ଭଦ୍ରକ: ଜିଲ୍ଲା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମତୋ ଯୁକ୍ତ ତିନି ସ୍ନାତକ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବିବାଦ । ମତୋ, ଖେରଙ୍ଗ, ନାଲଗୁଣ୍ଡା ଏବଂ ଦିଗଛିଆ ବଜାରରେ 163 ଧାରା ଲାଗୁ । ସେଠାରେ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ଯୁକ୍ତ ତିନି ସ୍ନାତକ ମହାବିଦ୍ୟାଳୟରେ ଆଜି (ବୁଧବାର) ହେଉଛି ପ୍ରତିଷ୍ଠା ଦିବସ ।
ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ! ପ୍ରଶାସନର ଆଗୁଆ ପଦକ୍ଷେପ-
କଲେଜରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ନେଇ ବିବାଦ ଉଗ୍ର ରୂପ ନେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ପ୍ରଶାସନ ଆଗୁଆ ପଦକ୍ଷେପ ନେବା ସହ ମତୋ +3 ଡିଗ୍ରୀ କଲେଜ ଏବଂ ଏହାର ପାରିପାର୍ଶ୍ୱିକ ସ୍ଥାନ 1 କିଲୋମିଟର ପର୍ଯ୍ୟନ୍ତ 163 ଧାରା ଜାରି କରାଯାଇଛି । ଖେରଙ୍ଗା ବଜାର, ନାଲଗୁଣ୍ଡା ବଜାର, ଦିଗଚିଆ ମାର୍କେଟ, ପରମାନନ୍ଦପୁର ଏବଂ ମତୋ ମାର୍କେଟ କ୍ଷେତ୍ରରେ 4 ସେପ୍ଟେମ୍ବର ସକାଳ 7 ଟା ରୁ 5 ତାରିଖ ସେପ୍ଟେମ୍ବର ସକାଳ 10 ଟା ପର୍ଯ୍ୟନ୍ତ 163 ଧାରା ଜାରି କରିଛି ପ୍ରଶାସନ ।
ତେବେ ମତୋରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଉପସ୍ଥିତ ଅଛନ୍ତି । ତେବେ ଯିଏ ଉକ୍ତ କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭଦ୍ରକ ଉପଜିଲ୍ଲାପାଳଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରୁ ଜଣାପଡିଛି । ମୋଟାମୋଟି ସ୍ଥିତିକୁ ନିୟନ୍ତ୍ରଣ ରେ ରଖିବା ପାଇଁ ମତୋ କଲେଜ୍ ରେ ଜଣେ ଅତିରିକ୍ତ ଏସପି, ଚାରିଜଣ ଏସଡିପିଓ , ଆଠଜଣ ଆଇଆଇସି ଙ୍କ ସମେତ 15 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଏହା ବି ପଢନ୍ତୁ- ମେଟ୍ରୋ ପ୍ରୋଜେକ୍ଟକୁ ନେଇ କିଏ କହୁଛି ସତ ? ବିଜେଡି ନା ବିଜେପି - Cuttack Metro Rail Project
ଚାନ୍ଦବାଲି ବ୍ଲକର ଖେରଙ୍ଗ ବଜାର ଠାରୁ ମତୋ ବଜାର ପର୍ଯ୍ୟନ୍ତ ଧାରା 163 BNSS ଜାରି-
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଡିଗ୍ରୀ କଲେଜ ପ୍ରତିଷ୍ଠା ଦିବସ ପାଳନ ଉତ୍ସବକୁ ସ୍ଥାନୀୟ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ, ସେଠାରେ ବିଜେପି ଏବଂ ବିଜେଡ଼ି ସମର୍ଥକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ତେଣୁ ସେଠାରେ ଧାରା 163 BNSS ଜାରି ହୋଇଛି । ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଆଶଙ୍କା କରି ଚାନ୍ଦବାଲି ବ୍ଲକର ଖେରଙ୍ଗ ବଜାର ଠାରୁ ମତୋ ବଜାର ପର୍ଯ୍ୟନ୍ତ ଧାରା 163 BNSS ଜାରି କରିଛନ୍ତି ।