ETV Bharat / state

ଓଡ଼ିଶା ମାର୍କେଟରେ ଆଳୁ ଗାଏବ; ମମତାଙ୍କୁ ଚିଠି ଲେଖିଲେ ନବୀନ - Naveen writes letter to WB CM - NAVEEN WRITES LETTER TO WB CM

NAVEEN WRITES LETTER TO WB CM: ରାଜ୍ୟରେ ଆଳୁ ଦରଦାମ ବୃଦ୍ଧି ପରେ ନବୀନଙ୍କ ହସ୍ତକ୍ଷେପ । ପଶ୍ଚିମବଙ୍ଗକୁ ଆଳୁ ଟ୍ରକ୍‌ ଫେରିଯିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ବିଭାଗୀୟ ମନ୍ତ୍ରୀ କହିଲେ ଶସ୍ତା ରାଜନୀତି ବନ୍ଦ କର । ଅଧିକ ପଢନ୍ତୁ

NAVEEN WRITES LETTER TO WB CM
NAVEEN WRITES LETTER TO WB CM (ETV Bharat Odisha)
author img

By ETV Bharat Odisha Team

Published : Jul 26, 2024, 7:47 PM IST

Updated : Jul 26, 2024, 8:12 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ମାର୍କେଟରେ ହଠାତ ଆଳୁ ଗାଏବ ହୋଇଯାଇଛି । ତେଣୁ ଏବେ ଆଳୁଦର ରାଜ୍ୟରେ ଅଣାୟତ୍ତ ହୋଇପଡ଼ିଛି । ଯାହାକୁ ନେଇ ଖାଉଟି ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ରାଜ୍ୟରେ ଆଳୁ ଦରବୃଦ୍ଧି ଓ ଅଭାବ ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ତକ୍ଷେପ କରି ଆଳୁ ଯୋଗାଣ ସ୍ବାଭାବିକ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ନବୀନ । ସେପଟେ ନବୀନଙ୍କ ଚିଠିକୁ ନେଇ ବିଭାଗୀୟ ମନ୍ତ୍ରୀ କହିଲେ ଶସ୍ତା ରାଜନୀତି ବନ୍ଦ କର । ଚିଠି ଲେଖିଲେ ସମସ୍ୟାର ସମାଧାନ ହୁଏ ନାହିଁ । ତୁମେ କଣ ଅଛ ଯେ ଚିଠି ଲେଖୁଛ ?

Naveen Patnaik writes letter to West Bengal CM Mamata Banerjee
Naveen Patnaik writes letter to West Bengal CM Mamata Banerjee (ETV Bharat Odisha)

ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁକୁ ନେଇ ହାହାକାର ପଡିଛି । ଏହି ନିତିଦିନିଆ ପରିବାକୁ ନେଇ ହନ୍ତସନ୍ତ ରାଜ୍ୟବାସୀ । ରାଜ୍ୟର ବିଭିନ୍ନ ମାର୍କେଟରେ ଆଳୁ ଉଭାନ ହୋଇଯାଇଥିବା ଦେଖିବାକୁ ମିଳିଛି । ଆଉ ଯେଉଁଠି ଅଛି କେଜି 70 ଟଙ୍କାରେ ବିକ୍ରି ହେଉଛି । ଆଗାମୀ ଦିନରେ ଏହା ଆହୁରି ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଯାହାକୁ ନେଇ ଖାଉଟି ମହଲରେ ଚିନ୍ତା ବଢ଼ିଛି । ଏଭଳି ପରିସ୍ଥିତିରେ ପଶ୍ଚିମବଙ୍ଗରୁ ଆଳୁ ଆସିଲର ବଜାର ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକକୁ ଓଡ଼ିଶା ସୀମାରୁ ଫେରାଇ ନେଇଥିବା ଜଣାପଡିଛି । ସୋନାକଣିଆ ଚେକ ପୋଷ୍ଟ ନିକଟରୁ ଆଳୁ ଟ୍ରକଗୁଡିକୁ ଫେରାଇ ନେଇଥିବା ଜଣାପଡିଛି ।

ଏହା ବି ପଢନ୍ତୁ- ଆଳୁ ବଜାରରେ ନିଆଁ; ପଶ୍ଚିମବଙ୍ଗ ଦାଦାଗିରି ପାଇଁ ଆସିପାରୁନି ଆଳୁ, ଫେରିଗଲା 200 ଟ୍ରକ, ମନ୍ତ୍ରୀ କହିଲେ ୟୁପିରୁ ଆଣିବୁ

ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକ ଫେରାଇ ନେବା ଖବର ପ୍ରକାଶ ପାଇବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରିଛନ୍ତି । ବିରୋଧୀ ଦଳ ନେତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ଘଟଣାରେ ହସ୍ତକ୍ଷେପ କରି ଓଡ଼ିଶାକୁ ଆଳୁ ଯୋଗାଇଣ ସ୍ବାଭାବିକ ପାଇଁ ସେ ଅନୁରୋଧ କରିଛନ୍ତି । ନବୀନ ଚିଠିରେ ଲେଖିଛନ୍ତି, "ଓଡ଼ିଶାରେ ଆଳୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ଲଗାଣ ବର୍ଷା ଯୋଗୁଁ ଉତ୍ପାଦନ କମ ସହ ଚାହିଦା ଅଧିକ ହୋଇଥିବାରୁ ଏହାର ଅଭାବରୁ କୃତ୍ରିମ ଦର ବଢ଼ିଛି । ଓଡ଼ିଶା ସୀମାନ୍ତରେ ଆଳୁ ଟ୍ରକଗୁଡିକ ଅଟକ ରଖାଯାଇଛି । ଓଡ଼ିଶାରେ ପ୍ରବେଶ କରିବାକୁ ଦିଆଯାଉନାହିଁ ବୋଲି ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି । ଏଣୁ ଆପଣ ଆଳୁ ଯୋଗାଣ ସ୍ବାଭାବିକ ପାଇଁ ହସ୍ତକ୍ଷେପ କରନ୍ତୁ । ଫଳରେ ଓଡ଼ିଶାବାସୀ ଉପକୃତ ହେବେ । ଅତୀତରେ ଆପଣଙ୍କ ମହତ କାର୍ଯ୍ୟ ଆମ ରାଜ୍ୟକୁ ଉପକୃତ କରିଛି ।"

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ସାମଞ୍ଜସ୍ୟ ରହିଛି । ଉଭୟ ରାଜ୍ୟର ଲୋକେ ଜଗନ୍ନାଥଙ୍କ ଭକ୍ତ । ଏଣୁ ଆଳୁ ଯୋଗାଣ ସ୍ବାଭାବିକ କରିବା ପାଇଁ ହସ୍ତକ୍ଷେପ କରିବାକୁ ସେ ମମତାଙ୍କୁ ଅନୁରୋଧ କରିଛନ୍ତି । ପଶ୍ଚିମବଙ୍ଗରେ ଶୀତଳଭଣ୍ଡାର ମାଲିକଙ୍କ ଧର୍ମଘଟ ପାଇଁ ଓଡ଼ିଶାରେ ଆଳୁ ସଙ୍କଟ ଦେଖା ଦେଇଛି । ରାଜ୍ୟ ଯୋଗାଣ ମନ୍ତ୍ରୀ ଆଜି ଆଳୁ ଗୋଦାମରେ ପହଞ୍ଚି ସ୍ଥିତି ପରଖିଛନ୍ତି । ରାଜ୍ୟରେ ଆଗାମୀ 7 ଦିନ ଯାଏଁ ଆଳୁ ମହଜୁଦ ଥିବା ମନ୍ତ୍ରୀ କହିଛନ୍ତି ।

ନବୀନଙ୍କ ଚିଠିକୁ ନେଇ ଜବାବ ରଖିଲେ ବିଭାଗୀୟ ମନ୍ତ୍ରୀ (ETV Bharat Odisha)

'ଆଳୁକୁ ନେଇ ଶସ୍ତା ରାଜନୀତି କରନ୍ତୁ ନାହିଁ'

ରାଜ୍ୟରେ ଆଳୁ ସମସ୍ୟା ନେଇ ପୂର୍ବତନ ମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିବା ପରେ ଏହାର ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି, "ଚିଠି ଲେଖି ଶସ୍ତା ରାଜନୀତି କରନ୍ତୁ ନାହିଁ । 24 ବର୍ଷ ହେଲା ଶୀତଳ ଭଣ୍ଡାର କଲେ ନାହିଁ । ଆଳୁ ମିଶନ, ପିଆଜ ମିଶନ ଫେଲ୍‌ । ସବୁଥିରେ ଫେଲ୍‌ ପାଇଁ ଲୋକ ବି ଏଥର ତାଙ୍କୁ ଫେଲ୍‌ କରିଦେଲେ । ଚିଠି ଲେଖିଲେ ସମସ୍ୟାର ସମାଧାନ ହୁଏ ନାହିଁ । ତୁମେ କଣ ଅଛ ଯେ ଚିଠି ଲେଖୁଛ ?"

ପଶ୍ଚିମବଙ୍ଗ ସରକାର ସହ କଥା ହେଲେ ଯୋଗାଣ ମନ୍ତ୍ରୀ:-

ସେପଟେ ଆଳୁର ଅଭାବକୁ ଦେଖି ଅପରାହ୍ନ ୩ଟାରେ ଜରୁରୀକାଳୀନ ବୈଠକ କରିବା ପରେ ମନ୍ତ୍ରୀ କହିଛନ୍ତି, "ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓଡ଼ିଶା ସରକାର । ପଶ୍ଚିମବଙ୍ଗରେ 21ରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା, 24ରେ ସରିଯାଇଛି । ଦିନେ ଦୁଇ ଦିନ ଭିତରେ ଆଳୁ ଗାଡ଼ି ଆସିବା ଆରମ୍ଭ ହୋଇଯିବ । ଦୁଇ ଦିନ ଭିତରେ ସମସ୍ୟାର ସମାଧାନ ହେବ । ରାଜ୍ୟର ଚାହିଦା ଅନୁସାରେ 7 ଦିନର ଆଳୁ ମହଜୁଦ ଅଛି । ଯେଉଁ ବ୍ୟବସାୟୀ 40 ଟଙ୍କାରେ ଆଳୁ କିଣୁଛନ୍ତି, ଚିଠା ଦେଖନ୍ତୁ । 32 ଟଙ୍କାରୁ ଅଧିକରେ ଆଳୁ ବିକିଲେ ନିଆଯିବ ଆକ୍ସନ୍ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 26, 2024, 8:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.