ETV Bharat / state

ଜନ୍ମମାଟିକୁ ୩ ରେଳପଥ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ - PRESIDENT DROUPADI MURMU

ପୂରଣ ହେଲା ଗୃହ ଜିଲ୍ଲା ମୟୂରଭଞ୍ଜର ଦୀର୍ଘବର୍ଷର ରେଳ ସ୍ବପ୍ନ । ୩ ନୂଆ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଜନ୍ମମାଟିକୁ ବଡଭେଟି ଦେଲେ ରାଷ୍ଟ୍ରପତି, 3 ରେଳପଥର କଲେ ଶିଳାନ୍ୟାସ
ଜନ୍ମମାଟିକୁ ବଡଭେଟି ଦେଲେ ରାଷ୍ଟ୍ରପତି, 3 ରେଳପଥର କଲେ ଶିଳାନ୍ୟାସ (ETV Bharat Odisha)
author img

By ETV Bharat Odisha Team

Published : Dec 7, 2024, 6:07 PM IST

ରାଇରଙ୍ଗପୁର (ମୟୂରଭଞ୍ଜ): ଗୃହଜିଲ୍ଲା ମୟୂରଭଞ୍ଜର ଦୀର୍ଘବର୍ଷର ସ୍ବପ୍ନ ପୂରଣ କରିଛନ୍ତି ରାଷ୍ଟ୍ରପତି । ଜନ୍ମମାଟି ରାଇରଙ୍ଗପୁର ଗସ୍ତର ଶେଷ ଦିନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନୋଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଗୁଡିକ ହେଲା ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ଚାକୁଳିଆ ଓ ବାଦାମପାହାଡ-କେନ୍ଦୁଝର ରେଳ ସଂଯୋଗୀକରଣ । ମୋଟ ୬,୨୯୪ କୋଟି ଟଙ୍କା ବିନିମୟରେ ଏହି ତିନି ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ।

  • ସୁପର-ସ୍ପେଶାଲିଟି ହସ୍ପିଟାଲ ଓ ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ

ଏହା ସହ ରାଷ୍ଟ୍ରପତି ଉକ୍ତ କାର୍ଯ୍ୟକ୍ରମ ମଞ୍ଚରୁ ଭିଡିଓ କନଫରେନ୍ସି ମାଧ୍ୟମରେ ରାଇରଙ୍ଗପୁରରେ ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନ ବନ୍ଦରର ଉନ୍ନତିକରଣ, ଏବଂ ଉପଖଣ୍ଡ ଚିକିତ୍ସାଳୟକୁ ସୁପର-ସ୍ପେଶାଲିଟି ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାଙ୍ଗିରିପୋଷିରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଧ୍ୟ ଉପସ୍ଥିତ ଥିଲେ ।

ଜନ୍ମମାଟିକୁ ବଡଭେଟି ଦେଲେ ରାଷ୍ଟ୍ରପତି, 3 ରେଳପଥର କଲେ ଶିଳାନ୍ୟାସ (ETV Bharat Odisha)
  • କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ, ସାଂସଦ ଓ ବିଧାୟକ

ପୂର୍ବାହ୍ନ ୧୦ଟାରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନରୁ ବାହାରି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାଙ୍ଗିରିପୋଷି ପହଞ୍ଚି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ, କେନ୍ଦ୍ର ଜନଜାତି ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟର ଦୁଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଗଣେଶ ରାମ ସିଂ ଖୁଣ୍ଟିଆ, ୪ ଜଣ ସାଂସଦ ମମତା ମହାନ୍ତ, ନବ ଚରଣ ମାଝୀ, ପ୍ରତାପ ଷଢଙ୍ଗୀ ଓ ଅନନ୍ତ ନାଏକ, ସ୍ଥାନୀୟ ବିଧାୟିକା ସଞ୍ଜଳୀ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅଧିକାରୀଙ୍କ ମଧ୍ୟରେ ଦକ୍ଷିଣ-ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର, ମୟୂରଭଞ୍ଜ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଗଣ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

  • 3 ରେଳ ପ୍ରକଳ୍ପ ସମ୍ପର୍କରେ...
  1. ବାଙ୍ଗିରିପୋଷି-ଗୋରୁମହିଷାଣି
  2. ବୁଡାମରା-ଚାକୁଳିଆ
  3. ବାଦାମପାହାଡ-କେନ୍ଦୁଝର

ବୁଢ଼ାମରାରୁ ଚାକୁଲିଆ ନୂତନ ରେଳ ଲାଇନ ହେଉଛି ୬୦ କିଲୋମିଟର ଲମ୍ବ । ଏହି ଲାଇନଟି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ସହ ଝାଡ଼ଖଣ୍ଡର ସିଂହଭୁମ ଜିଲ୍ଲାକୁ ସଂଯୋଗ କରିବ । ଏହି ପ୍ରକଳ୍ପରେ ଆନୁମାନିକ ୧,୬୩୯ କୋଟି ଟଙ୍କା ବ୍ୟୟ ହେବ । ଏଥି ସହିତ ଦୀର୍ଘ ଦିନରୁ ରାଇରଙ୍ଗପୁରବାସୀଙ୍କ ଦାବି ଥିବା ବାଦାମପାହାଡ଼ରୁ କେନ୍ଦୁଝର ନୂତନ ରେଳ ଲାଇନର ଦୂରତା ପ୍ରାୟ ୮୨ କିଲୋମିଟର ଥିବା ବେଳେ, ଏଥିରେ ଆନୁମାନିକ ୨,୧୦୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରିବ । ଅନ୍ୟ ଏକ ପ୍ରକଳ୍ପ, ବାଙ୍ଗିରିପୋଷିରୁ ଗୋରୁମହିଷାଣି ନୂତନ ରେଳ ଲାଇନର ଲମ୍ବ ୮୬ କିଲୋମିଟର ରହିଛି । ଉକ୍ତ ରେଳ ଲାଇନ ପାଇଁ ଆନୁମାନିକ ୨,୫୪୯ କୋଟି ଟଙ୍କା ବ୍ୟୟ ହେବ । ଏହି ଲାଇନ ପ୍ରକଳ୍ପ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀରୁ ବାଙ୍ଗିରିପୋଷିକୁ ସଂଯୋଗ କରିବ । ଏହି ତିନୋଟି ରେଳପଥରେ ଟ୍ରେନ ଗଡିଲେ, ଏ ଅଞ୍ଚଳରବାସୀ ରେଳ ସୁବିଧା ପାଇପାରିବେ ।

ଜନ୍ମମାଟିକୁ ବଡଭେଟି ଦେଲେ ରାଷ୍ଟ୍ରପତି, 3 ରେଳପଥର କଲେ ଶିଳାନ୍ୟାସ
ଜନ୍ମମାଟିକୁ ବଡଭେଟି ଦେଲେ ରାଷ୍ଟ୍ରପତି, 3 ରେଳପଥର କଲେ ଶିଳାନ୍ୟାସ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବେ ରାଷ୍ଟ୍ରପତି

ଏହା ମଧ୍ୟ ପଢ଼ନ୍ତୁ-'ଉପରବେଡ଼ା ଗାଁ ନୁହେଁ, ମୋ ପରିବାର'; ଜନ୍ମମାଟିକୁ ଏଭଳି କହିଲେ ରାଷ୍ଟ୍ରପତି

ଏହା ମଧ୍ୟ ପଢନ୍କୁ- ଜନ୍ମମାଟି ଯିବେ ରାଷ୍ଟ୍ରପତି: ସଜେଇ ହେଉଛି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ

  • ଶିକ୍ଷା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏହି ପ୍ରକଳ୍ପ:-

ଏହି ତିନୋଟି ରେଳ ଲାଇନର ସଂଯୋଗୀକରଣ ଦ୍ବାରା ବ୍ୟବସାୟ ବଢିବା ସହ ସ୍ଥାନୀୟ ଅର୍ଥନୀତି ମଧ୍ୟ ସୁଦୃଢ ହେବ । ଏହି ରେଳ ଯୋଗାଯୋଗ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଶିଳ୍ପକ୍ଷେତ୍ରକୁ ବଳ ଯୋଗାଇବା ସହ ଏହା ଦ୍ବାରା ସ୍ଥାନୀୟ ଲୋକମାନେ ନୂତନ ନିଯୁକ୍ତି ପାଇବାର ସୁଯୋଗ ପାଇବେ । ଏହା ବ୍ୟତୀତ ପରିବହନର ଏହି ନୂତନ ଧାରା ଅଞ୍ଚଳରେ ଚିକିତ୍ସା ଓ ଶିକ୍ଷାଗତ ସୁଯୋଗକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏହା ମଧ୍ୟ ପଢନ୍ତୁ :- ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବେ ରାଷ୍ଟ୍ରପତି

ଏହା ମଧ୍ୟ ପଢନ୍ତୁ:- ଦିଅର ହାତରୁ ମୁଢ଼ି ଗ୍ରହଣ କଲେ ରାଷ୍ଟ୍ରପତି, ଝିଆରୀକୁ ଦେଲେ ଚକୋଲେଟ୍

  • ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

କାର୍ଯ୍ୟକ୍ରମ ଶେଷରେ ରାଷ୍ଟ୍ରପତି ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ କଲେଇକୁଣ୍ଡାରେ ପହଞ୍ଚିଥିଲେ । ସେଠାରୁ ବାୟୁସେନା ସ୍ବତନ୍ତ୍ର ବିମାନପରେ ନୂଆଦିଲ୍ଲୀ ଫେରିଯାଇଛନ୍ତି । ଚଳିତମାସ ତିନି ତାରିଖରେ 5 ଦିନିଆ ଓଡିଶା ଗସ୍ତରେ ଭୁବନେଶ୍ବରରେ ପହଞ୍ଚିଥିଲେ ରାଷ୍ଟ୍ରପତି । 4 ତାରିଖରେ ପୁରୀ ବ୍ଲୁ-ଫ୍ଲାଗ ବିଚରେ ଆୟୋଜିତ ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ପରେ ରାଜଧାନୀରେ ମଧ୍ୟ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଗୃହଜିଲ୍ଲା ମୟୂରଭଞ୍ଜରେ ପହଞ୍ଚିଥିଲେ । ଆଜି 5 ଦିନିଆ ଗସ୍ତ ସାରି ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.