ ଗଜପତି

ଛେରା ପହଁରା ନୀତି ଶେଷ କରିବା ପରେ ଶ୍ରୀନଅର ଫେରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗଜପତି ମହାରାଜା ସେବାରେ ଉଲ୍ଲେଖ ଥିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଓ ମର୍ଯ୍ୟାଦାଜନକ ସେବା ହେଉଛି ତିନିରଥ ଉପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା । ସତ୍ତ୍ବଲିପି ଅନୁସାରେ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବାହୁଡ଼ାଯାତ୍ରାରେ ଶ୍ରୀଜିଉମାନେ ରଥଉପରେ ବିଜେ ହେବା ପରେ ଗଜପତି ମହାରାଜା ଶ୍ରୀନଅରରୁ ପଟୁଆରରେ ଆସି ଛେରାପହଁରା କରନ୍ତି ।

ସରିଲା ଛେରାପହଁରା ନୀତି
ସରିଲା ଛେରାପହଁରା ନୀତି (X)

3:21 PM, 15 Jul 2024 (IST)

ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରା ପହଁରା ନୀତି କରୁଛନ୍ତି ଗଜପତି

ଦେବୀ ସୁଭଦ୍ରାଙ୍କ ରଥରେ ଚାଲିଛି ଛେରା ପହଁରା ଶେଷ କରିବା ପରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ରଥରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି କରୁଛନ୍ତି ।

3:06 PM, 15 Jul 2024 (IST)

ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ରଥରେ ଚାଲିଛି ଛେରା ପହଁରା

ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଚାଲିଛି ଛେରା ପହଁରା ନୀତି । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଛେରା ପହଁରା ସେବା କରୁଛନ୍ତି ।

ଦେବୀ ସୁଭଦ୍ରାଙ୍କ ରଥରେ ଛେରା ପହଁରା ନୀତି
ଦେବୀ ସୁଭଦ୍ରାଙ୍କ ରଥରେ ଛେରା ପହଁରା ନୀତି (X)

2:23 PM, 15 Jul 2024 (IST)

ପୁରୀ: ତିନି ରଥରେ ଆରମ୍ଭ ହେଲା ଛେରାପହଁରା ନୀତି । ରଥକୁ ଆସି ଛେରା ପହଁରା କରୁଛନ୍ତି ଗଜପତି ମହାରାଜା । ରଥରେ ବସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ପ୍ରଥମେ ଧାଡି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ରଥରେ ବିଜେ କରିବା ପରେ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା ।

Bahuda Yatra 2024
Bahuda Yatra 2024 (ETV BHARAT ODISHA)

1:10 PM, 15 Jul 2024 (IST)

ପୁରୀ: ସରିଲା ତିନି ଠାକୁରଙ୍କ ପହଣ୍ଡି ବିଜେ । ରଥାରୂଢ ଦାରୁବ୍ରହ୍ମ । ରଥରେ ବସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ପ୍ରଥମେ ଧାଡି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ରଥରେ ବିଜେ କରିବା ପରେ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଝୁଲି ଝୁଲି ଆସି କାଳିଆ ରଥରେ ବିଜେ କରିଥିଲା ।

Bahuda Yatra 2024
Bahuda Yatra 2024 (ETV BHARAT ODISHA)

12:22 PM, 15 Jul 2024 (IST)

ପୁରୀ: ଆରମ୍ଭ ହେଲା କାଳିଆ ସାଆନ୍ତେଙ୍କ ବାହୁଡା ପହଣ୍ଡି । ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି । ଝୁଲି ଝୁଲି ଧାଡି ପହଣ୍ଡିରେ ଆସୁଛି କାଳିଆ । ବାଙ୍କ ଚାହାଣିରେ ଭକ୍ତଙ୍କୁ ଦେଖୁଛି । ଜଗାକୁ ଦେଖି ଆତ୍ମବିଭୋର ଭକ୍ତ ।

11:52 AM, 15 Jul 2024 (IST)

ଦେବୀ ସୁଭଦ୍ରାଙ୍କ ବାହୁଡା ପହଣ୍ଡି

ପୁରୀ: ଆରମ୍ଭ ହେଲା ଦେବୀ ସୁଭଦ୍ରାଙ୍କ ବାହୁଡା ପହଣ୍ଡି । ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ରଙ୍କ ପରେ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି । ନିର୍ଦ୍ଧାରତି ସମୟ ପୂର୍ବରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବାହୁଡା ପହଣ୍ଡି ବିଜେ ।

Bahuda Yatra 2024
Bahuda Yatra 2024 (ETV BHARAT ODISHA)

11:29 AM, 15 Jul 2024 (IST)

ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ

ପୁରୀ: ଆରମ୍ଭ ହେଲା ବଡ ଠାକୁର ବଳଭଦ୍ରଙ୍କ ବାହୁଡା ପହଣ୍ଡି । ଚକ୍ରରାଜ ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ମୁଣ୍ଡରେ ଟାହିଆ ଲଗାଇ ଝୁଲି ଝୁଲି ଧାଡି ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର । ନିର୍ଦ୍ଧାରତି ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି ।

Bahuda Yatra 2024
Bahuda Yatra 2024 (ETV BHARAT ODISHA)

11:10 AM, 15 Jul 2024 (IST)

ବାହୁଡା ପହଣ୍ଡି ଆରମ୍ଭ, ଧାଡି ପହଣ୍ଡିରେ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ

ପୁରୀ: ନିର୍ଦ୍ଧାରତି ସମୟ ପୂର୍ବରୁ ଆରମ୍ଭ ହେଲା ଶ୍ରୀଜିଉଙ୍କ ବାହୁଡା ପହଣ୍ଡି ବିଜେ । ଚକ୍ରରାଜ ସୁଦର୍ଶନ ପହଣ୍ଡି ବିଜେ କରୁଛନ୍ତି । ଧାଡି ପହଣ୍ଡିରେ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରିବେ ସୁଦର୍ଶନ । ଏହାପରେ ମଦନ ମୋହନ ଧାଡି ପହଣ୍ଡିରେ ଆସିବେ ।

10:11 AM, 15 Jul 2024 (IST)

ତିନି ରଥକୁ ବିଜେ ହେଲା ଆଜ୍ଞାମାଳ

ପୁରୀ: ତିନି ରଥକୁ ବିଜେ ହେଲା ଆଜ୍ଞାମାଳ । ୧୨ଟାରୁ ଆରମ୍ଭ ହୋଇଯିବ ପହଣ୍ଡି ବିଜେ । ଶ୍ରୀଜିଉ ରଥାରୂଢ ହେବା ପରେ ଛେରାପହଁରା ନୀତି ହେବ । ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ । ଖେଚେଡି ଭୋଗ ଖାଇ ବାହୁଡା ଯାତ୍ରାରେ ବାହାରିବେ ମହାପ୍ରଭୁ । ଭୋରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି , ମଇଲମ , ତଡପଲାଗି , ଅବକାଶ, ସୂର୍ଯ୍ୟପୂଜା , ଦ୍ବାରପାଳ ପୂଜା କରାଯାଇଥିଲା ।

Bahuda Yatra 2024
Bahuda Yatra 2024 (@IPR_Odisha)

10:09 AM, 15 Jul 2024 (IST)

ପୋଠ ପିଠା ଖାଇବ କାଳିଆ

ପୁରୀ: କାଳିଆ ଠାକୁରର ଭାରି ପ୍ରିୟ ପୋଡପିଠା । ଖାଇବା ଶେଷରେ ପୋଡ଼ପିଠା ପରଷି ଦିଅନ୍ତି ମା’ ଲକ୍ଷ୍ମୀ ଠାକୁରାଣୀ । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ବେଳେ ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ ବିଶ୍ବ ନିୟନ୍ତା ।ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ଏହି କ୍ରମରେ ରଥଯାତ୍ରାରେ ମହାପ୍ରଭୁ କାଳିଆ ଠାକୁର ନିଜ ଜନ୍ମସ୍ଥାନ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି । ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବେ । ଏହି ପରମ୍ପରା
କାହିଁ କେଉଁ ଯୁଗରୁ ରହିଆସିଛି । ଏଥିପାଇଁ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ପିଠା ତିଆରି ଶେଷ ହୋଇଛି ।

Bahuda Yatra 2024
Bahuda Yatra 2024 (@IPR_Odisha)

8:50 AM, 15 Jul 2024 (IST)

ଜଗା ପ୍ରେମରେ ନୃତ୍ୟଶିଳ୍ପୀ, ରଥ ଆଗରେ କରୁଛନ୍ତି ନୃତ୍ୟ ପରିବେଷଣ

ପୁରୀ: ଭୋରରୁ ଆରମ୍ଭ ହୋଇଯାଇଛି ବାହୁଡା ଯାତ୍ରା ନୀତିକାନ୍ତି । ବାହୁଡା ପହଣ୍ଡି ମଧ୍ୟାହ୍ନ 12ଟାରୁ 2ଟା30 ମଧ୍ୟରେ ହେବ । ସକାଳୁ ସକାଳୁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଗହଳି ଜମିଲାଣି । ମହାବାହୁଙ୍କ ଅପେକ୍ଷାରେ ରହିଛି ତିନିରଥ । ବାହୁଡା ଯାତ୍ରା ଅବସରରେ ରଥ ସମ୍ମୁଖରେ ନୃତ୍ୟ ପରିବେଷଣ କରୁଛନ୍ତି ନୃତ୍ୟଶିଳ୍ପୀ । ଜଗା ପାଇଁ ପାଦ ଆଉ ମାଟିରେ ଲାଗୁନି । ପାଦରେ ଘୁଙ୍ଗୁର ଲଗାଇ ଓଡ଼ିଶାର ଲୋକନୃତ୍ୟ ଓଡି଼ଶୀ ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ।

Bahuda Yatra 2024
Bahuda Yatra 2024 (@IPR_Odisha)

7:46 AM, 15 Jul 2024 (IST)

ଆରମ୍ଭ ହେଲା ସେନାପଟା ଲାଗି ନୀତି

ପୁରୀ: ଆଜି ଭୋର 4ଟାରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି , ମଇଲମ 4ଟା 15, ତଡପଲାଗି 4ଟା 30, ଅବକାଶ 5ଟା, ସୂର୍ଯ୍ୟପୂଜା 5ଟା 15, ଦ୍ବାରପାଳ ପୂଜା 5ଟା 15, ବେଶ ଶେଷ 5ଟା30, ବେଶ ଶଷ 5ଟା30, ଗୋପାଳବଲ୍ଲଭ ଓ ସକାଳ ଧୂପ 5ଟା45ରୁ 6ଟା45ରେ ଶେଷ ହୋଇଛି । ସେନାପଟା ଲାଗି ସକାଳ 7ଟାରୁ ଆରମ୍ଭ ହୋଇଥିବା ବେଳେ ପୂର୍ବାହ୍ନ11.30 ପର୍ଯ୍ୟନ୍ତ ଜାରି ରହିବ । ମଙ୍ଗଳ ଅପର୍ଣ 11ଟା 45, ବାହୁଡା ପହଣ୍ଡି ମଧ୍ୟାହ୍ନ 12ଟାରୁ 2ଟା30, ବେଶ ଶେଷ 1ଟାରୁ 2ଟା30, ଛେରା ପହଁରା 2ଟା 30ରୁ 3ଟା 30, ଚାରମାଳ ଫିଟା, ଘୋଡା ଓ ସାରଥି ଲାଗି 3ଟାରୁ 4ଟା, ଅପରାହ୍ନ 4ଟାରୁ ଆରମ୍ଭ ହେବ ରଥଟଣା ।

Bahuda Yatra 2024
Bahuda Yatra 2024 (@SJTA_Puri)

Last Updated : Jul 15, 2024, 9:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.