ETV Bharat / state

ମୋଦିମୟ ରାଜଧାନୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ’ - Modi Arrives In Bhubaneswar

PM Narendra Modi Arrives In Bhubaneswar: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ପାର୍ଟି ଠାରୁ ବାଣୀବିହାର ପର୍ଯ୍ୟନ୍ତ କରିବେ ରୋଡ ସୋ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 10, 2024, 8:22 PM IST

Updated : May 10, 2024, 10:56 PM IST

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି (ETV Bharat Odisha)
ମୋଦିମୟ ରାଜଧାନୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ’ (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ବାଗତ । କଡ଼ା ସୁରକ୍ଷା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି ପାର୍ଟି ଅଫିସରେ ପହଞ୍ଚିଥିଲେ । ପାର୍ଟି ଅଫିସ ଠାରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରି ପ୍ରଚାରକୁ ଜୋରଦାର କରୁଛନ୍ତି ମୋଦି । ଅନ୍ୟପଟେ କଡ଼ା ସୁରକ୍ଷା ମଧ୍ୟରେ ମୋଦିଙ୍କ ବିଶାଳ ରୋଡ ସୋ’ ଚାଲିଛି । ମୋଦିମୟ ସ୍ମାର୍ଟସିଟି ।

ପ୍ରଚାର ପାଇଁ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ତାଙ୍କୁ ଭାଜପା ନେତୃବୃନ୍ଦ ଭବ୍ୟ ସ୍ବାଗତ କରିଛନ୍ତି । ବିମାନ ବନ୍ଦର ବାହାରେ ମୋଦିଙ୍କ ଗୋଟିଏ ଝଲକ ପାଇବାକୁ ଜନତାଙ୍କ ନାହିଁ ନଥିବା ଗହଳି ଲାଗି ରହିଛି । ଏଠାରୁ ସେ ସିଧା ବିଜେପି ପାର୍ଟି ଅଫିସ ଯାଇଥିଲେ । ସେଠାରୁ ବାଣୀବିହାର ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ କରୁଛନ୍ତି । ରୋଡ ସୋ ପରେ ରାଜଭବନରେ ରାତ୍ରୀ ଯାପନ କରିବେ । ସେହିପରି ଆସନ୍ତାକାଲି (ଶନିବାର) ସକାଳ 9.30ରେ କନ୍ଧମାଳରେ ଆୟୋଜିତ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରେ ସେଠାରୁ ବଲାଙ୍ଗୀର ଯିବେ । ବଲାଙ୍ଗୀରରେ 11.30 ସମୟରେ ଦ୍ବିତୀୟ ରାଲିରେ ଅଂଶ ଗ୍ରହଣ କରିବେ । ସେଠାରୁ ଦିନ 1ଟାରେ ପ୍ରଧାନମନ୍ତ୍ରୀ ମୋଦି ବରଗଡ଼ରେ ଆୟୋଜିତ ଦଳୀୟ ରାଲିରେ ଯୋଗଦେବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ମୋଦିଙ୍କ ମେଗା ରୋଡ୍ ସୋ’: ଅପେକ୍ଷାରେ ରାଜଧାନୀବାସୀ, ପାର୍ଟି ଅଫିସରେ କରିବେ ଆଲୋଚନା ! - Modi Meeting At Party Office

ଅନ୍ୟପଟେ ମୋଦିଙ୍କ ସୁରକ୍ଷାକୁ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ପୋଲିସ ଯାଞ୍ଚ ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ SPG କମାଣ୍ଡୋ । ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ରାସ୍ତା କଡ଼ରେ ଥିବା ପବ୍ଲିକ, ମିଡିଆ ଷ୍ଟେଜ୍, କନେକ୍ଟିଂ ରୋଡ୍, ଟ୍ରାଫିକ୍, ରାସ୍ତାର ଉଭୟ ପାଖରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ସବୁଠି ତନ୍ନ ତନ୍ନ ଯାଞ୍ଚ କରିଛନ୍ତି SPG । ଏହାସହ ସମସ୍ତ ଗତିବିଧି ଉପରେ ନଜର ରଖିବା ପାଇଁ ଜନପଥରେ ସିସିଟିଭି ଲାଗାଯାଇଛି । ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ଆଜି ଅପରାହ୍ନ ୨ଟାରୁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାରରେ ଯାନବାହାନ ଯାତାୟତ ବନ୍ଦ କରାଯାଇଛି । ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ଅପରାହ୍ନ ୪ଟାରୁ ଯାତାୟତ ବନ୍ଦ ଥିବାବେଳେ ଏହା ରାଲି ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 10, 2024, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.