ETV Bharat / state

ବିକ୍ରି ହେଉଛି ମହାପ୍ରଭୁଙ୍କ ଅର୍ପଣ ଚାଉଳ ! ଅଭିଯୋଗ ଆଣିଲେ ପୁରୀ ବାସିନ୍ଦା - Arapna Rice Issue

Arapna Rice Issue: ଅର୍ପଣ ଚଉଳକୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Jun 12, 2024, 7:27 AM IST

Arapna Rice Issue
Arapna Rice Issue (ETV Bharat Odisha)

ପୁରୀ: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରାଜ୍ୟର ଲୋକମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ଚାଉଳ ଅର୍ପଣ କରିଥିଲେ । ସାରା ରାଜ୍ୟରୁ ଆସିଥିବା ଅର୍ପଣ ଚାଉଳ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ରଖାଯାଇଥିଲା । ଗୁଣ୍ଡିଚା ମନ୍ଦିରରେ ଥିବା ଅର୍ପଣ ଚାଉଳ ଚୋରାରେ ବାହାରେ ବିକ୍ରି ହେଉଥିବା ଅଭିଯୋଗ ନେଇ ଗୁଣ୍ଡିଚା ମନ୍ଦିର ନିକଟରେ ଉତ୍ତେଜନା ସୃଷ୍ଟି ହୋଇଛି । ଅର୍ପଣ ଚାଉଳ ଲୋଡ ହୋଇଥିବା ମିନି ଟ୍ରକକୁ ଅଟକ ରଖିଲେ ସମାଜସେବୀ । ତେବେ ସମାଜସେବୀ ଆଦିତ୍ୟ ନାରାୟଣ ବାରିକଙ୍କ ଅଭିଯୋଗ ଅନୁଯାୟୀ ଗୁଣ୍ଡିଚା ମନ୍ଦିରରେ ଥିବା ଶହ ଶହ କିଲୋ ଅର୍ପଣ ଚାଉଳକୁ କିଛି ଅସାଧୁ ଯୋଗାଣ ବିଭାଗ କର୍ମଚାରୀ ବାହାରେ ଚୋରାରେ ବିକ୍ରି କରୁଛନ୍ତି । ଯାହା ଆଜି ଶ୍ରୀମନ୍ଦିରରୁ ଗୋପାଳପୁର ଅଭିମୁଖେ ନିଆଯାଉଥିବା ବେଳେ କିଛି ସମାଜସେବୀ ଜବତ କରିଥିଲେ ।

ସମାଜସେବୀଙ୍କ ଅଭିଯୋଗ ମୁତାବକ, ଗତ କିଛିଦିନ ହେବ ଗୁଣ୍ଡିଚା ମନ୍ଦିରରେ ଥିବା ଭକ୍ତଙ୍କ ଅର୍ପଣ ଚାଉଳକୁ ବାହାରକୁ ଚାଲାଣ କରାଯାଉଛି । ତେବେ ଏହା ଚୋରାରେ ବିକ୍ରି ହେଉଥିବା ସନ୍ଦେହ ହେବା ପରେ ସମାଜସେବୀ ଆଦିତ୍ୟ ନାରାୟଣ ବାରିକ ଓ କିଛି ବ୍ୟକ୍ତି ଅର୍ପଣ ଚାଉଳ ଲୋଡ ହୋଇଥିବା ଗାଡ଼ିକୁ ସିଦ୍ଧ ମହାବୀର ପାଖ ରେଲୱେ ଫାଟକ ପାଖରେ ଅଟକ ରଖିଥିଲେ । ଡ୍ରାଇଭରକୁ ଏ ବିଷୟରେ ପଚରାଯିବାରୁ ଡ୍ରାଇଭର କୌଣସି ଉତ୍ତର ଦେଇନଥିଲେ । ଫଳରେ ଚାଉଳ ଚୋରାରେ ବିକ୍ରି ହେଉଥିବା ସନ୍ଦେହରେ ଲୋକମାନେ ଚାଉଳ ଗାଡ଼ିକୁ ସେଠାରୁ ଆଣି ଗୁଣ୍ଡିଚା ଘର ପାଖରେ ଅଟକ ରଖିଥିଲେ । ଏହାକୁ ନେଇ ଲୋକଙ୍କ ଭିତରେ ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।

Arapna Rice Issue (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ.. ବଡଦାଣ୍ଡରୁ ଖୋଲାଗଲା ଏସି ଟନେଲ, ନିର୍ମାଣ ପୂର୍ବରୁ ହୋଇଥିଲା ବିରୋଧ - Barricades dismantled from Puri

ସେପଟେ ଚାଉଳ ଲୋଡ କରୁଥିବା ଶ୍ରମିକ କହିଛନ୍ତି ଯେ, ଚାଉଳ ଚୋରାରେ ବିକ୍ରି ହେବାକୁ ଯାଉନଥିଲା । ଅର୍ପଣ ଚାଉଳ ଦୀର୍ଘ ଦିନ ହେବ ଗୁଣ୍ଡିଚା ମନ୍ଦିରରେ ରହିଥିଲା । ଏହା ଅଧିକ ଦିନ ରହିବା କାରଣରୁ ଚାଉଳ ଖରାପ ହୋଇ ଯିବାର ସମ୍ଭାବନା ରହିଛି । ଏଣୁ ଏହାକୁ ମିଲିଂ କରିବା ପାଇଁ ଚାଉଳ ମିଲକୁ ପଠା ଯାଉଥିଲା । ସେପଟେ ଅର୍ପଣ ଚାଉଳ ଦାୟିତ୍ଵରେ ଥିବା ଶ୍ରୀମନ୍ଦିର ସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ମଧ୍ୟ ଚାଉଳ ବିକ୍ରି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଚାଉଳ ଖରାପ ନହେବା ପାଇଁ ଏହାକୁ ରିସାଇକେଲିଂ ପାଇଁ ଚାଉଳ ମିଲକୁ ପଠାଯାଉଥିଲା ଏବଂ ପରେ ଚାଉଳକୁ ଶ୍ରୀମନ୍ଦିରକୁ ଅଣାଯିବ ବୋଲି ସେ କହିଛନ୍ତି । ତେବେ ଆଗକୁ ରଥଯାତ୍ରା ଥିବାରୁ ଗୁଣ୍ଡିଚା ମନ୍ଦିରକୁ ସଫା ରଖିବା ପାଇଁ ଗୁଣ୍ଡିଚା ମନ୍ଦିରରେ ଥିବା ଅର୍ପଣ ଚାଉଳକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ଆରମ୍ଭ ହୋଇଥିବା କୁହାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.