ETV Bharat / state

ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଆସୁଛନ୍ତି ରାଷ୍ଟ୍ରପତି, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

President Droupadi Murmu Berhampur University Visit: ଆସନ୍ତା ୧ ତାରିଖରେ ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହେଉଛି ଭଞ୍ଜ ବିହାର ।ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 28, 2024, 10:28 PM IST

ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଆସୁଛନ୍ତି ରାଷ୍ଟ୍ରପତି , ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ବ୍ରହ୍ମପୁର: ଗଞ୍ଜାମ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଶ୍ବବିଦ୍ୟାଳୟ ପରିସର । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହେଉଛି ଭଞ୍ଜ ବିହାର । ତେବେ ସମୟ ପାଖେଇ ଆସୁଥିବାରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବା ପରଠୁ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ । ତେଣୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳି ଯାଇଛି ।

  • " class="align-text-top noRightClick twitterSection" data="">

ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ଆଜି ସେ ନିଜ ଜନ୍ମ ମାଟି ମୟୂଭଞ୍ଜରେ ପହଞ୍ଚିଛନ୍ତି । ସେ ଆସନ୍ତା ୧ ତାରିଖରେ ଭଞ୍ଜ ବିହାରର ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରିବେ । ସେହି ଦିନ ରାଷ୍ଟ୍ରପତି ସକାଳ ୧୦ଟା ୪୫ମିନିଟରେ ବିଶ୍ବବିଦ୍ୟାଳୟର ପରିସରରେ ରହିଥିବା ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ଓଲ୍ଲାଇବା ସୂଚନା ମିଳିଛି । ପରେ ବିଶ୍ବବିଦ୍ୟାଳୟରର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସେପଟେ ରାଷ୍ଟ୍ରପତିଙ୍କ ଏହି ଗ୍ରସ୍ତ ପୂର୍ବରୁ ସଜେଇ ହେଉଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ରାସ୍ତାଘାଟ ମରାମତି ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟର ସମସ୍ତ ପାଚେରୀକୁ ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ କଳା ଓ ସଂସ୍କୃତିକୁ ଚିତ୍ରକଳା ମାଧ୍ୟମରେ ସଜ୍ଜିତ କରୁଛନ୍ତି ଚିତ୍ରକର ।

ଏହି ଉତ୍ସବରେ ୪୩ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯିବା ସହ ୩୫ଟି ବିଭାଗର ଟପ୍ପର ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୩ଜଣଙ୍କୁ ଡିଲିଟ୍, ଜଣଙ୍କୁ ଡିଏସ୍‌ସି ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି । ସେପଟେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବା ପର ପ୍ରଥମଥର ପାଇଁ ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତିଙ୍କ ଏଭଳି ଗ୍ରସ୍ତ ହେଉଥିବା ଯୋଗୁଁ ସ୍ଥନୀୟ ଅଞ୍ଚଳରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୧୧ ପ୍ଳାଟୁନ ପୋଲିସ ଫୋର୍ସ ସହିତ ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍.ପି ।

ଏହା ମଧ୍ୟ ପଢନ୍ତୁ ......୨୯ରେ କେନ୍ଦୁଝର ଆସୁଛନ୍ତି ରାଷ୍ଟ୍ରପତି, ଜିଲ୍ଲାର ଆଦିବାସୀ ସଂସ୍କୃତି ଦେଖିବ ସାରା ବିଶ୍ଵ

ପ୍ରକାଶ ଯୋଗ୍ୟ, ଆସନ୍ତା କାଲି (ଗୁରୁବାର) ଦିନ କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରକୁ ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି । ସେହିଦିନ ଅପରାହ୍ନରେ ଭୁବନେଶ୍ବରରେ ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେହିପରି ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।ପରେ ମାର୍ଚ୍ଚ ୨ ତାରିଖରେ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.