ETV Bharat / state

ରୁବେଲା ଭାଇରସ ନେଇ ଗର୍ଭବତୀଙ୍କୁ ସତର୍କତା, ଏହା କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ - Rubella Virus

author img

By ETV Bharat Odisha Team

Published : May 9, 2024, 4:13 PM IST

Bijay Mohapatra on Rubella: ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଗର୍ଭବତୀ ସମୟରେ ମାକୁ ହେଲେ ଛୁଆକୁ ହୋଇପାରେ ରୁବେଲା । ଅଧିକ ପଢନ୍ତୁ

Bijay Mohapatra on Rubella
Bijay Mohapatra on Rubella (ETV Bharat Odisha)

ଭୁବନେଶ୍ବର: ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଭାଇରସ ଜନ୍ମରୁ ଦେଖା ଦେଇଥାଏ । ସେଥିପାଇଁ ଯେଉଁ ଗର୍ଭବତୀ ମହିଳାଙ୍କ ଶରୀରରେ ରାସେସ ଏବଂ ଜ୍ଵର ଆସିଲେ ରୁବେଲା ଟେଷ୍ଟିଂ କରିବା ନେଇ ପରାମର୍ଶ ଦିଆଯାଉଥିବା କଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, "ନବରଙ୍ଗପୁର ଜିଲ୍ଲାର ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ସମସ୍ତ ରୋଗୀଙ୍କ ଟେଷ୍ଟିଂ କରାଯାଇଥିଲା। ଦୁଇଟି ବ୍ଲକରେ ୧୮ ଜଣଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ରହିଥିଲା । ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏହାକୁ ନେଇ ଭୟଭିତ କି ଆତଙ୍କିତ ହୁଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ବିଭାଗର ଆରଆରଟି ଟିମ ଘଟଣାସ୍ଥଳକୁ ଯାଇ ସର୍ଭିଲାନ୍ସ କରୁଛନ୍ତି । ଇମ୍ମୁନାଇଜେସନକୁ ବିଶେଷ ଭାବରେ ଗୁରୁତ୍ଵ ଦିଆଯାଉଛି । ବିଶେଷ କରି ବର୍ତ୍ତମାନ ସୁଦ୍ଧା ୧ ବର୍ଷ, ୬ ବର୍ଷ ଏବଂ ୮ ବର୍ଷ ପିଲାଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି । ତେବେ ଏନେଇ ସେମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ରବେଲାକୁ ନେଇ କୌଣସି ନୂଆ ମାମଲା ସାମ୍ନାକୁ ଆସି ନାହିଁ । ସମସ୍ତେ ସୁସ୍ଥ ଅଛନ୍ତି । ମୋଟ୍ ୧୮ ଟି ସମ୍ପଲରୁ ୨ ଜଣ ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ସ୍ଥିତି ସ୍ୱାଭାବିକ ରହିଛି ।"

ଏହା ମଧ୍ୟ ପଢନ୍ତୁ: ନବରଙ୍ଗପୁରରେ ରୁବେଲା ଆତଙ୍କ, ୨ ସଂକ୍ରମିତ ଶିଶୁ ଚିହ୍ନଟ - Rubella Detected In Nabarangpur

ସୂଚନା ଅନୁଯାୟୀ, ତେବେ ୫ ଜଣ ଶିଶୁଙ୍କ ରକ୍ତନମୁନା ଭୁବନେଶ୍ୱର ସ୍ଥିତ ଆରଏମଆରସିକୁ ପଠାଇ ଦିଆଯାଇଛି । ସେଥିମଧ୍ୟରୁ ଦୁଇ ଶିଶୁଙ୍କ ରକ୍ତରେ ରୁବେଲା ଭାଇରସ ଚିହ୍ନଟ ହୋଇଛି । ଏହା ଏକ ଭୂତାଣୁ ଜନିତ ରୋଗ । ଏହା ବାୟୁ ଦ୍ୱାରା ସଂକ୍ରମିତ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହି ରୋଗ ହେଲେ ମୁହଁର ରଙ୍ଗ ଲାଲ ହେବା ସହ କାନ, ବେକ ଏବଂ ପିଠି ପଛ ପାଖରେ ଛୋଟଛୋଟ ଫୋଟକା ହୋଇଥାଏ । ଏଭଳି ରୋଗ ଗର୍ଭବତୀ ମହିଳାମାନଙ୍କୁ ହେଲେ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିଥାଏ । ଏହା ଦ୍ବାରା ହୃଦରୋଗ ସହ ମସ୍ତିଷ୍କ ବିକଳାଙ୍ଗ ହେବାର ସମ୍ଭାବନା ରହିଥାଏ । ତେବେ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ଦୁଇ ଶିଶୁ ରୁବେଲା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଗାଁରେ WHO ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ସମସ୍ତଙ୍କର ଯାଞ୍ଚ କରାଯାଉଛି । ସେମାନଙ୍କ ମଧ୍ୟ ସ୍ୱାସ୍ଥ୍ୟ ଚିକିତ୍ସା ଆରମ୍ଭ ହୋଇଛି । ଘିମିରି ସଦୃଶ୍ୟ ହୋଇ ଥଣ୍ଡା, କାଶ ଜ୍ବରରେ ପୀଡ଼ିତ ହୋଇଥିଲେ ଶିଶୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.