ETV Bharat / state

ପ୍ରଧାନମନ୍ତ୍ରୀଙ୍କ 19600 କୋଟିର ଭେଟି, ଓଡିଶା ଏବଂ ଭାରତର ବିକାଶ ପାଇଁ ବିଜୁ ବାବୁଙ୍କ ଅବଦାନ ଅତୂଳନୀୟ

author img

By ETV Bharat Odisha Team

Published : Mar 5, 2024, 3:14 PM IST

Updated : Mar 5, 2024, 5:20 PM IST

PM Modi in Jajpur: ଯାଜପୁର ଚଣ୍ଡିଖୋଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲିପ୍ୟାଡରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଲେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

PM Modi in Jajpur
PM Modi in Jajpur
PM Modi in Jajpur

ଯାଜପୁର: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେ ଯାଜପୁରରେ ପହଞ୍ଚିଛନ୍ତି । ଯାଜପୁର ହେଲିପ୍ୟାଡରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଲେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାଜପୁର ଚଣ୍ଡିଖୋଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ 19,600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ । ଭାରତୀୟ ଅର୍ଥନୀତିକୁ ପ୍ରଧାନମନ୍ତ୍ରୀ ନୂଆ ଗତି ଦେଇଛନ୍ତି । ଏବେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି । ଖୁବ୍‌ ଶୀଘ୍ର ଏହା ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ।

ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ଭଗବାନ ଜଗନ୍ନାଥ ଏବଂ ମା ବିରଜାଙ୍କ ଆର୍ଶିବାଦ ଯୋଗୁଁ ଆଜି ଯାଜପୁରରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି । ଆଜି ବିଜୁ ବାବାଙ୍କର ଜନ୍ମ ଜୟନ୍ତୀ । ରାଜ୍ୟ ତଥା ଦେଶର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୂଳନୀୟ । ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ସଡକ, ପରିବହନ ଭଳି ଅନେକ କ୍ଷେତ୍ରର ଶିଳାନ୍ୟାସ ଏବଂ ଉଦଘାଟନ ହୋଇଛି । ଆଜି ଦେଶରେ ଏମିତି ସରକାର ରହିଛନ୍ତି, ଯିଏକି ବର୍ତ୍ତମାନ ପାଇଁ ଚିନ୍ତା କରିବା ସହିତ ବିକଶିତ ଭାରତ ବନାଇବା ପାଇଁ ଭାବିଷ୍ୟତ ପାଇଁ କାର୍ଯ୍ୟ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଭେଟିଦେବେ 19,600 କୋଟି ଟଙ୍କାର ପ୍ରକଳ୍ପ

ପାରାଦ୍ବୀପ ବିଶୋଧନାଗାରରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ପାରାଦ୍ବୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ 344 କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନକୁ ଉଦଘାଟନ କରିବେ । ଏହି ଯୋଜନା ପାଇଁ ଭଦ୍ରକ ଏବଂ ଯାଜପୁର ଉଭୟେ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି, "ଆମ ସରକାର ଯୋଜନାକୁ ସଠିକ ସମୟରେ ସାରିବା ପାଇଁ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ପୂର୍ବରୁ ଯୋଜନା ଗୁଡିକ ସଠିକ ସମୟରେ ସରିପାରୁ ନଥିଲା । ଓଡିଶାର ରେଳ ବଜେଟ ପ୍ରାୟ 12 ଗୁଣା ବଢାଇଛୁ । ପାରାଦ୍ବୀପ ରିଫାଇନାରୀ କାମ ଆମ ସରକାର ସମୟରେ ଶେଷ ହୋଇଥିଲା । ଏହସହ ଗଞ୍ଜାମରେ ଲୁଣି ପାଣିର ପ୍ରକ୍ରିୟାକରଣ ପାଇଁ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି । ଏହା ଦ୍ବାରା ଦୈନିକ 50 ଲକ୍ଷ ଲିଟର ମଧୁର ଜଳ ମିଳିବ ।"

ଖବର ଅପଡେଟ ଜାରି ରହିଛି...

Last Updated : Mar 5, 2024, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.