ETV Bharat / state

ପୁଣି ଓଡ଼ିଶାକୁ ଫେରିବ କି ପୋସ୍କୋ? JSW ସହ ମିଶି ପ୍ରକଳ୍ପ କରିବା ଚର୍ଚ୍ଚା, ଶିଳ୍ପ ମନ୍ତ୍ରୀ କହିଲେ ସରକାର ପ୍ରସ୍ତୁତ - POSCO TO RETURN ODISHA

ପୁଣି ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆର ଇସ୍ପାତ କମ୍ପାନୀ ପୋସ୍କୋ । ଜେଏସଡବ୍ଲୁ ସହ ମିଶି ଓଡ଼ିଶାରେ ପ୍ରକଳ୍ପ କରିବା ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପ ମନ୍ତ୍ରୀ।

POSCO To Return Odisha
POSCO To Return Odisha (ETV Bharat Odisha)
author img

By ETV Bharat Odisha Team

Published : Oct 30, 2024, 7:57 PM IST

ଭୁବନେଶ୍ୱର: ପୁଣି ଓଡ଼ିଶା ଫେରିବ ଦକ୍ଷିଣ କୋରିଆର ଇସ୍ପାତ କମ୍ପାନୀ ପୋସ୍କୋ । ପୋସ୍କୋ ଆସନ୍ତା ଦିନରେ ଜେଏସଡବ୍ଲୁ ସହ ମିଶି ଓଡ଼ିଶାରେ ପ୍ରକଳ୍ପ କରିବ । ଏମିତି କିଛି ଚର୍ଚ୍ଚା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି । ନିକଟରେ ଜେଏସଡବ୍ଲୁ ଓ ପୋସ୍କୋ ମଧ୍ୟରେ ହୋଇଥିବା ଏମଓୟୁ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଶିଳ୍ପ ସଂସ୍ଥାକୁ ସମସ୍ତ ସହଯୋଗ ଯୋଗାଇବାକୁ ଓଡିଶା ସରକାର ପ୍ରସ୍ତୁତ ଅଛନ୍ତି । ଜେଏସଡବ୍ଲୁ ହେଉକି ପୋସ୍କୋ ଅବା ଜେଏସଡବ୍ଲୁ-ପୋସ୍କୋ ଜଏଣ୍ଟ ଭେଞ୍ଚର ଅଥବା ଅନ୍ୟ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାରେ ନିବେଶ କଲେ ଆମେ ସମସ୍ତଙ୍କୁ ସ୍ଵାଗତ କରିବୁ । ଏହା କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ।

POSCO To Return Odisha (ETV Bharat Odisha)

ପୁଞ୍ଜିନିବେଶ ପାଇଁ JSWର ଘୋଷଣା:

ମୁମ୍ବାଇରେ ଜେଏସଡବ୍ଲୁ ଅଧ୍ୟକ୍ଷ ସଜନ ଜିନ୍ଦଲ ଓ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ ହ୍ଵାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏକ ପାଞ୍ଚ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବା ଲାଗି ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଚୁକ୍ତି ହୋଇଛି । ଜେଏସଡବ୍ଲୁ ଓ ପୋସ୍କୋ ମଧ୍ୟରେ ଦୁଇଟି ପ୍ରସଙ୍ଗକୁ ନେଇ ଚୁକ୍ତି ହୋଇଛି । ଗୋଟିଏ ନୂଆ ଇସ୍ପାତ କାରଖାନା ସମ୍ପର୍କିତ ହୋଇଥିବାବେଳେ ଅନ୍ୟଟି ଇଲେକ୍ଟ୍ରିକ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ ସମ୍ପର୍କିତ ରହିଛି । ପୂର୍ବରୁ ଜଗତସିଂହପୁର ଓ କଟକରେ ଏ ସମ୍ପର୍କିତ ଦୁଇଟି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଜେଏସଡବ୍ଲୁ ଗ୍ରୁପ ଘୋଷଣା କରିଛି । ତେଣୁ ଏହି ବୁଝାମଣା ଓଡ଼ିଶା ପ୍ରକଳ୍ପ ଲାଗି ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

POSCO To Return Odisha
POSCO To Return Odisha (ETV Bharat Odisha)

2005ରେ ହୋଇଥିଲା MoU:
ଓଡ଼ିଶାରେ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି 2005 ଜୁନ ମାସରେ ପୋସ୍କୋ ସହ ଏମଓୟୁ କରିଥିଲେ ବିଜେଡି ସରକାର । ଓଡ଼ିଶା ଇତିହାସର ସର୍ବାଧିକ ବିଦେଶୀ ପୁଞ୍ଜି ନିବେଶକ ଲାଗି ଯୋଜନା କରିଥିଲେ ସରକାର । ଜଗତସିଂହପୁର ଜିଲ୍ଲାରେ 52 ହଜାର କୋଟି ଟଙ୍କା ନିବେଶ କରିବାକୁ ଚୁକ୍ତି ହୋଇଥିଲା । କାରଖାନା ସ୍ଥାପନ କରିବା ଲାଗି କମ୍ପାନୀ 4000 ଏକର ଜମି ମାଗିଥିଲା । ଇଡକୋ ଜରିଆରେ ଜମି ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଥିଲେ ଓଡ଼ିଶା ସରକାର । ଅଧିକାଂଶ ଜଙ୍ଗଲ ଜମି ବର୍ଗର ଥିଲା । ଉକ୍ତ ଜଙ୍ଗଲ ଜମିରେ ପାନବରଜ କରି ପେଟ ପୋଷୁଥିଲେ ସ୍ଥାନୀୟ ଲୋକ ।

ପୋସ୍କୋ ଫେରିବ!

2005ରେ ସ୍ୱାକ୍ଷରିତ ଏମଓୟୁ 2011 ଜୁନରେ ଶେଷ ଶେଷ ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ ସରକାର ଓ କମ୍ପାନୀ । ରାଜ୍ୟ ସରକାର ବହୁ ପ୍ରଚେଷ୍ଟାରେ ପ୍ରାୟ 2 ହାଜରରୁ ଅଧିକ ଏକର ଜମି ଅଧିଗ୍ରହଣ କରି ଯୋଗାଇଥିଲେ । ସମ୍ପୂର୍ଣ୍ଣ ଜମି ନମିଳିବାରୁ 2012 ଏପ୍ରିଲ ପର୍ଯ୍ୟନ୍ତ କମ୍ପାନୀ ତାହାର ନବୀକରଣ କରିନଥିଲା । ସେହିପରି ରାଜ୍ୟର ଖଣ୍ଡାଧାର ଖଣି ପାଇବା ଲାଗି ପୋସ୍କୋର ଦାବି ଥିଲା । ଜମି ମିଳିବାରେ ସମସ୍ୟା ସହ ଖଣି ନମିଳିବାରୁ ବାଧ୍ୟ ହୋଇ 2017 ମାର୍ଚ୍ଚରେ ଏହି ପ୍ରକଳ୍ପରୁ ଓହରି ଯାଇଥିଲା ପୋସ୍କୋ । ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବାରେ ବିଫଳ ହୋଇ ରାଜ୍ୟ ଛାଡ଼ିଥିବା ପୋସ୍କୋ ପୁଣି ଥରେ ଫେରିବା ଆଶା ଉଜ୍ଜୀବିତ ହୋଇଛି । ପୋସ୍କୋ ଯେଉଁ ସ୍ଥାନରେ ଇସ୍ପାତ କାରଖାନା ବସାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲା, ସେହି ଜମିରେ ଜେଏସଡବ୍ଲୁକୁ ଦିଆଯାଇଛି । ଚଳିତବର୍ଷ ଫେବୃଆରୀରେ ଜେଏସଡବ୍ଲୁ ଇସ୍ପାତ ପ୍ରକଳ୍ପ ଲାଗି ଶିଳାନ୍ୟାସ କରିଥିଲା । ଏହି ପ୍ରକଳ୍ପରେ 65 ହଜାର କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରହିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 30 ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି । ସେହିପରି କଟକ ଓ ପାରାଦ୍ୱୀପରେ 40 ହଜାର କୋଟି ଟଙ୍କା ନିବେଶରେ ଏକ ସମନ୍ୱିତ ଇଲେକ୍ଟ୍ରିକ ଯାନ ଓ ବ୍ୟାଟେରୀ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ କମ୍ପାନୀ ଘୋଷଣା କରିଛି ।

ଜଗତସିଂହପୁର ଜିଲ୍ଲାରୁ ପୋସ୍କୋ ଫେରିଯିବା ପରେ 2013 ରେ ପ୍ରସ୍ତାବିତ ଅଞ୍ଚଳ ଶାନ୍ତ ପଡିଥିଲା । କିନ୍ତୁ ଜେଏସଡବ୍ଲୁ ପ୍ରକଳ୍ପ ଘୋଷଣା ପରେ ବିପକ୍ଷବାଦୀଙ୍କ ମେଳି ବଢିଥିଲା । ଏରସମା ଓ କୁଜଙ୍ଗ ବ୍ଲକର 3ଟି ପଞ୍ଚାୟତ ଢିଙ୍କିଆ, ଗଡ କୁଜଙ୍ଗ ଓ ନୂଆଗାଁରେ ବିପକ୍ଷବାଦୀ ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ଗଠନ କରି ସଭା ଆୟୋଜନ କରିଛନ୍ତି । ପୋସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା 2958 ଏକର ଜମିକୁ ଓଡିଶା ସରକାର ଜିନ୍ଦଲକୁ ହସ୍ତାନ୍ତର କରିଛନ୍ତି । ପୋସ୍କୋ ଓଡ଼ିଶା ଫେରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ମନ୍ତ୍ରୀ କହିଛନ୍ତି, "ଜେଏସଡବ୍ଲୁ ହେଉ କି ପୋସ୍କୋ, ଅବା ଜେଏସଡବ୍ଲୁ-ପୋସ୍କୋ ଜଏଣ୍ଟ ଭେଞ୍ଚର ଅଥବା ଅନ୍ୟ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ଓଡ଼ିଶାରେ ନିବେଶ ପାଇଁ ଆମେ ସମସ୍ତଙ୍କୁ ସ୍ଵାଗତ କରିବୁ । ଶିଳ୍ପ ସଂସ୍ଥାକୁ ସମସ୍ତ ସହଯୋଗ ଯୋଗାଇବାକୁ ସରକାର ପ୍ରସ୍ତୁତ । ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ବହୁ ଶିଳ୍ପ ଓଡ଼ିଶାରେ ନିବେଶ ପାଇଁ ମନ ବଳାଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ନୂଆ ସରକାରରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ କରାଯାଉଛି । ମୋହନ ସରକାର ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି । ପୂର୍ବରୁ ଶିଳ୍ପ ଫେରିଯିବାର ବହୁତ କାରଣ ଅଛି ।"

ଏହା ବି ପଢନ୍ତୁ...Dhinkia Against JSW Project: ଗିରଫ 2 ଜଣଙ୍କୁ ଛାଡିଲା ପୋଲିସ, ଢିଙ୍କିଆରେ ପ୍ରତିବାଦ ସଭା

ଏହାମଧ୍ୟ ପଢନ୍ତୁ: ରଣକ୍ଷେତ୍ର ପାଲଟିଲା ଢ଼ିଙ୍କିଆ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଲୋକଙ୍କ ବିଶ୍ୱାସ ଜିତି କାମ କରିବାର ଆବଶ୍ୟକତା ଅଛି । ଯେଉଁ ଶିଳ୍ପ ଲୋକଙ୍କ ବିଶ୍ୱାସ ଜିତି ପାରୁନଥିଲା, ସେ ଫେରି ଯାଉଥିଲା । ସରକାର ବଦଳିବା ପରେ ଶିଳ୍ପ ସଂସ୍ଥାଙ୍କ ମଧ୍ୟରେ ଉତ୍ସାହ ଆସିଛି । ଆମେ ବି ସେମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକୃଷ୍ଟ କରୁଛୁ । ମୁଖ୍ୟମନ୍ତ୍ରୀ ସିଧାସଳଖ ଶିଳ୍ପ ସଂସ୍ଥା ସହ ଆଲୋଚନା କରୁଛନ୍ତି । ଓଡ଼ିଶାରେ ନିବେଶ ପାଇଁ ଜେଏସଡବ୍ଲୁ ଆଗ୍ରହ ଦେଖାଇଛି । ଜଏଣ୍ଟ ଭେଞ୍ଚର କଥା ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାର । ଯେତେବେଳେ ସ୍ପଷ୍ଟ ହେବ, ତାହା ଜଣାପଡ଼ିବ । ଜଗତସିଂହପୁରରେ ଜେଏସଡବ୍ଲୁ ଯେଉଁ ପ୍ରକଳ୍ପ କରୁଛି, ତାହା ଜେଏସଡବ୍ଲୁ ଉତ୍କଳ । ତାହା ଜେଏସଡବ୍ଲୁର ନିଜସ୍ଵ ପ୍ରକଳ୍ପ ଅଟେ । ସେଥିରେ ପୋସ୍କୋର କୌଣସି ସଂଯୋଗ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.