ETV Bharat / state

ଟେଲିକମ କମ୍ପାନୀର ମନମାନି ଅଭିଯୋଗ, ଗର୍ଜିଲେ ଟେକନିସିଆନ ସଂଘ - Press Meet

Press Meet of Technician Association: ଇଣ୍ଡସ ଟାୱାର ଲିମିଟେଡ କମ୍ପାନୀ ବିରୋଧରେ ଗର୍ଜିଲେ ଟେକନିସିଆନ । ଇନଫ୍ରାଟେଲ ଅଧିନରେ କାମ କରୁଥିବା ଟେକନିସିଆନ ମାନଙ୍କୁ କମ୍ପାନୀ ମାଧ୍ୟମରେ କାମ ନକରି ଠିକାଦାର ମାଧ୍ୟମରେ କାମ କରିବା ପାଇଁ ଚିଠି ଆସିଥିଲା l ଅଧିକ ପଢ଼ନ୍ତୁ,

ଇଣ୍ଡସ ଟାୱାର ଲିମିଟେଡର ମନମାନି ଅଭିଯୋଗ
ଇଣ୍ଡସ ଟାୱାର ଲିମିଟେଡର ମନମାନି ଅଭିଯୋଗ
author img

By ETV Bharat Odisha Team

Published : Mar 10, 2024, 10:01 PM IST

ଇଣ୍ଡସ ଟାୱାର ଲିମିଟେଡର ମନମାନି ଅଭିଯୋଗ

ଢ଼େଙ୍କାନାଳ: ଇଣ୍ଡସ ଟାୱାର ଲିମିଟେଡ କମ୍ପାନୀ ବିରୋଧରେ ଗର୍ଜିଲେ ଟେକନିସିଆନ । ଇନଫ୍ରାଟେଲ ଅଧିନରେ କାମ କରୁଥିବା ଟେକନିସିଆନ ମାନଙ୍କୁ କମ୍ପାନୀ ମାଧ୍ୟମରେ କାମ ନକରି ଠିକାଦାର ମାଧ୍ୟମରେ କାମ କରିବା ପାଇଁ ଚିଠି ଆସିଥିଲା l ଯାହାର ପ୍ରତିବାଦରେ ଟେକନିସିଆନମାନେ କମ୍ପାନୀକୁ ଦାବି କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ଫଳପ୍ରଦ ହୋଇନଥିବା ସଂଘ ଅଭିଯୋଗ କରିଛି । ଯାହାକୁ ନେଇ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଯୋଜିତ କରାଯାଇଥିଲେ । ସମ୍ମିଳନୀରେ ସେମାନେ ଆଗାମୀ ୧୪ ତାରିଖରୁ କାର୍ଯ୍ୟବନ୍ଦ ସାଙ୍ଗକୁ ରାଜ୍ୟରେ ଏୟାରଟେଲ ମୋବାଇଲ ସେବା ଓ ଇଣ୍ଟରନେଟ ସେବା ଠପ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନା ଅନୁସାରେ, ଇନଫ୍ରାଟେଲରେ ଆଜିକୁ ୧୬ ବର୍ଷ ହେବ ରାଜ୍ୟର କୋଣ, ଅନୁକୋଣରେ ଶତାଧିକ ଯୁବକ ମାନେ ଟେକନିସିଆନ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଯାହା ରାଜ୍ୟରେ ନେଟୱାର୍କ ଓ ଇଣ୍ଟରନେଟ ସେବା ଯୋଗାଇ ଆସୁଥିଲେ l ତେବେ ଗତ ଫେବୃଆରୀ ୨୭ ତାରିଖରୁ ଇନଫ୍ରାଟେଲ ଅଧୀନରେ କାମ କରୁଥିବା ଟେକନିସିଆନମାନଙ୍କୁ କମ୍ପାନୀ ମାଧ୍ୟମରେ କାମ ନକରି ଠିକାଦାର ମାଧ୍ୟମରେ କାମ କରିବା ପାଇଁ ଚିଠି ଆସିଥିଲା l ଯାହା ଫଳରେ ସିଧାସଳଖ କମ୍ପାନୀ ମାଧ୍ୟମରେ କାମ କରୁଥିବା ଟେକନିସିଆନ ମାନେ କମ୍ପାନୀ ତରଫରୁ ପାଉଥିବା ସମସ୍ତ ସୁବିଧାରୁ ବଞ୍ଚିତ ହେବେ l ଯାହାର ପ୍ରତିବାଦ କରିଛି ଅଲଓଡିଶା ଇନଫ୍ରାଟେଲ କଣ୍ଟ୍ରାଚ୍ୟୁଆଲ ଟେକନିସିଆନ ଆସୋସିଏସନ । ଏହି ନିଷ୍ପତ୍ତି ଉପରେ ରହିତାଦେଶ ପାଇଁ ଇଣ୍ଡସ ଟାୱାର ଲିମିଟେଡକୁ ଦାବି କରାଯାଇଥିଲା l ହେଲେ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଟେକନିସିଆନ ମାନଙ୍କ କୌଣସି ଦାବିକୁ ଗ୍ରହଣ କରି ନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ଓଷ୍ଟାର ଚେତାବନୀ; ମାଟ୍ରିକ ଖାତାଦେଖା ଓ ନିର୍ବାଚନରେ କରିବେନି ସହଯୋଗ

ରାଜ୍ୟର ବିଭିନ୍ନ ଅଞ୍ଚଳରେ କାମ କରୁଥିବା ଟେକନିସିଆନ ମାନଙ୍କ ଉପରେ ଅତ୍ୟାଚାର ହେଉଥିବା କୁହାଯାଇଛି । ଯାହାକୁ ନେଇ ଆଜି କାମାକ୍ଷାନଗର ଠାରେ ଏକ ପ୍ରେସମିଟ ମାଧ୍ୟମରେ ଇଣ୍ଡସ ଟାୱାର ଲିମିଟେଡ କମ୍ପାନୀକୁ ଚେତାବନୀ ଦେଇଛନ୍ତି ରାଜ୍ୟର ଟେକନିସିଆନ ସଂଘ l ତେବେ ଯଦି କମ୍ପାନୀ ତରଫରୁ ତୁରନ୍ତ ସେମାନଙ୍କ ସ୍ବାର୍ଥରେ କୌଣସି ନିଷ୍ପତ୍ତି ଗ୍ରହଣ କରାନଯାଏ ତାହେଲେ ଆଗାମୀ ୧୪ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଯିବ । ତାସହ ସାରା ରାଜ୍ୟରେ ଏୟାରଟେଲ ମୋବାଇଲ ସେବା ଓ ଇଣ୍ଟରନେଟ ସେବା ଠପ କରିବା ପାଇଁ ଟେକନିସିଆନ ସଙ୍ଘ ଚେତାବନୀ ଦେଇଛି l ଏବଂ ଏଥିପାଇଁ ଇଣ୍ଡସ ଟାୱାର ଲିମିଟେଡ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବା ନେଇ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି l

ଇଟିଭି ଭାରତ, ଢ଼େଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.