ETV Bharat / state

୨୨ରୁ ଯୋରନ୍ଦା ମାଘମେଳା, ସଫଳ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

author img

By ETV Bharat Odisha Team

Published : Feb 10, 2024, 10:41 AM IST

Joranda Mela: ଢେଙ୍କାନାଳର ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ଦ୍ଵିତୀୟ ପ୍ରସ୍ତୁତି ବୈଠକ । 22ରୁ ତିନି ଦିନିଆ ମେଳା । ଅଧିକ ପଢନ୍ତୁ

Joranda Mela
ଯୋରନ୍ଦା ମାଘମେଳା
ଯୋରନ୍ଦା ମାଘମେଳା

ଢେଙ୍କାନାଳ : ପାଖେଇ ଆସୁଛି ଢେଙ୍କାନାଳର ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଏନେଇ ଗତକାଲି(ଶୁକ୍ରବାର) ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ 22 ରୁ 24 ତାରିଖ ଯାଏଁ ତିନି ଦିନ ଧରି ଏହି ମେଳା ଅନୁଷ୍ଠିତ ହେବ l ଏହି ପ୍ରରିପ୍ରେକ୍ଷୀରେ ମହିମା ଧର୍ମକୁ ପ୍ରଚାର ପ୍ରସାର କରି ମହିମା ଧର୍ମର ଗାରିମା ବୃଦ୍ଧି କରିବାକୁ ଜିଲ୍ଲାପାଳ କହିଛନ୍ତି ।

ମେଳା ଆୟୋଜନରେ ପୋଲିସ ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଆରକ୍ଷୀ ଅଧ‌ୀକ୍ଷକ ମଡକର ସନ୍ଦୀପ ସଂପଦ କହିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା, ଯାନବାହାନ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ନିଶା ଦ୍ରବ୍ୟ ସେବନର ନିୟନ୍ତ୍ରଣ ନିମନ୍ତେ ବିହିତ ବ୍ୟବସ୍ଥା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ଏହି ଯାତ୍ରା ସମୟରେ ଫେବୃଆରୀ 22 ରୁ 24 ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଅଂଚଳରେ ଆଇନ ଶୃଙ୍ଖଳା ପାଇଁ ମଦ ଦୋକାନ ବନ୍ଦ ରହିବ । ସେହିପରି ମେଳାର ସୁଆୟୋଜନ ନିମନ୍ତେ ବ୍ୟବସ୍ଥିତ ଗାଡି ପାର୍କିଂ, ଆଲୋକୀକରଣ ବ୍ୟବସ୍ଥା, ନିରାପତ୍ତା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଆଶୁ ଚିକିତ୍ସା ବ୍ୟବସ୍ଥା, ନଳକୂଅ, କୂଅ, ପୋଖରୀ ବିଶୋଧନ, ମହିଳାମାନଙ୍କ ପାଇଁ ଶୌଚାଳୟ ବ୍ୟବ୍ୟସ୍ଥା, ସି ସି କ୍ୟାମେରା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଖାଉଟି ସାମଗ୍ରୀ ଓ ଜାଳେଣୀ କାଠ ଯୋଗାଣ, ନିୟନ୍ତ୍ରଣ କକ୍ଷ ସ୍ଥାପନ, ସ୍ୱତନ୍ତ୍ର ଖାଦ୍ୟ ଷ୍ଟଲ ନିର୍ମାଣ, ସୁରକ୍ଷିତ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ମେଳାରେ ଖାଦ୍ୟ ପ୍ରଦାର୍ଥ ଯାଞ୍ଚ, ମେଳାର ପ୍ରଚାର ପ୍ରସାର ଆଦି ସମ୍ପର୍କରେ ବୈଠକରେ ବିଷଦ ଆଲୋଚନା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ - ବଲାଙ୍ଗୀରରେ ଆରମ୍ଭ ହେଲା ପଲ୍ଲିଶ୍ରୀ ମେଳା, ଜମୁଛି ଖଚାଖଚ୍ ଭିଡ

ମେଳା ପ୍ରସ୍ତୁତି ବୈଠକରେ ସଦର ଉପଜିଲ୍ଲାପାଳ ସପନ କୁମାର ନନ୍ଦ ସ୍ଵାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ l ଏହି ବୈଠକରେ ବନଖଣ୍ଡ ଅଧିକାରୀ ସୁମିତ କର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା, ଗନ୍ଦିଆ ସରପଞ୍ଚ ଆରତୀ ନାୟକ, ମହିମା ଧର୍ମାନୁଲମ୍ବୀ ନିତ୍ୟାନନ୍ଦ ବାବା, ସୁଶାନ୍ତ ବାବା, ଅବଧୂତ ସୁବ୍ରତ ବାବା,ପୋଲିସ ଅଧିକାର ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.