ETV Bharat / state

ପ୍ରବାସୀ ଭାରତୀୟ ଦିବସ: ପ୍ରସ୍ତୁତି ଜୋରଦାର, ଜନତା ମଇଦାନରେ ସରିଲା ଭୂମି ପୂଜନ - PRAVASI BHARATIYA DIVAS

ରାଜ୍ୟରେ ପ୍ରଥମଥର ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେଉଛି । ମୋହନ ମାଝୀ ସରକାରଙ୍କ ପ୍ରସ୍ତୁତି ଜୋରଦାର । ଆଜି ହେଲା ଭୂମି ପୂଜନ ।

ସରିଲା ଭୂମି ପୂଜନ
ସରିଲା ଭୂମି ପୂଜନ (ETV Bharat Odisha)
author img

By ETV Bharat Odisha Team

Published : Dec 9, 2024, 8:49 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରଥମଥର ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେଉଛି । ଏଥିପାଇଁ ଆଜି ଜନତା ମଇଦାନରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଜାନୁଆରୀ 8ରୁ 10 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ 7 ହଜାରରୁ ଉର୍ଦ୍ଧ୍ବ ପ୍ରବାସୀଙ୍କ ସହ 10 ହଜାର ଅତିଥି ସାମିଲ ହେବେ । 8 ତାରିଖରେ ଯୁବ ପ୍ରବାସୀ କାର୍ଯ୍ୟକ୍ରମ ଓ 9 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନ୍ୟ ବିଶିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେବେ । ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀକୁ ନେଇ ପଦର୍ଶନୀ ସହ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରାଯିବ ।

ଆଜି ଭୂମି ପୂଜନ:

ଜନତା ମଇଦାନରେ ସରିଲା ଭୂମି ପୂଜନ (ETV Bharat Odisha)

ଭୁବନେଶ୍ୱରର ଜନତା ମୈଦାନରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହା ଉପଲକ୍ଷେ ଆଜି ଜନତା ମଇଦାନରେ ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇଡକୋର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଇଡ଼କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳେଇ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ସମ୍ମିଳନୀର ପ୍ରଥମ ଦିବସରେ ଯୁବ ପ୍ରବାସୀ ଭାରତୀୟ ଦିବସ, ଦ୍ଵିତୀୟ ଦିବସରେ 18ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ସମାରୋହ ଓ ତୃତୀୟ ଦିନରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସର ଡିଜିଟାଲ ଫ୍ଲାଗଅପ କରିବେ ।

  • ପ୍ରବାସୀ ଭାରତୀୟ ଦିବସ ପାଇଁ ଭୂମି ପୂଜନ
  • ଜାନୁଆରୀ 8ରୁ 10 ପର୍ଯ୍ୟନ୍ତ କାର୍ଯ୍ୟକ୍ରମ
  • ପ୍ରବାସୀଙ୍କ ସହ 10 ହଜାର ଅତିଥୀଙ୍କ ଯୋଗ ଦେବେ
  • 8ରେ ପ୍ରବାସୀ ଦିବସ କାର୍ଯ୍ୟକ୍ରମ
  • 9ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଓଡ଼ିଶାର କଳାସଂସ୍କୃତିକୁ କରାଯିବ ପ୍ରଦର୍ଶନ
ସରିଲା ଭୂମି ପୂଜନ
ସରିଲା ଭୂମି ପୂଜନ (ETV Bharat Odisha)

10 ହଜାର ଅତିଥୀ ସାମିଲ ହେବେ:
ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି, ‘ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ଓଡିଶାରେ ଆୟୋଜନ ହେଉଛି । ଆସନ୍ତାବର୍ଷ ଜାନୁଆରୀ 8ରୁ 10 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି । ଓଡିଶା ଲାଗି ଏହା ବଡ଼ ସୁଯୋଗ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଟାର୍ଗେଟରୁ ଅଧିକ ଭଲ କରି ଲାଗି ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ତିନି ଦିନିଆ କାର୍ଯ୍ୟକ୍ରମରେ ପ୍ରାୟ ପ୍ରବାସୀଙ୍କ ସମେତ 10 ହଜାର ଲୋକ ସାମିଲ ହେବେ । 8 ତାରିଖରେ ଯୁବ ପ୍ରବାସୀ କାର୍ଯ୍ୟକ୍ରମ ଆୟୋଜନ ହେବ । 9 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ସାମିଲ ହେବେ । 10 ତାରିଖରେ ମଧ୍ୟ ସେହିପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ ।"

ଥିମ୍‌ ପ୍ୟାବିଲିୟନ ରହିବ:

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଆହୁରି ମଧ୍ୟ କହିଛନ୍ତି, "ଜନତା ମଇଦାନରେ କାର୍ଯ୍ୟକ୍ରମ ସହ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ପୂର୍ବରୁ ଓଡିଶାରେ ଏତେ ବଡ଼ ପ୍ରଦର୍ଶନୀ କେବେ ଆୟୋଜନ ହୋଇନାହିଁ । ଭାରତବର୍ଷର ପ୍ରତ୍ୟେକ ରାଜ୍ୟ ପ୍ରଦର୍ଶନୀରେ ସାମିଲ ହେବେ । ଗୋଟେ ଜିଲ୍ଲା, ଗୋଟେ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ କରାଯିବ । ଥିମ ପ୍ୟାବିଲିୟନ ରହିବ । ସେଥିରେ 5 ପ୍ରକାର ବାର୍ତ୍ତା ପ୍ରଦର୍ଶିତ ହେବ । ରାମାୟଣ ଉପରେ ଇଣ୍ଡିଆନ କାଉନ୍ସିଲ ଅଫ କଲଚର ରିଲେସନ ପ୍ରଦର୍ଶନ ହେବ । ଓଡିଶା ସରକାର ଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏଠାରେ ପ୍ରଦର୍ଶନ ରହିବ । ଦୁଇଟି ବଡ଼ ବଡ଼ ହେଙ୍ଗର କରାଯିବ । ସେଥିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । 7 ହଜାର ଲୋକ ବସିବା ଲାଗି ବ୍ୟବସ୍ଥା କରାଯିବ ।"

ସରିଲା ଭୂମି ପୂଜନ
ସରିଲା ଭୂମି ପୂଜନ (ETV Bharat Odisha)

ସେ ଏହା ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଲାଉଞ୍ଜ ରହିବ । ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ୱାନ ଟୁ ୱାନ ବୈଠକ, ଶିଳ୍ପ ପ୍ରତିଷ୍ଠାନ ସହ ବୈଠକ ଏବଂ ପ୍ରବାସୀଙ୍କ ସହ ଆମ ଲୋକ କିପରି ଆଲୋଚନା କରିବେ ସେନେଇ ବ୍ୟବସ୍ଥା କରାଯିବ । ବିକଶିତ ଭାରତରେ ପ୍ରବାସୀଙ୍କ ଭୂମିକା କାର୍ଯ୍ୟକ୍ରମର ଥିମ । 2047 ସୁଦ୍ଧା ଭାରତ ବିକାଶମୁଖୀ ଓ ଅର୍ଥନୈତିକ ଅଭିବୃଦ୍ଧି ନେଇ ଆଲୋଚନା ହେବ । ବିକାଶରେ ଟେକ୍ନୋଲୋଜିର ଭୂମିକା ନେଇ ମଧ୍ୟ ପ୍ରଦର୍ଶନୀ ଓ ଆଲୋଚନା କରାଯିବ । ଓଡିଶାରେ କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ଆମ ଲାଗି ବଡ଼ ସୁଯୋଗ ରହିଛି । ରାଜ୍ୟର ପ୍ରଗତୀକୁ ଲୋକଲୋଚନକୁ ଆଣିବୁ । ଆମ ପ୍ରଗତିରେ ପ୍ରବାସୀ କିଭଳି ସହଯୋଗ କରିପାରିବେ କାର୍ଯ୍ୟକ୍ରମର ଫୋକସ ରହିବ । ଓଡିଶାର କଳା ଓ ସଂସ୍କୃତିକୁ ପର୍ଯ୍ୟବେସିତ କରି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଉଛି ।"

ଓଡ଼ିଶା ପାଇଁ ଗୌରବର ବିଷୟ:

ଇଡକୋର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ କହିଛନ୍ତି, "ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ ଦେଇଛନ୍ତି । ଓଡିଶାକୁ ବଡ଼ ସୁଯୋଗ ମିଳିଛି । ବିଶ୍ୱର ଅତିଥିଙ୍କୁ ସ୍ୱାଗତ କରିବାର ସୁଯୋଗ ଓଡ଼ିଶାକୁ ମିଳିଛି । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଛି । କୌଣସି ନିର୍ଦ୍ଦିଷ୍ଟ ବିଭାଗ ନୁହେଁ ସମସ୍ତ ବିଭାଗକୁ ସୁରୁଖୁରୁରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦାୟିତ୍ୱ ଦିଆଯାଇଛି । ଆମ ରାଜ୍ୟ ପାଇଁ ଏହା ଗୌରବର ବିଷୟ । ତେଣୁ ଏହି କାଯ୍ୟକ୍ରମର ସଫଳ ପାଇଁ ମୁଁ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କୁ ସହଯୋଗ ପାଇଁ ଅନୁରୋଧ କରୁଛି ।"

ସରିଲା ଭୂମି ପୂଜନ
ସରିଲା ଭୂମି ପୂଜନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ପ୍ରବାସୀ ଭାରତୀୟ ଦିବସ,ଅତିଥିଙ୍କ ପାଇଁ ୩୭୦୦ଟି ରୁମ ବୁକିଂ

ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବସାଇଟ ଉନ୍ମୋଚିତ

ଓଡ଼ିଶାରେ ହେବ ପ୍ରବାସୀ ଭାରତୀୟ ଦିବସ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ହେବେ ସାମିଲ

ଭୁବନେଶ୍ବରରେ 3700 ରୁମ୍‌ ବୁକ ସରିଛି:

ପ୍ରବାସୀ ଭାରତୀୟ ଦିବସ ପାଇଁ ଆସିବାକୁ ଥିବା ଅତିଥିଙ୍କ ଲାଗି ରୁମ ବୁକିଂ ହୋଇଛି । ଭୁବନେଶ୍ୱରର ବିଭିନ୍ନ ହୋଟେଲରେ 3700ଟି ରୁମ ବୁକିଂ ହୋଇଛି । ଭିଭିଆଇପି, ଅତିଥି, ପ୍ରବାସୀ ଭାରତୀୟ, ଦର୍ଶକଙ୍କ ବସିବା ବ୍ୟବସ୍ଥା, ଯାନବାହାନ ପାର୍କିଂ ସ୍ଥଳ, ଉତ୍ସବ ସ୍ଥଳରେ ଖାଦ୍ୟ ବ୍ୟବସ୍ଥା କରିବ ଶିଳ୍ପ ବିଭାଗ । ପ୍ରବାସୀ ଭାରତୀୟ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବେ । ଭୁବନେଶ୍ୱର, କଟକ ଓ ପୁରୀରେ ଥିବା 28ଟି ଦର୍ଶନୀୟ ସ୍ଥାନର ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟଟନ ବିଭାଗ ପଦକ୍ଷେପ ନେଉଛି । ଏଥିପାଇଁ ଟୁର ଅପରେଟରଙ୍କ ସହାୟତା ନିଆଯିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ସହରରେ ଚିହ୍ନଟ 55ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କରୁଛି । ରାସ୍ତାର ପ୍ରାଚୀରରେ ଚିତ୍ରକଳା ପେଣ୍ଟି ସହ ବିଭିନ୍ନ ସ୍ଥାନରେ କଳାକୃତି ରଖାଯିବ ।

କାହିଁକି ପାଳନ ହେଉଛି ପ୍ରବାସୀ ଭାରତୀୟ ଦିବସ ?

ସରିଲା ଭୂମି ପୂଜନ
ସରିଲା ଭୂମି ପୂଜନ (ETV Bharat Odisha)

ପ୍ରବାସୀ ଭାରତୀୟ ଦିବସ ପାଳନ ଆୟୋଜନ ଭାରତ ସରକାରଙ୍କର ପ୍ରମୁଖ କାର୍ଯ୍ୟକ୍ରମ । ଭାରତର ବିକାଶରେ ପ୍ରବାସୀ ଭାରତୀୟଙ୍କର ଅବଦାନକୁ ସ୍ୱୀକୃତି ଦେବା ଏହାର ଉଦ୍ଦେଶ୍ୟ । 1915 ମସିହା ଜାନୁଆରୀ 9 ତାରିଖରେ ଜାତିର ଜନକ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିବା ସ୍ମୃତିରେ ପ୍ରବାସୀ ଭାରତୀୟ ଦିବସ ପ୍ରତିବର୍ଷ ପାଳନ କରାଯାଇଥାଏ । 2003ରୁ ଏହା ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲା । 2015 ରୁ ଏହା ପ୍ରତି 2 ବର୍ଷରେ ଥରେ ଅନୁଷ୍ଠିତ ହେଉଛି । ଅଦ୍ୟାବଧି 17 ଥର ଏହା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇସାରିଛି । 2023 ରେ ଏହା ମଧ୍ୟପ୍ରଦେଶର ଇନ୍ଦୋରରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ପ୍ରବାସୀ ଭାରତୀୟ ଦିବସ ଓଡିଶାରେ ଅନୁଷ୍ଠିତ ହେବ ।

  • ଦକ୍ଷିଣ ଆଫ୍ରିକାରୁ ମହାତ୍ମା ଗାନ୍ଧୀ ଭାରତ ଫେରିବା ସ୍ମୃତିରେ ପ୍ରବାସୀ ଦିବସ ପାଳନ
  • 2003ରେ ପ୍ରତିବର୍ଷ ପାଳନ ହେଉଥିଲା
  • 2015ରୁ 2 ବର୍ଷରେ ଥରେ ହେଉଛି ପାଳନ
  • ବର୍ତ୍ତମାନ ସୁଦ୍ଧା 17 ଥର ଅନୁଷ୍ଠିତ ହୋଇଛି
  • ଶେଷଥର(2023)ରେ ଇନ୍ଦୋରରେ ହୋଇଥିଲା
  • ଚଳିତ ବର୍ଷ ଭୁବନେଶ୍ବରରେ ଆୟୋଜନ

    ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.