ETV Bharat / state

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଶେଷ ଦିନ, ଜାଣନ୍ତୁ କ'ଣ ରହିଛି ମହାମହିମଙ୍କ କାର୍ଯ୍ୟକ୍ରମ ? - President Visit NISER

President to attend 13th Graduation Ceremony of NISER: ଆଜି ନାଇଜରର ତ୍ରୟୋଦଶ ସ୍ନାତକ ସମାରୋହ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । 4ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସନ୍ଧ୍ୟାରେ ଆଜି ଦିଲ୍ଲୀ ଫେରିଯିବେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 9, 2024, 8:57 AM IST

President Droupadi Murmu
President Droupadi Murmu (@rashtrapatibhvn)

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା ଗସ୍ତର ଆଜି ଶେଷ ଦିନ । ଆଜି ପୂର୍ବାହ୍ନରେ ଜଟଣୀ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ‘ନାଇଜର’ର ତ୍ରୟୋଦଶ ସ୍ନାତକ ସମାରୋହ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ କାର୍ଯ୍ୟ ସମାପନ ପରେ ସିଧା ବିମାନବନ୍ଦର ଅଭିମୁଖେ ଯାତ୍ରା କରି ବାୟୁସେନା ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ଏହା ପୂର୍ବରୁ ତିନିଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ରଥଯାତ୍ରାରେ ସାମିଲ ହୋଇଥିଲେ ମହାମହିମ ।

PRESIDENT ODISHA VISIT
PRESIDENT ODISHA VISIT (@rashtrapatibhvn)

ଏହା ମଧ୍ୟ ପଢନ୍ତୁ-ଉଦୟଗିରି ଗୁମ୍ଫା ବୁଲିଲେ ମହାମହିମ, ମନେ ପକାଇଲେ ପିଲା ଦିନର ସ୍ମୃତି - President Visits Udayagiri Caves

ଉଦୟଗିରି ଗୁମ୍ଫା ବୁଲିଥିଲେ ରାଷ୍ଟ୍ରପତି: ଗସ୍ତର ତୃତୀୟ ଦିନରେ ଭୁବନେଶ୍ବରରେ ଉଦୟଗିରି ଗୁମ୍ଫା ବୁଲିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ଉଦୟଗିରି ପରିଦର୍ଶନ କରିଥିଲେ ମହାମହିମ । ଅତୀତର ସ୍ମୃତି ମନେ ପକାଇ ଉଦୟଗିରିର ଶିଳା ଲେଖା, ଗୁମ୍ଫା, ଉତ୍କଳର ଉନ୍ନତ କଳାର ପ୍ରତୀକ ବୋଲି କହିଥିଲେ । କଳାର ସଂରକ୍ଷଣ କରିବା ଉଚିତ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦୟଗିରି ଅଗଣାରେ ଛିଡା ହୋଇ ହାତୀ ଗୁମ୍ଫା ଶିଳା ଲେଖ ଦେଖିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ଉଦୟଗିରିର ଗୁମ୍ଫା ଏବଂ ହାତୀ ଗୁମ୍ଫା ଶିଳା ଲେଖା ପରିଭ୍ରମଣ କରାଇବା ପାଇଁ ଏଏସଆଇ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଦାୟିତ୍ଵ ମିଳିଥିଲା ।

ଛାତ୍ରଛାତ୍ରୀଙ୍କ ସହ ଆଲୋଚନା: ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଭୁବନେଶ୍ୱରରେ ପାଠ ପଢ଼ିବା ସମୟର ସ୍ମୃତି ମନେ ପକାଇଥିଲେ ରାଷ୍ଟ୍ରପତି । ସ୍ବତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମରେ ୫୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଛାତ୍ରଛାତ୍ରୀଙ୍କୁ ସାଦରେ ସ୍ନେହ ସହକାରେ ଆଶୀର୍ବାଦ ଦେଇଥିଲେ ମହାମହିମ ।

ଏହା ମଧ୍ୟ ପଢନ୍ତୁ-ପୁରୀ ବେଳାଭୂମିରେ ମର୍ଣ୍ଣିଂ ଓ୍ୱାକ୍‌ କଲେ ରାଷ୍ଟ୍ରପତି; ପ୍ରକୃତି ପ୍ରେମରେ ହଜାଇ ଦେଲେ ନିଜକୁ, ପ୍ରକୃତି ସୁରକ୍ଷା ବାର୍ତ୍ତା ଦେଲେ - president puri visit

ବେଳାଭୂମି ବୁଲିରେ ରାଷ୍ଟ୍ରପତି: ରବିବାର ମହାପ୍ରଭୁଙ୍କ ରଥଟାଣିବା ପରେ ସୋମବାର ସକାଳୁ ପୁରୀ ସମୁଦ୍ରକୂଳରେ ପ୍ରାତଃ ଭ୍ରମଣ କରିଥଲେ ମହାମହିମ । ପ୍ରାତଃ ଭ୍ରମଣ କରିବା ସହ ସମୁଦ୍ରର ସୌନ୍ଦର୍ଯ୍ୟକୁ ବଖାଣିବା ସହ ପରିବେଶ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏଥିସହ ପରିବେଷ ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.