ETV Bharat / state

ଟିଟିଲାଗଡ ଉପକାରାଗାରରୁ କଏଦୀ ଫେରାର ଘଟଣା, ଜେଲ ଡିଆଇଜିଙ୍କ ତଦନ୍ତ ଆରମ୍ଭ

author img

By ETV Bharat Odisha Team

Published : Mar 12, 2024, 2:17 PM IST

Updated : Mar 12, 2024, 2:35 PM IST

Prisoners Escape From Titilagarh Sub-jail: ଟିଟିଲାଗଡ ସବ ଜେଲରୁ କଏଦୀ ଫେରାର ହେବା ଘଟଣା। ସରଜମିନ ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି ଓ ବଲାଙ୍ଗୀର ଏସପି । ଅଧିକ ପଢନ୍ତୁ

Prisoners Escape Titilagarh Sub jail
Prisoners Escape Titilagarh Sub jail
ଟିଟିଲାଗଡ ଉପକାରାଗାରରୁ କଏଦୀ ଫେରାର ଘଟଣା, ଜେଲ ଡିଆଇଜିଙ୍କ ତଦନ୍ତ ଆରମ୍ଭ

ବଲାଙ୍ଗୀର: ଟିଟିଲାଗଡ ଉପକାରାଗାରରୁ ଦୁଇ ବିଚାରଧୀନ କଏଦୀ ଫେରାର ହେବା ଘଟଣା । ଜେଲ ଡିଆଇଜି ଓ ବଲାଙ୍ଗୀର ଏସପିଙ୍କ ସରଜମିନ ତଦନ୍ତ ଆରମ୍ଭ ହୋଇଛି । ସୋମବାର ସକାଳୁ ଜେଲ ଡିଆଇଜି ନିଜେ ପହଞ୍ଚି ରାତି ପର୍ଯ୍ୟନ୍ତ ତଦନ୍ତ କରିଥିଲେ । ଉପସ୍ଥିତ ସମସ୍ତ କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି । ଜେଲ କର୍ତ୍ତୃପକ୍ଷଙ୍କ ସଂପୃକ୍ତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଜେଲ ସୁରକ୍ଷା ବ୍ୟବସ୍ଥା ଉପରେ ଆପତ୍ତି ଉଠାଇଛନ୍ତି ।

ଗତ ଶନିବାର ରାତିରେ ଟିଟିଲାଗଡ ଉପକାରାଗାରରୁ ଦୁଇ ବିଚାରଧୀନ କଏଦୀ ଫେରାର ହୋଇଯାଇଥିଲେ । ଜେଲର ବାଡ ଡେଇଁ ଦୁହେଁ ଫେରାର ହୋଇଯାଇଥିଲେ । ହତ୍ୟା ଅଭିଯୋଗରେ ଦୁଇ କଏଦୀ ବିଚାରଧୀନ ଭାବରେ ଜେଲରେ ରହୁଥିଲେ । ଫେରାର ଦୁଇ କଏଦୀ ଶୋଭାବନ ରଣା ଓ ସୁମିତ ବିହାରୀ । ଏହି ଘଟଣା ସାମ୍ନାକୁ ଆସିବା ପରେ ଗତକାଲି ଜେଲରେ ସକାଳୁ ଡିଆଇଜି ନିଜେ ପହଞ୍ଚି ରାତି ପର୍ଯ୍ୟନ୍ତ ତଦନ୍ତ କରିଥିଲେ । ସେହିପରି ଉପସ୍ଥିତ ସବୁ କର୍ମଚାରୀଙ୍କ ବୟାନ ରେକର୍ଡ ମଧ୍ୟ କରିଥିଲେ । ତେବେ ଏଥିରେ ସେ ଜେଲ କର୍ତ୍ତୃପକ୍ଷଙ୍କ ସଂପୃକ୍ତିକୁ ନେଇ ସନ୍ଦେହ କରିଥିବା ବେଳେ ଜେଲ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଆପତ୍ତି ଉଠାଇଛନ୍ତି ଜେଲ ଡିଆଇଜି । ଏଥିସହ ତଦନ୍ତ ରିପୋର୍ଟ ଉପରୋକ୍ତ ଅଧିକାରୀଙ୍କୁ ଦେବେ ବୋଲି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଟିଟିଲାଗଡ଼ ଉପକାରାଗାରରୁ 2 କଏଦୀ ଚମ୍ପଟ, ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଅଭିଯୋଗ

ସେହିପରି ଦୁଇ ବିଚାରଧୀନ କଏଦୀଙ୍କୁ ଜେଲ କାମରେ ଲଗାଇବା ସହ ନିୟମ ଓ ଜେଲ କୋଡ ଉଲ୍ଲଂଘନ କରିଥିବାର ମଧ୍ୟ ଜଣାପଡ଼ିଛି । ଏପରିକି ଘଟଣା ସମୟର ସିସିଟିଭି ଫୁଟେଜ ଡିଲିଟ୍ କରାଯାଇଥିବା କହିଛନ୍ତି ଡିଆଇଜି । ସମାନ ଭାବରେ ଗତକାଲି ବଲାଙ୍ଗୀର ଏସପି ମଧ୍ୟ ଜେଲରେ ପହଞ୍ଚି ଚାଲିଥିବା ତଦନ୍ତର ତଦାରଖ କରିଥିଲେ । ତିନୋଟି ସ୍ବତନ୍ତ୍ର ପୋଲିସ୍ ଟିମ୍ ଜିଲ୍ଲା ଓ ଜିଲ୍ଲା ବାହାରେ ତଥା ରାଜ୍ୟ ବାହାରେ ସନ୍ଦିଗ୍ଧ ସ୍ଥାନରେ ଚଢାଉ ଜାରି ରଖିଥିବାର ପୋଲିସ୍ ସୂଚନା ଦେଇଛି ।

ଅଭିଯୁକ୍ତ ଶୋଭାବନ ସିନ୍ଧେକେଲା ଅଞ୍ଚଳରେ ହୋଇଥିବା ବହୁଚର୍ଚ୍ଚିତ ଶିଶୁ ନରବଳି ଘଟଣାରେ ଗିରଫ ହୋଇ 4 ବର୍ଷ ହେବ ଟିଟିଲାଗଡ଼ ସବ ଜେଲରେ ରହୁଥିଲା । ସେହିପରି ସୁମିତ ମଧ୍ୟ କେସିଙ୍ଗା ଅଞ୍ଚଳରେ ହୋଇଥିବା ଏକ ହତ୍ୟା ଘଟଣାରେ ଗିରଫ ହୋଇ 2 ବର୍ଷ ହେଲା କାରାଗାରରେ ଥିଲା । ଦୁଇ ଜଣ କଏଦୀ ଜେଲରୁ ଫେରାର ହେବା ପରେ ଏନେଇ ପୋଲିସ ତନାଘନା ଆରମ୍ଭ କରିଥିଲା ।

ନିୟମ ମୁତାବକ, ସବୁ ଦିନ ସନ୍ଧ୍ୟା 6ଟାରେ ସମସ୍ତ ଅନ୍ତେବାସୀଙ୍କ ଉପସ୍ଥିତି ଯାଞ୍ଚ ହେବା ପରେ ସେମାନଙ୍କୁ ନିଜ ପ୍ରକୋଷ୍ଠକୁ ଯିବାକୁ ହୋଇଥାଏ । ହେଲେ ଘଟଣା ଦିନ ଏହି ଦୁଇ ଅଭିଯୁକ୍ତ କେମିତି ଖୋଲାରେ ବାହାରେ ଥିଲେ ? ଏବଂ କଡା ସୁରକ୍ଷା ମଧ୍ୟରେ ଥିବାବେଳେ କେମିତି ସମସ୍ତଙ୍କ ଆଖିରେ ଧୂଳି ଦେଇ 14 ଫୁଟ ବାଡ ଡେଇଁ ପଳାଇବାରେ ସକ୍ଷମ ହେଲେ ଓ ସେ ସମୟରେ ସିସିଟିଭି ଫୁଟେଜକୁ କିଏ ଡିଲିଟ କଲା ସେନେଇ ପ୍ରଶ୍ନ ଉଠିଛି । ଟିଟିଲାଗଡ ଏସଡ଼ିପିଓ ଅଙ୍କିତା କୁମ୍ଭାର କହିଛନ୍ତି, ''ଏହି ଘଟଣାକୁ ନେଇ ତିନୋଟି ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଓଡ଼ିଶା ତଥା ଓଡ଼ିଶା ବାହାରେ ଚଢାଉ ଜାରି ରଖିଛି ।''

ଇଟିଭି ଭାରତ, ବଲାଙ୍ଗୀର

Last Updated : Mar 12, 2024, 2:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.