ଭୁବନେଶ୍ବର: ବହୁତ ଶୀଘ୍ର ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି ଗୁରୁଜୀ ନମସ୍କାର । ଗତକାଲି(ମଙ୍ଗଳବାର) ଏହାର ଟାଇଟେଲ ଓ ପୋଷ୍ଟର ରିଲିଜ ହୋଇଯାଇଛି । ଗୁରୁ ଶିଷ୍ୟର ନିବିଡ ସମ୍ପର୍କକୁ ନେଇ ନିର୍ମାଣ ହେବାକୁ ଯାଉଛି ଏହି ଚଳଚିତ୍ର । ତେବେ ସମୟ ସ୍ରୋତରେ କିଭଳି ଆମେ ଏହି ପବିତ୍ର ବନ୍ଧନକୁ ଭୁଲିଯାଇଛେ । ତାକୁ ପୁନଃଜୀବିତ କରାଯାଇଛି ଏହି ଚଳଚିତ୍ର ମାଧ୍ୟମରେ ।
ଗୁରୁ ଶିଷ୍ୟର ନିବିଡ ସମ୍ପର୍କକୁ ନେଇ ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଚଳଚିତ୍ର ଗୁରୁଜୀ ନମସ୍କାର । ଗତକାଲି ଭୁବନେଶ୍ୱରର ଏକ ହୋଟେଲରେ ଏହାର ଟାଇଟେଲ ଓ ପୋଷ୍ଟର ରିଲିଜ ହୋଇଯାଇଛି । ତେବେ ଚଳଚିତ୍ରଟି ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଥିବା ବେଳେ ଜଣେ ଶିକ୍ଷକ କିଭଳି ବ୍ୟକ୍ତିଗତ ବଳିଦାନ ମାଧ୍ୟମରେ ଶିକ୍ଷାରେ ପରିବର୍ତ୍ତନ ଆଣିଥାଏ ସେହି କାହାଣୀ ଉପରେ ପର୍ଯ୍ୟବେସିତ । ଯେଉଁଥିରେ ଜଣେ ଗ୍ରାମୀଣ ଶିକ୍ଷକଙ୍କର ଶିକ୍ଷା ପ୍ରତି ଥିବା ଉତ୍ସର୍ଗିକୃତ ଭାବ ସୃଜନଶୀଳତା ଓ ପାରିବାରିକ ପୃଷ୍ଠପୋଷକତାକୁ ଦର୍ଶାଯାଇଛି । ଯାହା ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଏକ ସୁସମ୍ପର୍କକୁ ଗଢେ । ଆଉ ଏହି ସମ୍ପର୍କରର ପ୍ରେରଣାରେ ଛାତ୍ରଟି ଦିନେ ସଫଳତା ପାଏ । ଆଉ ତାର ସେହି ସଫଳତା ସମାଜ ପାଇଁ ଦିନେ ଉଦାହରଣ ସାଜେ ।
ଏଭଳି ଗୁରୁ ଶିଷ୍ୟ ସଂପର୍କର କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହେଉଥିବା ବେଳେ ନିଶ୍ଚୟ ଏକ ସୁନ୍ଦର ପରମ୍ପରାର ପୁନରାବୃତି ଓଡ଼ିଆ ସିନେମାରେ ହେବ ବୋଲି କହିଛନ୍ତି ଅଭିନେତା ଓ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ଚଳଚିତ୍ର ଟି ଦ ଅଣ୍ଡରଗ୍ରାଡସ ଓ ଲାମେଲ ୧୮ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବେଳେ କାହାଣୀ ଚିତ୍ରନାଟ୍ୟ ଓ ସଂଳାପରେ ରହିଛନ୍ତି ସଂକେତ ତ୍ରିପାଠୀ ରହିଛନ୍ତି । ନିର୍ଦେଶନାରେ ରହିଛନ୍ତି ଜିତେନ୍ଦ୍ରିୟ ପ୍ରଧାନ । ସହ ପ୍ରଯୋଜକ ଇଲା ମିଶ୍ର ସହ ନିର୍ଦେଶକ ଟୁକୁନ ଏବଂ ସଂଗୀତକୁ ଶବ୍ଦରେ ସଜାଇଛନ୍ତି ଅଭିଜିତ ମଜୁମଦାର ।
ଏହା ମଧ୍ୟ ପଢ଼ନ୍ତୁ... 'ଦଶମ' ଚଳଚ୍ଚିତ୍ରରେ ଜ୍ୟୋତିରଞ୍ଜନଙ୍କ କମାଲ, ବାଲେଶ୍ଵର ହଲରେ ଦର୍ଶକଙ୍କ ପ୍ରଶଂସା
ସେହିଭଳି ଜାନୁଆରୀ ୧୮ ଗୁରୁବାର ଦିନ ରିଲିଜ ହୋଇଛି ଓଡିଆ ଫିଲ୍ମ 'ଦଶମ' । ୯୦ ଦଶକରେ ସ୍କୁଲରେ ଘଟୁଥିବା ଖଟାମିଠା ସ୍ମୃତିକୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଥିବା ବେଳେ ଦର୍ଶକ ଏହି ଫିଲ୍ମ ଦେଖି ସେହି ପୁରୁଣା ଦିନକୁ ମନେ ପକାଇଛନ୍ତି । ଭୁବନେଶ୍ବର ଏକ୍ସପ୍ଲାନେଡର ସିନେପଲିସରେ ଓଡ଼ିଆ ଚଳଚ୍ଚିତ୍ର 'ଦଶମ'ର ପ୍ରଥମ ପ୍ରିମିୟର ହୋଇଥିଲା । ପ୍ରଥମ ଦିନରେ ସିନେ କଳାକାର ପ୍ରଯୋଜକ ଓ ନିର୍ଦ୍ଦେଶକ ଫିଲ୍ମ ଦେଖିଥିବା ବେଳେ ସାରା ରାଜ୍ୟରେ ଫିଲ୍ଛମର ମଜା ନେଉଛନ୍ତି ଦର୍ଶକ । ପ୍ରଥମ ଦିନରେ ହାଉସଫୁଲ ରହିଥିଲା ସିନେମା ହଲ । ଏହି ଫିଲ୍ମରେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ କଣ୍ଠର ଯାଦୁ ଶ୍ରୋତାଙ୍କୁ ବିମୋହିତ କରିଛି । ଚଳଚ୍ଚିତ୍ରରେ ଯୁବ ନିର୍ଦ୍ଦେଶକ ରାଜା ଡି ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ଦୀପକ କୁମାର ଜେନା ଏବଂ ସହ-ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, କୌଶିକ ଦାସ ଏବଂ ରାମ ପଟ୍ଟନାୟକ ।
ଇଟିଭି ଭାରତ, ଭୁବନେଶ୍ବର