ETV Bharat / state

28ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ବ୍ଲୁ ବୁକ୍ SOP ଅନୁସାରେ ଦିଆଯିବ ସୁରକ୍ଷା - ଓଡ଼ିଶା ଗସ୍ତ

President Murmu Odisha visit: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା । ବ୍ଲୁବୁକ୍ ଏସଓପି ଅନୁସାରେ ଦିଆଯିବ ସୁରକ୍ଷା । ଅଧିକ ପଢନ୍ତୁ

President Murmu Odisha visit
President Murmu Odisha visit
author img

By ETV Bharat Odisha Team

Published : Feb 26, 2024, 2:46 PM IST

President Murmu Odisha visit

ଭୁବନେଶ୍ବର: ଆସନ୍ତା 28 ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁଙ୍କ ଏହା 4 ଦିନିଆ ଗସ୍ତ । ୪ ଦିନିଆ ଗସ୍ତରେ ୪ ଜିଲ୍ଲାରେ ରହିଛି କାର୍ଯକ୍ରମ । ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ କଡାକଡି ବ୍ୟବସ୍ଥା କରାଯିବ । ଏନେଇ ଓଡିଶା ପୋଲିସ ପକ୍ଷରୁ ବ୍ଲୁବୁକ ଅନୁଯାୟୀ ସୁରକ୍ଷା ପ୍ରଦାନ କରାଯିବ ।

ସୂଚନା ଅନୁସାରେ, ଆସନ୍ତା ୨୮ ତାରିଖରେ ମୟୂରଭଞ୍ଜରେ କାର୍ଯକ୍ରମ ଶେଷ ପରେ ୨୯ ତାରିଖରେ ଭୁବନେଶ୍ୱରରେ କାର୍ଯକ୍ରମ ରହିଛି । ବାଣୀବିହାର ଉତ୍କଳ ବିଶ୍ବବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ରାଜଭବନରେ ରାତ୍ରି ରହଣି ପରେ ପରଦିନ କଟକ ସ୍ଥିତ ଇନଡୋର ଷ୍ଟାଡିୟମରେ ବ୍ରହ୍ମକୁମାରୀ କାର୍ଯକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏନେଇ କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

କଟକ ଡିସିପିଙ୍କ ନେତୃତ୍ବରେ ୪ଜଣ ଅତିରିକ୍ତ ଡିସିପି ଓ ୧୦ଜଣ ଏସିପି ୨୯ଜଣ ଇନସ୍ପେକ୍ଟର ଓ ୯୬ଜଣ ଏସଆଇ ଏଏସଆଇ ମିଶି ୨୦୦ ପ୍ଲାଟୁନ୍ ପୋଲିସ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଛି । ରାସ୍ତାର ଉଭୟ ପାର୍ଶକୁ ବ୍ୟାରିକେଡ଼ ସହ ସହରର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: 29ରେ ଆସୁଛନ୍ତି ରାଷ୍ଟ୍ରପତି, ଖିଚିଂ କୀଚକେଶ୍ବରୀ ମନ୍ଦିର କରିବେ ପରିଦର୍ଶନ

ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, " ଜନସାଧାରଣଙ୍କ ଯାତାୟତକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯିବ । ସୁରକ୍ଷା ଓ ମଞ୍ଚସ୍ଥଳର ସୁରକ୍ଷା ନେଇ ୩ଟି କ୍ବିକ୍ ରେସପନ୍ସ ଟିମ୍, ୨ଟି ସ୍ପେସାଲ ଟାକ୍ସିକାଲ ୟୁନିଟ୍ ମଧ୍ୟ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ ରହିବେ । ସେହିଭଳି ଟ୍ରାଫିକ କନଷ୍ଟେବଳ ସହ ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ଅନ୍ୟପଟେ ସଭାସ୍ଥଳରେ ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିମନ୍ତ୍ରିତ ଅତିଥିଙ୍କୁ ମଞ୍ଚସ୍ଥଳକୁ ଆସିବା ପୂର୍ବରୁ ଆଇଡି କାର୍ଡ ପାସ ବା ଭେରିଫିକେସନ କରାଯିବ । କାର୍ଯ୍ୟସ୍ଥଳରେ ଖାଦ୍ୟ ପେୟର ବ୍ୟବସ୍ଥା ପାଇଁ ପୂର୍ବ ନିର୍ଦ୍ଧାରିତ ଅନୁସାରେ ଏକ ପ୍ରୋଟୋକଲରେ ଯାଞ୍ଚ ହେବ । ଅନ୍ୟପଟେ ଖାଦ୍ୟ ଯାଞ୍ଚ ପାଇଁ ଟିମ୍ ସହିତ ଡାକ୍ତରୀ ଦଳ ମଧ୍ୟ ଉପସ୍ଥିତ ରହିବେ । ଏନେଇ ରାଜଭବନଠାରୁ ବାଣିବିହାର ଓ କଟକ ଗସ୍ତ ପର୍ଯନ୍ତ ଚାରିଆଡ଼େ ଟ୍ରାଫିକ ପରିଚାଳନାକୁ ବିଶେଷ ଫୋକସ ଦିଆଯାଇଛି। ଦିନ ସମୟରେ କାର୍ଯକ୍ରମ ରହିଥିବାରୁ ଲୋକଙ୍କ ଯାତାୟତକୁ ଗୁରୁତ୍ବ ଦିଆଯିବ । ଅନ୍ୟପଟେ ଆସନ୍ତା ୨୭ତାରିଖରେ କାରକେଡ ରିହଲସଲ କାର୍ଯକ୍ରମ ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.