ETV Bharat / state

ଦଶ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଜେପି କର୍ମୀ

Protest Held By BJP: ଭାରତୀୟ ଜନତା ପାର୍ଟି ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଆଜି ଦଶ ଦଫା ଦାବି ନେଇ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Feb 15, 2024, 10:42 PM IST

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଜେପି କର୍ମୀ

ଫୁଲବାଣୀ: ଭାରତୀୟ ଜନତା ପାର୍ଟି ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଆଜି ଦଶ ଦଫା ଦାବି ନେଇ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି କର୍ମୀ ମାନେ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ l ପ୍ରଶାସନକୁ ବାରମ୍ବାର ନିଜ ସମସ୍ୟା ଜଣାଉଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା କର୍ମୀମାନେ ଅଭିଯୋଗ କରିଛନ୍ତି ।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଶ ଦଫା ଦାବିରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ପ୍ରମୁଖ ଦାବି ମଧ୍ୟରେ ଫୁଲବାଣୀ ଅଞ୍ଚଳର ସମସ୍ତ ଗ୍ରାମକୁ ପିଚୁ ରାସ୍ତା ନିର୍ମାଣ, ଅଞ୍ଚଳର ସମସ୍ତ ଡ଼ାକ୍ତରଖାନା ଗୁଡ଼ିକରେ ଖାଲିଥିବା ଡ଼ାକ୍ତର ପଦବି ଓ ଅନ୍ୟାନ୍ୟ ଷ୍ଟାଫ୍ ପୂରଣ ଏବଂ PHC, CHC ଗୁଡ଼ିକରେ ଆମ୍ବୁଲାନ୍ସ ଯୋଗାଣ ଆଦି ରହିଛି । ବିଜେପି ଜିଲ୍ଲା ସମ୍ପାଦକ ଗୋଲକ ବିହାରୀ କହଁର କହିଛନ୍ତି, ‘‘ ବିଜେଡ଼ି ସରକାରଙ୍କର 25 ବର୍ଷ ଶାସନ ମଧ୍ୟରେ କନ୍ଧମାଳର କୌଣସି ପ୍ରକାର ଉନ୍ନତି ହୋଇପାରିନାହିଁ । ଜିଲ୍ଲାର ଅନେକ ଅଞ୍ଚଳକୁ ଏପର୍ଯ୍ୟନ୍ତ ଗମନାଗମନ ପାଇଁ ପକ୍କା ସଡ଼କ ବ୍ୟବସ୍ଥା ହୋଇପାରିନାହିଁ ।’’ ଅନ୍ୟ ପଟରେ ରାଜ୍ୟ ସରକାର କନ୍ଧମାଳ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି ବିଜେପି କାଉନ୍ସିଲର ରମେଶ ଚନ୍ଦ୍ର ମହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..... ପ୍ରଶାସନର ପ୍ରତିଶୃତି ପାଣିର ଗାର, ମଶାଣି ପାଇଁ ପଞ୍ଚପାଇକ ପୀଠରେ ପ୍ରତିବାଦ

ତେବେ ଅନ୍ୟାନ୍ୟ ଦାବି ମଧ୍ୟରେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଘର ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ବଙ୍କୁ ଭତ୍ତା ପ୍ରଦାନ, ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ନିର୍ଯାତନା ବଦଳରେ ସହଯୋଗ, SHG ମହିଳା ମାନଙ୍କୁ କେବଳ ଗୁଣି ନକରି ଦୈନିକ ରୋଜଗାର ପ୍ରଦାନ, ସରକାରୀ କାର୍ଯ୍ୟାଳୟରେ ପି.ସି. ନାମରେ ଗରିବଙ୍କୁ ଶୋଷଣ ବନ୍ଦ କରିବା ଏବଂ ଗୋଛାପଡା ବାଲନ୍ଦାପଡା ଅଞ୍ଚଳକୁ ନେଇ ଏକ ବ୍ଲକ ଗଠନ କରାଯିବା, ସମସ୍ତ ବେସରକାରୀ କଲେଜ ଗୁଡିକ ସରକାରୀ ମନ୍ୟତା ପ୍ରଦାନ ଏବଂ ପାଠପଢ଼ା ଯୁବକ ମାନଙ୍କୁ ନିଜ ମାଟିରେ ରୋଜଗାର ପ୍ରଦାନ, ଲଘୁବନଜାତ ଦ୍ରବ୍ୟ ଉପରେ ସରକାରୀ ଦର ଧାର୍ଯ୍ୟ, ପଞ୍ଚାୟତ ମାଧ୍ୟମରେ କିଣିବା ଯୋଜନା ଏବଂ ସମସ୍ତ ଚାଷ ଜମିକୁ ଜଳ ଯୋଗାଣ, କନ୍ଧମାଳ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳ ମାନଙ୍କର ଉନ୍ନତି କରଣ ଏବଂ ଫୁଲବାଣୀ ସହରକୁ ସୌନ୍ଦର୍ଯ୍ୟ କରଣ ଆଉ ଶେଷରେ ଫୁଲବାଣୀ ବିଧାନସଭାର ପ୍ରତ୍ୟେକ ପଞ୍ଚାୟତରେ ଶୀତଳଭଣ୍ଡାର ନିର୍ମାଣ ଏବଂ ପନି ପରିବା ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଆଦି ରହିଛି । ଏସମସ୍ତ ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.