ETV Bharat / state

ଶ୍ରୀମନ୍ଦିରରେ ବିଦ୍ୟୁତ ବିଭ୍ରାଟ, 20 ମିନିଟ ଅନ୍ଧାର ହୋଇଗଲା ମନ୍ଦିର - POWER FAILURE IN SRIMANDIR

Power Outage in Srimandir: ଶ୍ରୀମନ୍ଦିରରେ ବିଦ୍ୟୁତ୍ ବିଭ୍ରାଟ । 20 ମନିଟ ପର୍ଯ୍ୟନ୍ତ ଅନ୍ଧାର ରହିଲା ଶ୍ରୀମନ୍ଦିର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 9, 2024, 8:12 AM IST

Sri Mandira
Sri Mandira (ETV Bharat Odisha)
Sri Mandira (ETV Bharat Odisha)

ପୁରୀ: ଶ୍ରୀମନ୍ଦିରରେ ଅବ୍ୟବସ୍ଥା । ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ହନ୍ତସନ୍ତ ହେଲେ ସେବାୟତ ଓ ଭକ୍ତ । 20 ମିନିଟ ପର୍ଯ୍ୟନ୍ତ ଅନ୍ଧାର ରହିଲା ଶ୍ରୀମନ୍ଦିର । ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଭିତରେ ହଠାତ୍ ଲାଇନ କଟିଯିବାରୁ ସବୁ କିଛି ଠପ୍ ହୋଇଯାଇଥିଲା । କରେଣ୍ଟ ଆସିବା ପରେ ସ୍ଥିତି ସୁଧୁରିଥିଲା । ଏହାକୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପରିକ୍ରମା ପ୍ରକଳ୍ପରେ କୋଟି କୋଟି ଖର୍ଚ୍ଚ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଦ୍ୟୁତ ସମସ୍ୟାକୁ ନେଇ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ଅଘଟଣ, ବାଇଶି ପାହାଚରେ ପଡ଼ି ବୋଝିଆ ଗୁରୁତର

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ବୁଧବାର) ସନ୍ଧ୍ୟା 7ଟା 30 ସମୟରେ ଶ୍ରୀମନ୍ଦିର ଭିତରେ ହଠାତ ବିଦ୍ୟୁତ୍ ଚାଲିଯାଇଥିଲା । ଏହାପରେ ପାୱାର ବ୍ୟାକ ଅପ୍ ପାଇଁ ଯେତେ ଚେଷ୍ଟା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଫଳରେ ମହାପ୍ରଭୁଙ୍କ ନୀତି ପ୍ରଭାବିତ ହୋଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କୋଟି କୋଟି ଖର୍ଚ୍ଚ କରି ସରକାର ବାଃ ବାଃ ନେଉଥିବା ବେଳେ ମନ୍ଦିରରେ ବିଦ୍ୟୁତ ବିଭ୍ରାଟ ନେଇ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ମନ୍ଦିର ପଶ୍ଚିମ ଦ୍ବାରରେ ବିଦ୍ୟୁତ୍ ବିଭ୍ରାଟର ମୁକାବିଲା ପାଇଁ ଶକ୍ତିଶାଳୀ ଡିଜି ସେଟ୍ ଥିବାବେଳେ ଏହା କାର୍ଯ୍ୟରେ ଲାଗି ପାରିଲା ନାହିଁ । କେଉଁ କାରଣ ଏହା ଚାଲି ପାରିଲା ନାହିଁ ତାହାକୁ ନେଇ ଭକ୍ତ ମହଲରେ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢନ୍ତୁ-ଏଣିକି ଶ୍ରୀମନ୍ଦିର ଭକ୍ତଙ୍କୁ ମିଳିବ ଖରା ବର୍ଷାରୁ ମୁକ୍ତି, ବଡ଼ଦାଣ୍ଡରେ ନିର୍ମାଣ ହେବ ଏସି କରିଡର

ବିଶ୍ବ ନିଅନ୍ତାଙ୍କ ଶ୍ରୀମନ୍ଦିରରେ ଦୀର୍ଘ 20 ମିନିଟ ଧରି ବିଦ୍ୟୁତ କାଟ ସମୟରେ ଯଦି କୌଣସି ଅଘଟଣ ଘଟିଥାନ୍ତା ତେବେ କିଏ ଦାୟୀ ରହିଥାଆନ୍ତା ବୋଲି ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ହେବାକୁ ଥିବା ସମୟରେ ବିଦ୍ୟୁତ୍ ଚାଲିଯାଇଥିଲା । ଫଳରେ ମନ୍ଦିରର ଭିତର ପାର୍ଶ୍ବ 20 ମିନିଟ ପର୍ଯ୍ୟନ୍ତ ଅନ୍ଧାରରେ ରହିଥିଲା । ସୌଭାଗ୍ୟବଶତଃ ଏହି ସମୟରେ କୌଣସି ଅଘଟଣ ଘଟିନାହିଁ । ଏନେଇ ଶ୍ରୀମନ୍ଦିର ସେବାୟତ ଓ ଭକ୍ତଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.