ETV Bharat / state

ରଥଯାତ୍ରା ପାଇଁ ସମନ୍ଵୟ ବୈଠକ, ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ଆଲୋଚନା କଲା ଜିଲ୍ଲା ପ୍ରଶାସନ - RATHA YATRA 2024

author img

By ETV Bharat Odisha Team

Published : Apr 26, 2024, 9:46 PM IST

Preparatory Meeting for Ratha Yatra: ଆଜି ରଥଯାତ୍ରା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

Preparatory Meeting for Ratha Yatha
Preparatory Meeting for Ratha Yatha

ରଥଯାତ୍ରା ପାଇଁ ସମନ୍ଵୟ ବୈଠକ

ପୁରୀ: 2024 ରଥଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମନ୍ଵୟ ବୈଠକ । ଆଜି ଚଳିତ ବର୍ଷର ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ଆୟୋଜନ କରିବା ନେଇ ଏହି ବୈଠକ କରାଯାଇଥିଲା । ପୁରୀ ଟାଉନ ହଲରେ ଆଗାମୀ ରଥଯାତ୍ରା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ନେଇ ଏକ ସମନ୍ବୟ ବୈଠକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଏସପି ପିନାକ ମିଶ୍ର ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନେ ସାମିଲ ହୋଇଥିଲେ ।

ଆଗାମୀ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ଆୟୋଜନ କରିହେବ, ସ୍ବେଚ୍ଛାସେବୀ ମାନେ ନିଜର ଦାୟିତ୍ଵ କିଭଳି ଭାବେ ନିର୍ବାହ କରିବେ, ପ୍ରଶାସନ ସହିତ ତାଳମେଳ ରକ୍ଷାକରି କିଭଳି ବିଭିନ୍ନ କାର୍ଯ୍ୟକ୍ରମ ହେବ ସେନେଇ ବୈଠକରେ ବିଶେଷ ଆଲୋଚନା ହୋଇଥିଲା । ଗତ ୨୦୨୩ ରଥଯାତ୍ରା ସମୟରେ କିଛି ତ୍ରୁଟି ବିଚ୍ୟୁତି ସାମ୍ନାକୁ ଆସିଥିଲା । ତେବେ ଏହା ଯେଭଳି ଚଳିତ ବର୍ଷ ପୁନରାବୃତ୍ତି ନହୁଏ ସେନେଇ ସବିଶେଷ ଆଲୋଚନା ହୋଇଥିଲା । ସେହିପରି ପୂର୍ବ ବର୍ଷ ସ୍ବେଚ୍ଛାସେବୀ ମାନେ କ'ଣ ସବୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ଏହାକୁ କିଭଳି ସମାଧାନ କରିହେବ ସେନେଇ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ସ୍ବେଚ୍ଛାସେବୀ ମାନେ ଅବଗତ କରାଇଥିଲେ । ତେବେ ସମସ୍ତଙ୍କ ସହ ସମନ୍ବୟ ରଖାଯାଇ ସୂଚାରୁରୂପେ କାର୍ଯ୍ୟ କରାଗଲେ ଚଳିତ ରଥଯାତ୍ରା ସଫଳ ହୋଇପାରିବ ବୋଲି ସ୍ବେଚ୍ଛାସେବୀ ମାନେ କହିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ..ରଥଯାତ୍ରା ପ୍ରସ୍ତୁତି ବୈଠକ, ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ - Ratha Yatha Preparatory Meeting

ପୁରୀ ଏସପିଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ରଥଯାତ୍ରାରେ ପ୍ରଶାସନ ଦ୍ବାରା ବଡ଼ଦାଣ୍ଡରେ ସ୍ଥିରିକୃତ ହୋଇଥିବା ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ । ସେହିପରି ରନ୍ଧା ଖାଦ୍ୟ ବଣ୍ଟନ କରିବାକୁ ଚାହୁଁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନେ ପ୍ରଶାସନ ପକ୍ଷରୁ ଅନୁମତି ନେଇ ଏହି ବଣ୍ଟନ କାର୍ଯ୍ୟ କରିବେ । ବଡ଼ଦାଣ୍ଡରେ କିଭଳି ଭାବେ ସଠିକ ଢଙ୍ଗରେ ଆମ୍ବୁଲାନ୍ସ ଚଳପ୍ରଚଳ କରିପାରିବ, ଅସୁସ୍ଥ ବ୍ୟକ୍ତିମାନଙ୍କୁ କିଭଳି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ନିକଟକୁ ନିଆଯାଇ ପାରିବ ସେ ଦିଗରେ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ସ୍ବେଚ୍ଛାସେବୀ । କର୍ଡନ ପାସକୁ ନିୟନ୍ତ୍ରିତ କରାଯାଇ ସୀମିତ ଲୋକଙ୍କୁ କର୍ଡନ ଭିତରକୁ ଛଡାଯିବା ସହ ଟ୍ରାନିଜିଟ୍ ପାସ୍ ପାଇଁ ପୋଲିସ ପକ୍ଷରୁ ସବୁ ସହାୟତା ଯୋଗାଇଦେବା ପାଇଁ ସ୍ବେଚ୍ଛାସେବୀ ଅନୁରୋଧ କରିଛନ୍ତି । ରଥଯାତ୍ରାରେ ନିୟୋଜିତ ସ୍ବେଚ୍ଛାସେବୀଙ୍କୁ ରଥଯାତ୍ରା ପରେ ତାଙ୍କର ସେବା ମୂଳକ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ଉଚିତ ବୋଲି ସ୍ବେଚ୍ଛାସେବୀ ମତ ପ୍ରକାଶ କରିଛନ୍ତି ।

ନିୟମିତ ଖାଦ୍ୟ ଗୁଡ଼ିକର ଯାଞ୍ଚ, ବ୍ୟାପକ ପରିମାଣରେ ଡଷ୍ଟବିନ୍ ଯୋଗାଇଦେବା ନେଇ ମଧ୍ୟ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ସ୍ବେଚ୍ଛାସେବୀ । ତେବେ ରଥଯାତ୍ରା ପୂର୍ବରୁ ସମସ୍ତ ପାସ୍ ଏବଂ ଅନୁମତି ପତ୍ର ନେବାକୁ ପରାମର୍ଶ ଦେଇଛନ୍ତି ପୁରୀ ଏସପି । ବଡ଼ଦାଣ୍ଡରେ ଏବଂ ସମୁଦ୍ର କୂଳରେ ଭିଡ ନିୟନ୍ତ୍ରଣ, ଖାଦ୍ୟ ବଣ୍ଟନ, ପାନୀୟ ଜଳ ବଣ୍ଟନ, ଜଳ ସିଞ୍ଚନ, ପରିଷ୍କାର ପରିଚ୍ଛନ୍ନ କାର୍ଯ୍ୟ ଏସବୁରେ ସ୍ବେଚ୍ଛାସେବୀ ମାନେ ପୋଲିସ ସହିତ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରତିବର୍ଷ ହଜାର ହଜାର ସ୍ବେଚ୍ଛାସେବୀ ମାନେ ଆସୁଥିବା ବେଳେ ସେମାନେ କିଭଳି ବିନା ବାଧାରେ ସେବା ଯୋଗାଇ ପାରିବେ ସେଦିଗରେ ପୁରୀ ଜିଲ୍ଲା ପ୍ରଶାସନ ଅଧିକ ଦୃଷ୍ଟିଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।‌

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.