ଭୁବନେଶ୍ବର: ହାତୀ ମୃତ୍ୟୁକୁ ରୋକିବା ପାଇଁ ଆକ୍ସନ ପ୍ଲାନ । ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଯାହା ଫଳରେ ହାତୀମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ଜଙ୍ଗଲ । ଏପଟେ ରାଜ୍ୟରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ ବନବିଭାଗ ଚିନ୍ତା ପ୍ରକଟ କରିଥିବାବେଳେ ହାଇକୋର୍ଟ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିଛନ୍ତି । ଚଳିତ ବର୍ଷ ରାଜ୍ୟରେ ହାତୀ ମୃତ୍ୟୁ ୬୦ରୁ ଅଧିକ ହୋଇଥିବାବେଳେ ଆଗକୁ କିଭଳି ଏହାକୁ ରୋକାଯାଇପାରିବ ସେନେଇ ଆକ୍ସନ ପ୍ଳାନ କରାଯାଇଛି ।
ହାତୀ ମୃତ୍ୟୁ ମାମଲା ରୋକିବା ପାଇଁ ଆକ୍ସନ ପ୍ଲାନ:
୬ ମାସ ଭିତରେ ଓଡ଼ିଶାରେ ମୃତ୍ୟୁବରଣ କରିଛନ୍ତି ପାଖାପାଖି ୫୦ରୁ ଅଧିକ ହାତୀ । ଶିକାରୀ ଗୁଳି, ଟ୍ରେନ ଲାଇନ୍, ବିଦ୍ୟୁତ୍ ଆଘାତ ଆଦିରେ ୫୦ରୁ ଅଧିକ ହାତୀଙ୍କର ମୃତ୍ୟୁ ହୋଇଛି । ଶୀତ ଦିନିଆ ହାତୀ ଗଣନା ରିପୋର୍ଟରୁ ଏହି ତଥ୍ୟ ମିଳିଛି । ଏହି ୬ ମାସ ମଧ୍ୟରେ ରାଜ୍ୟରେ ମାତ୍ର ୫ ଟି ହାତୀ ସଂଖ୍ୟା ବୃଦ୍ଧି ପାଇଛି ।
ନିଜଆଡୁ ହସ୍ତକ୍ଷେପ କରିଥିଲେ ହାଇକୋର୍ଟ:
ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ ଆଘାତରେ ୩ଟି ହାତୀଙ୍କ ମୃତ୍ୟୁ ହେବା ପରେ କୋର୍ଟ ନିଜ ଆଡୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରି ଘଟଣାରେ ହସ୍ତକ୍ଷେପ କରିଥିଲେ । ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ରାଜ୍ୟରେ କେତେ ଏବଂ କେଉଁ କାରଣରୁ ହାତୀଙ୍କର ମୃତ୍ୟୁ ଘଟିଛି, ସେନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ । କେବଳ ମୃତ୍ୟୁ ସଂଖ୍ୟା ନୁହେଁ ବରଂ ଏହାକୁ ପ୍ରତିହତ କରିବା ଦିଗରେ ସରକାର କ'ଣ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ମଧ୍ୟ ଅବଗତ କରିବାକୁ କୋର୍ଟ ଗତ ଶୁଣାଣିରେ ନିର୍ଦ୍ଦେଶ ଦେଇଥିଲେ ।
ଏହା ବି ପଢନ୍ତୁ...ଶୀତକାଳୀନ ହାତୀ ଗଣନା: ବଢ଼ିଛି ହାତୀ ସଂଖ୍ୟା, ୧୩ ଡିଭିଜନରେ ଶୂନ
ଏହା ମଧ୍ୟ ପଢନ୍ତୁ: ହାତୀ ମୃତ୍ୟୁ ନେଇ ସାଙ୍ଘାତିକ ତଥ୍ୟ; 5 ମାସରେ ମଲେଣି 40 ହାତୀ, ଶିକାର ପାଇଁ ବିଜୁଳି ସଂଯୋଗ କରୁଥିଲେ ସାବଧାନ
ରାଜ୍ୟରେ ୧୩ ଡିଭିଜନରେ ହାତୀ ଶୂନ:
ଶୀତକାଳୀନ ହାତୀ ଗଣନା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୮ଟି ସର୍କଲର ୧୩ ଟି ଡିଭିଜନରେ ଗୋଟିଏ ବି ହାତୀ ନାହାନ୍ତି । ସେହି ଡିଭିଜନ ଗୁଡ଼ିକ ହେଉଛି ବ୍ରହ୍ମପୁର ସର୍କଲର ଘୁମସୁର ସାଉଥ ଡିଭିଜନ, ଭାବନୀପାଟଣା ସର୍କଲର ଖଡ଼ିଆର ଡିଭିଜନ ଏବଂ ସୁନାବେଢା ଡିଭିଜନ । ଭୁବନେଶ୍ବର ସର୍କଲର ଚିଲିକା ଡିଭିଜନ, ସିଟି ଫରେଷ୍ଟ ଡିଭିଜନ, ପୁରୀ ବନଖଣ୍ଡ ଡିଭିଜନ ଏବଂ ରାଜନଗର ଡିଭିଜନ । କୋରାପୁଟ ସର୍କଲର ମାଲକାନଗିରି ଡିଭିଜନ, କୋରାପୁଟ ଡିଭିଜନ, ଜୟପୁର ଡିଭିଜନ ଏବଂ ନବରଙ୍ଗପୁର ଡିଭିଜନରେ ହାତୀ ସଂଖ୍ୟା ଶୂନ । ସେହିପରି ସମ୍ବଲପୁର ସର୍କଲର ହୀରାକୁଦ ଡିଭିଜନରେ ହାତୀ ନ ଥିବା ରିପୋର୍ଟରେ ପ୍ରକାଶ ପାଇଛି ।
ଏହା ମଧ୍ୟ ପଢନ୍ତୁ: 4 ବର୍ଷରେ ବିଦ୍ୟୁତ ତାର ନେଲାଣି ୮୫ ହାତୀଙ୍କ ଜୀବନ: ୧୦ ଦିନରେ ଆକ୍ସନ ପ୍ଲାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଇଟିଭି ଭାରତ, ଭୁବନେଶ୍ବର