ETV Bharat / state

ଜୁଲାଇ ପହିଲାରୁ ସାପ୍ତାହିକ ଜନଶୁଣାଣି: ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ସାଧାରଣ ପ୍ରଶାସନ ବିଭାଗର ଚିଠି - Public hearing from July 1st

author img

By ETV Bharat Odisha Team

Published : Jun 27, 2024, 7:58 AM IST

Public hearing to start: ଆସନ୍ତାମାସ ପହିଲାରୁ ରାଜ୍ୟରେ ସାପ୍ତାହିକ ଜନଶୁଣାଣି ଆରମ୍ଭ । ସମସ୍ତ ବିଭାଗକୁ ଚିଠି ଲେଖି ଅବଗତ କଲା ସାଧାରଣ ପ୍ରଶାସନ ବିଭାଗ । ଅଧିକ ପଢନ୍ତୁ

ଜୁଲାଇ ପହିଲାରୁ ସାପ୍ତାହିକ ଜନଶୁଣାଣି: ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ସାଧାରଣ ପ୍ରଶାସନ ବିଭାଗର ଚିଠି
ଜୁଲାଇ ପହିଲାରୁ ସାପ୍ତାହିକ ଜନଶୁଣାଣି: ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ସାଧାରଣ ପ୍ରଶାସନ ବିଭାଗର ଚିଠି (ETV Bharat Odisha)

ଭୁବନେଶ୍ବର: ନୂଆ ସରକାର କାର୍ଯ୍ୟ ଆରମ୍ଭ କରିବା ପରେ ପୁନଃଆରମ୍ଭ ହେବାକୁ ଯାଉଛି ଜନଶୁଣାଣି କାର୍ଯ୍ୟକ୍ରମ । ଆସନ୍ତାମାସ (ଜୁଲାଇ) ପହିଲାରୁ ସପ୍ତାହିକ ଭାବେ ପ୍ରତ୍ୟେକ ସୋମବାର ଏହି କାର୍ଯ୍ୟକ୍ରମ ଆରମ୍ଭ ହେବକୁ ଯାଉଛି । ଏଥିପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଅବଗତ କରିଛି । ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଏହି କାର୍ଯ୍ଯକ୍ରମକୁ ସ୍ଥିଗିତ ରଖାଯାଇଥିଲା ।

ଜୁଲାଇ ପହିଲାରୁ ସୋମବାରିଆ ଜନଶୁଣାଣି: ସବୁ ବିଭାଗ, ଜିଲ୍ଲାପାଳ ଓ ଏସପିଙ୍କୁ ସାଧାରଣ ପ୍ରଶାସନ ବିଭାଗର ଚିଠି
ଜୁଲାଇ ପହିଲାରୁ ସୋମବାରିଆ ଜନଶୁଣାଣି: ସବୁ ବିଭାଗ, ଜିଲ୍ଲାପାଳ ଓ ଏସପିଙ୍କୁ ସାଧାରଣ ପ୍ରଶାସନ ବିଭାଗର ଚିଠି (ETV Bharat Odisha)

ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ସଚିବ, ସମସ୍ତ ବିଭାଗୀୟ ମୁଖ୍ୟ, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି । ଆସନ୍ତା ଜୁଲାଇ 1 ତାରିଖରୁ ପୂର୍ବରୁ ପ୍ରତ୍ୟେକ ସୋମବାର ହେଉଥିବା ଜନଶୁଣାଣି ପୁନଃଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଜନ ଶୁଣାଣୀ ବନ୍ଦ ହୋଇଥିଲା । ନୂଆ ସରକାର ଦାଇତ୍ୱ ନେବା ପରେ ଜନଶୁଣାଣି ପୁନଃ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଜନଶୁଣାଣୀ ପୋର୍ଟାଲରେ ସମସ୍ତ ଅଭିଯୋଗକୁ ପଞ୍ଜୀକୃତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନିଜେ ଦୈନିକ 2ଘଣ୍ଟା ଅଭିଯୋଗ ଶୁଣିବେ । ପ୍ରତିଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଅଭିଯୋଗ ଶୁଣିବେ । ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବେ । ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏକ ଶୃଙ୍ଖଳିତ ଓ ସମୟୋଚିତ ବ୍ୟବସ୍ଥା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି ।

ଏହା ବି ପଢନ୍ତୁ- ମନ୍ତ୍ରୀଙ୍କୁ ମିଳିଲେ ଲୋକ ସମ୍ପର୍କ ଅଧିକାରୀ; ବଦଳିଲା ସରକାର, ବଦଳିନି PROଙ୍କ ମାନସିକତା ଓ ଆଭିମୁଖ୍ୟ !

ରାଜ୍ୟରେ ଏଥର ସରକାର ପରିବର୍ତ୍ତନ ହୋଇଛି । ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଲୋକଙ୍କ ସହ ସାକ୍ଷାତ କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ଅତିଥିଶାଳାରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ବିଭିନ୍ନ ବର୍ଗର ଲୋକ ତାଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.