ETV Bharat / state

ଆଗକୁ ନିର୍ବାଚନ ଏବେଠୁ ପୋଲିସର ଟେନସନ, ଟ୍ବିନି ସିଟିରେ ୨୭୧ଟି ସମ୍ବେଦନଶୀଳ ବୁଥ୍ - commissionerate police

Commissionerate Police: ରାଜଧାନୀରେ ଉଷ୍ଣ ହେଲାଣି ନିର୍ବାଚନୀ ପାରଦ । ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ନିର୍ବାଚନ ପାଇଁ ଚିନ୍ତାରେ କମିସନରେଟ ପୋଲିସ । ଅଧିକ ପଢନ୍ତୁ

ଆଗକୁ ନିର୍ବାଚନ ଏବେଠୁ ପୋଲିସର ଟେନସନ, ଟ୍ବିନି ସିଟିରେ ୨୭୧ ସମ୍ବେଦନଶୀଳ ବୁଥ୍

author img

By ETV Bharat Odisha Team

Published : Mar 25, 2024, 10:47 PM IST

ଆଗକୁ ନିର୍ବାଚନ ଏବେଠୁ ପୋଲିସର ଟେନସନ, ଟ୍ବିନି ସିଟିରେ ୨୭୧ ସମ୍ବେଦନଶୀଳ ବୁଥ୍

ଭୁବନେଶ୍ବର: ରାଜଧାନୀରେ ସରଗରମ ହେଲାଣି ନିର୍ବାଚନୀ ମାହୋଲ । ରୋଡ ସୋ ପଦଯାତ୍ରା ସହ ନେତାଙ୍କ ଜମିଲାଣି ପ୍ରଚାର । ସେପଟେ ନିର୍ବାଚନ ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ । ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କମିସନରେଟ ପୋଲିସ । ଦୈତନଗରୀରେ ଥିବା ୨୭୧ଟି ସମ୍ବେଦନଶୀଳ ବୁଥ ପୋଲିସ ପାଇଁ ଟେନସନ ବଢ଼ାଉଛି । ଏନେଇ ଆଜି(ସୋମବାର) ଦିନ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଅଫିସରଙ୍କୁ ସମ୍ବେଦନଶୀଳ ବୁଥ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜନୈତିକ ଦଳ ଓ ସେମାନଙ୍କର ପ୍ରଚାର ପଦଯାତ୍ରା ସମୟରେ କିପରି ଉପଯୁକ୍ତ ସୁରକ୍ଷା ଯୋଗାଇବ ଏବଂ କର୍ମୀଙ୍କ ଭିତରେ ଯେପରି ମୁହାଁମୁହିଁ ପରିସ୍ଥିତି ନ ଉପୁଜିବ ସେଥିପାଇଁ ଗୁରୁତ୍ବ ଦେବାକୁ କୁହାଯାଇଛି । ସେହିପରି ପୋଷ୍ଟର ହୋର୍ଡିଂ ଲଗାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ବୋମାମାଡ ଭଳି ପରିସ୍ଥିତି ନ ଉପୁଜିବା ଦିଗ ଉପରେ ଫୋକସ ଦିଆଯାଇଛି । ନିର୍ବାଚନ ସମୟରେ ଫ୍ଲାଇଙ୍ଗ ସ୍କ୍ବାଡ ,ଏସଏସଟି ବା ଷ୍ଟାଟିକ ସର୍ଭିଲାନସ ଟିମ୍ ଓ ଭିଡିଓ ସର୍ଭିଲାନସ ଟିମ୍,ପୋଲିସ କୁଇକ ଆକ୍ସନ ଟିମ୍ କିଭଳି ସମନ୍ବୟ ରକ୍ଷା କରି କାମ କରିବେ ସେନେଇ ଗୁରୁତ୍ଵାରୋପ କରଯାଇଛି ।

ତେବେ ଦୈତନଗରରୀରେ ମୋଟ ୧୮୩୯ଟି ବୁଥ ରହିଛି । ସେଥିମଧ୍ୟରୁ ୨୭୧ଟି ବୁଥ ସମ୍ବେଦନଶୀଳ ରହିଛି । କଟକରେ ୭୨୨ଟି ବୁଥ ଥିବାବେଳେ ସେଥିମଧ୍ୟରୁ ୧୨୨ଟି ସମ୍ବେଦନଶୀଳ ବୁଥ ରହିଛି ।ସେହିପରି ଭୁବନେଶ୍ବରରେ ୫ଟି ନିର୍ବାଚନ ମଣ୍ଡଳୀଳର ୧୧୧୭ଟି ବୁଥରୁ ୧୪୯ଟି ବୁଥ ସମ୍ବେଦନଶୀଳ ରହିଛି ।ଯେଉଁଥିରୁ କେବଳ ଜଟଣୀ ନିର୍ବାଚନ ମଣ୍ଡଳୀର ୨୦୫ଟି ବୁଥ ରହିଛି ସେଥିମଧ୍ୟରୁ ୩୫ଟି ସମ୍ବେଦନଶୀଳ ବୁଥ ରହିଛି ‌। ସେହିପରି ମଧ୍ୟ ନିର୍ବାଚନ ମଣ୍ଡଳୀର ୧୯୯ଟି ବୁଥ ରହିଛି ସେଥି ମଧ୍ୟରୁ ୩୨ଟି ସମ୍ବେଦନଶୀଳ ବୁଥ ରହିଛି । ସେପଟେ ଉତ୍ତର ନିର୍ବାଚନ ମଣ୍ଡଳୀର ୨୪୯ଟି ବୁଥରୁ ୨୭ଟି ବୁଥ ସମ୍ବେଦନଶୀଳ ବୁଥ ରହିଛି ।ଏକାମ୍ର ନିର୍ବାଚନମଣ୍ଡଳୀରେ ୨୨୮ବୁଥ ଭିତରୁ ୨୯ଟି ବୁଥ ସମ୍ବେଦନଶୀଳ ରହିଛି ।ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀର ୨୩୬ଟି ବୁଥରୁ ୨୬ଟି ସମ୍ବେଦନଶୀଳ ବୁଥ ରହିଛି ।

ଏହା ମଧ୍ୟ ପଢନ୍ତୁ .......ନିର୍ବାଚନ ପୂର୍ବରୁ ପିପିଲିରେ ପୋଲିସ ଫ୍ଲାଗମାର୍ଚ୍ଚ

ଏନେଇ ପୋଲିସ କମିଶନର କହିଛନ୍ତି ଯେ, ଭୁବନେଶ୍ବର ସମସ୍ତ ଥାନା ଅଧିକାରୀ ,ଏସିପିଙ୍କ ସହ ହେଡକ୍ବାଟର ଅଫିସରଙ୍କ ସହ ନିର୍ବାଚିତ ସମପର୍କିତ ବୈଠକରେ ଆଲୋଚନା କରାଯାଇଛି । ଭୁବନେଶ୍ବର ସର୍ବାଧିକ ୧୧୪୭ଟି ବୁଥରୁ ୧୪୯ଟି ସମ୍ବେଦନଶୀଳ ରହିଛି । ସମ୍ବେଦନଶୀଳ ବୁଥରେ କ'ଣ ପଦକ୍ଷେପ ନିଆଯିବ ସେନେଇ ଆଲୋଚନା ହୋଇଛି । ୪୦୦ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥାନାରେ ଡିପୋଜିଟ କରାଯାଇଛି । ଆଉ ବାକି ୯୬୫ଟି ବନ୍ଧୁକ ଡିପୋଜିଟ ଖୁବଶୀଘ୍ର କରାଯିବା ପାଇଁ ପ୍ରୟାସ ଚାଲିଛି । ୫୬ଜଣଙ୍କ ମଧ୍ୟରୁ ୫୪ଜଣଙ୍କ ୧୧୦ଦଫାରେ ତାଙ୍କୁ ବାଉଣ୍ଡ ଡାଉନ୍ କରାଯାଇଛି । ଶାନ୍ତିଶୃଙ୍ଖଳା ସହ ନିର୍ବାଚନା କରିବା ଆମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖୁବଶୀଘ୍ର କଟକ ପୋଲିସ ସହ ମଧ୍ୟ ବୈଠକ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.