ETV Bharat / state

ରାଜ୍ୟରେ କାହିଁକି ବଢୁଛି ଅସ୍ବାଭାବିକ ମୃତ୍ୟୁ, ତଦନ୍ତ କରୁଛି 6 ଜଣିଆ ଟିମ୍‌ - Suspected Death in Odisha

author img

By ETV Bharat Odisha Team

Published : Jun 1, 2024, 2:27 PM IST

Suspected Death in Odisha: ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ ତଦନ୍ତ କରୁଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

Suspected Death in Odisha
Suspected Death in Odisha (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁ ଘଟଣାକୁ ନେଇ ଚିନ୍ତା ବଢିଯାଇଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅନ୍ୟପଟେ ଅସ୍ୱାଭାବିକ ସ୍ୱାସ୍ଥ୍ୟହାନୀକୁ ନେଇ ୪ ଜିଲ୍ଲାରେ ଅଧିକାଂଶ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ‘‘ମୃତ୍ୟୁର କାରଣ ଜାଣିବାକୁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ । ଅସ୍ୱାଭାବିକ ମୃତ୍ୟୁ ହିଟଓ୍ବେଭ ମୃତ୍ୟୁ ନା ଆଉ କିଛି ସେନେଇ ଏସଆରସିଙ୍କ ନିର୍ଦ୍ଦେଶରେ ଏକ ଟିମ ତଦନ୍ତ କରୁଛି । ସ୍ଥାନୀୟ ପ୍ରଶାସନ ତଦନ୍ତ କରି SRCଙ୍କୁ ରିପୋର୍ଟ ଦେବେ । ବର୍ତ୍ତମାନ ରାଉରକେଲା ସରକାରୀ ହସ୍ପିଟାଲରେ ୩୩ ଜଣ ଏପରି ରୋଗୀ ଅଛନ୍ତି ଯେଉଁ ମାନଙ୍କର ଚିକିତ୍ସା ଚାଲିଛି । ଝାରସୁଗୁଡା ଓ ବଲାଙ୍ଗୀରରେ ହସ୍ପିଟାଲରେ ମଧ୍ୟ ରୋଗୀ ଅଛନ୍ତି । ଗତକାଲି ରାଉରକେଲାରେ ୧୬ ଜଣଙ୍କ ପୋଷ୍ଟମର୍ଟମ ସରିଛି ।’’

ଏହାମଧ୍ୟ ପଢନ୍ତୁ.. କାଠ ଆଣିବାକୁ ଯାଇ ଫେରିଲେନି ଯୁବକ, ଅଶୁଂଘାତରେ ମୃତ୍ୟୁ ଆଶଙ୍କା - Youth Dies In Dhenkanal

ସେ ଆଉ ମଧ୍ୟ କହିଛନ୍ତି, "ପୂର୍ବରୁ କେନ୍ଦୁଝରରେ ଜଣେ ଟ୍ରକ ଡ୍ରାଇଭରଙ୍କ ଅଚାନକ ହିଟୱେଭ ମୃତ୍ୟୁ ହୋଇଛି ବୋଲି ଖବର ଆସିଥିଲା । ଗତକାଲି ଠାରୁ ଆମର 6 ଜଣୀୟ ଟିମ ରାଉରକେଲା ଯାଇଛି । ଏହି ଟିମରେ ଜନସ୍ୱାସ୍ଥ୍ୟ ବିଭାଗର ୩ ଓ୍ୱିଙ୍ଗ ସଦସ୍ୟ, ସୁନ୍ଦରଗଡ଼ର ୨ ଜଣ ଫରେନସିକ ସଦସ୍ୟ ଏବଂ ସମ୍ବଲପୁର କମ୍ୟୁନିଟି ମେଡ଼ିସିନ ବିଭାଗର ଜଣେ ସଦସ୍ୟ ରହିଛନ୍ତି । ଆମେ ଜନସାଧାରଣଙ୍କୁ ଅପିଲ କରୁଛୁ ଯେ ହାଇ ଏକ୍ସପୋଜରରେ ବାହାରକୁ ବାହାରନ୍ତୁ ନାହିଁ । ଅତି ଆବଶ୍ୟକ ପଡିଲେ, ସତର୍କ ନେଇ ବାହାରନ୍ତୁ । SRCଙ୍କ ଗାଇଡଲାଇନ ଅଛି କେତେବେଳେ କାମ କରିବା । ଆମର ସମସ୍ତ ହସ୍ପିଟାଲରେ ବ୍ୟବସ୍ଥା ଅଛି । ହେଲେ ଲୋକ ହିଟଷ୍ଟ୍ରୋକ ପାଇବା ମାତ୍ରେ, ତୁରନ୍ତ ହସ୍ପିଟାଲ ଆସିବା ଦରକାର । ଯଦି ଅଧିକ ରୋଗୀ ଆସିବେ, ବିକଳ୍ପ ବ୍ୟବସ୍ଥା ବି କରାଯିବ ।"

ସୂଚନା ଅନୁଯାୟୀ, ରାଜ୍ୟରେ କିଛି ଦିନ ହେଲା ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଅସହ୍ୟ ତାତିରେ ଅସୁସ୍ଥ ହୋଇ ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି ହେବା ସହ ସରକାରୀ ଭାବରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗତକାଲି ସ୍ୱାସ୍ଥ୍ୟ ବିଭାଗ ସିଡିଏମଓଙ୍କ ସହ ମେଡିକାଲ କଲେଜକୁ ଗ୍ରୀଷ୍ମ ତାତିକୁ ନେଇ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ଅଂଶୁଘାତ ଜନିତ ମୃତ୍ୟୁ ହାରକୁ ହ୍ରାସ କରିବା ପାଇଁ ତୁରନ୍ତ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସନ୍ଦେହଜନକ ମୃତ୍ୟୁ ବା ତାତିରେ ଅସୁସ୍ଥତା ମୃତ୍ୟୁ ପାଇଁ ହେଲେ ମେଡିକାଲ ଅଫିସରଙ୍କ ଏହାର ଅନୁସନ୍ଧାନ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।

ଭୁବନେଶ୍ୱର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.