ETV Bharat / state

ଖାଉଟିଙ୍କ ପାଇଁ ଖୁସି ଖବର; କମିବ ଆଳୁ ଦର, ଆଶ୍ବସ୍ତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ - Potato Shortage Hits Odisha

author img

By ETV Bharat Odisha Team

Published : Aug 9, 2024, 8:25 PM IST

Updated : Aug 9, 2024, 8:56 PM IST

Potato Shortage Hits Odisha: ଆଳୁ ଦର ବୃଦ୍ଧି ଗ୍ରାହକଙ୍କୁ ନୟାନ୍ତ କଲାଣି । ସମସ୍ତଙ୍କର ଗୋଟିଏ ପ୍ରଶ୍ନ କେବେ ଖସିବ ଆଳୁଦର । ଦର ବୃଦ୍ଧିକୁ ନେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରା ମୋହନ ମାଝୀ । ଅଧିକ ପଢ଼ନ୍ତୁ

Potato Shortage Hits Odisha
Potato Shortage Hits Odisha (ETV Bharat Odisha)

କଟକ: ରାଜ୍ୟରେ ଲାଗି ରହିଛି ଆଳୁ ସମସ୍ୟା । ପରିସ୍ଥିତି ଏମିତି ହେଲାଣି ଯେ, ସାଧାରଣ ଲୋକଟିଏ ଆଳୁ ଖାଇବା ସପନ ହୋଇଗଲାଣି । ଦର ତ ଯାହା ପ୍ରଭାବ ପକାଉଛି ତାହାରି ଭିତରେ ବଜାରରେ ଆଳୁ ଉଭାନ ହୋଇଗଲାଣି । କେଉଁଠି ଆଳୁ ଚଢା ଦରରେ ବିକ୍ରୟ ହେଉଛି ତ ଆଉ କେଉଁଠି ଆଳୁର ଅଭାବ କହି ଗ୍ରାହକଙ୍କୁ ଲୁଟୁଛନ୍ତି ଆଳୁ ବ୍ୟବସାୟୀ । ଯାହାକି ଏବେ ରାଜ୍ୟରେ ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହା କେଉଁଠି ନାଁ କେଉଁଠି ଗ୍ରାହକଙ୍କୁ ଆଶ୍ବସ୍ତି କର ଖବର ମିଳିଛି ।

CM Mohan Charan Majhi (ETV Bharat Odisha)
ଖାଇବା ଥାଳିରୁ ଆଳୁ ଗାଏବ:

କେବେ ସୁଧୁରିବ ଆଳୁ ସମସ୍ୟା ? ଆଉ କେତେଦିନ ଖାଉଟି ଏମିତି ଆଳୁ ସମସ୍ୟାରେ ଯୁଝି ହେବେ ? କାରଣ ଜଣେ ସାଧାରଣ ଲୋକଟି ପାଇଁ ଆଳୁ ସବୁ କିଛି । କେବଳ ସାଧାରଣ ଗରିବ ଲୋକଟିଏ ପାଇଁ କାହିଁକି ବରଂ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏବେ ଆଳୁ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ପ୍ରତ୍ୟକ ଖାଦ୍ୟ ଆଳୁ ବିନା ଭଲ ଲାଗେ ନାହିଁ । ସେ ଆମିଷ ତରକାରୀ ହେଉ କି ନିରାମିଷ ତରକାରୀ ସବୁଥିରେ ଆଳୁର ଆବଶ୍ୟକତା ରହିଛି । ଯଦିଓ ଆଳୁର ପରିମାଣ ତରକାରୀରେ କମ କରିଲେ ଚଳିବ ତଥାପି ଅଳ୍ପ ହେଲେ ବି ସମସ୍ତଙ୍କ ପାଇଁ ଆଳୁର ଆବଶ୍ୟକ ପଡେ । ମାତ୍ର ଆଳୁର ଏଭଳି ସମସ୍ୟା ଯାହାକି ସମସ୍ତଙ୍କ ବଜେଟକୁ ଦୋହଲାଇ ଦେଇଛି ।

ଆଳୁ ଦର ନେଇ ଏଭଳି କହିଲେ ମୁଖ୍ୟମନ୍ତ୍ରୀ:
ତେବେ ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖାଉଟିଙ୍କୁ ଆଶ୍ବସ୍ତି କଲାଭଳି ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆଉ ଆଳୁକୁ ନେଇ ଏମିତି ଚିନ୍ତା କରିବେ ନାହିଁ । କାରଣ ଆଳୁ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ରାଜ୍ୟରେ ଯେଉଁ ଆଳୁ ସମସ୍ୟା ଦେଖାଦେଇଛି, ତାହା ଖୁବଶୀଘ୍ର ସମାଧାନ ହେବ ।" ଯଦିଓ କେବେ ଆଉ କେତେଦିନ ମଧ୍ୟରେ ଏହି ଆଳୁ ସମସ୍ୟାର ସମାଧାନ ହେବ, ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରି ନାହାଁନ୍ତି । ମାତ୍ର ଖାଉଟିଙ୍କ ପାଇଁ ସରକାର ଯତ୍ନବାନ ଅଛନ୍ତି ବୋଲି ବୁଝାଯାଇପାରେ । ଦର କେତେ କମିବ ? ଆଳୁ କେଉଁଠୁ ଆସିବ ? ପଶ୍ଚିମବଙ୍ଗ, ପଞ୍ଜାବ ନାଁ ଉତ୍ତର ପ୍ରଦେଶ ? ସେନେଇ କିନ୍ତୁ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ମାତ୍ର ଏତିକି ସ୍ପଷ୍ଟ କରିଛନ୍ତି ଯେ ଆଳୁ ଦର ଖୁବଶୀଘ୍ର କମିବ ଏବଂ ସ୍ବାଭାବିକ ହେବ ।

ରାଜ୍ୟର ସର୍ବବୃହତ ପରିବା ମଣ୍ଡିରେ ଆଳୁ ଉଭାନ:
ଆଳୁ ଗାଡି ନ ଆସିବା ଯୋଗୁଁ ବଜାରରେ ଆଳୁ ଅଭାବ ଦେଖା ଦେଇଛି । କଟକ ଛତ୍ର ବଜାରରେ କାଁ ଭାଁ ଆଳୁ ବିକ୍ରି ହେଉଥିବାରୁ ଦର 60 ଛୁଇଁଛି । ଦର ବୃଦ୍ଧି ପାଉଥିବାରୁ ଜିଲ୍ଲା ଯୋଗାଣ ବିଭାଗ ଛତ୍ର ବଜାରରେ ଚଢ଼ାଉ କରିଛି । ହେଲେ ଆଳୁ ନଥିବା ଯୋଗୁଁ ଅଧିକ ଦରରେ ଆଳୁ ବିକ୍ରି ହେଉଥିବା ନେଇ ଅତିରିକ୍ତ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ । ପଶ୍ଚିମବଙ୍ଗରୁ ଯେଉଁ ଗୋଟେ ଅଧେ ଗାଡି ଆସୁଥିଲା, ବୁଧବାର ଦିନ ଠାରୁ ଆଦୌ ଆଳୁ ଗାଡି ଆସିନାହିଁ । ଏପରିକି ଉତ୍ତରପ୍ରଦେଶ ଆଳୁ କଥା କୁହାଯାଉଥିଲେ ବି ତାହା ମଧ୍ୟ ଆସିନାହିଁ । ଆଳୁକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବଢୁଥିବା ବେଳେ କେବେ ଆଳୁ ସଙ୍କଟ ଦୂର ହେବ, ଆଉ ସ୍ୱାଭାବିକ ହେବ ପରିସ୍ଥିତି, ଆଶା ଆଶଙ୍କାରେ ଏବେ ବି ସାଧାରଣ ଲୋକେ ।

ଛତ୍ର ବଜାରରୁ ଆଳୁ ଛୁ:

କଟକ ଛତ୍ରବଜାର ଯେଉଁଠି ପ୍ରତ୍ୟେକ ଦିନ ୧୫ରୁ ୨୦ଟି ଆଳୁ ଗାଡ଼ି ଆସି ଲାଗେ ହେଲେ ଏବେ ଗୋଟିଏ ୨ଟି ଗାଡ଼ି ଆସୁଛି । ଯାହାଫଳରେ ଆଳୁ ଦର ଆକାଶଛୁଆଁ । ସେହିପରି ଛତ୍ର ବଜାରରେରେ କାଁଭାଁ ଆଳୁ ବିକ୍ରି ହେଉଥିବାରୁ ମନ ଇଚ୍ଛା ଦର କଷୁଛନ୍ତି ଖୁଚୁରା ବ୍ୟବସାୟୀ । କିଛି ଦିନ ତଳେ ଆଳୁ ଦର କିଲୋ ପିଛା ୪୦ ଟଙ୍କା ଥିଲାବେଳେ ତାହା ହଠାତ୍ ୨୦ ଟଙ୍କା ବଢ଼ି ୬୦ ଟଙ୍କା ହୋଇଯାଇଅଛି । ଯାହା ଫଳରେ 5 କେଜି ଜାଗାରେ 500 ନେବା ପାଇଁ ମଧ୍ୟ ଗ୍ରାହକ ଭୟ କଲେଣି ।

ଏହା ମଧ୍ୟ ପଢ଼ନ୍ତୁ...ପଶ୍ଚିମବଙ୍ଗ ଦେଲାନି ଆଳୁ, ଓଡ଼ିଶାରେ ଅଟକିଲା ଦିଦିଙ୍କ ମାଛ ଓ ଅଣ୍ଡା ଟ୍ରକ - Truck to West Bengal blocked
ଇଟିଭି ଭାରତ, କଟକ

Last Updated : Aug 9, 2024, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.