ETV Bharat / state

ଶଯ୍ୟାଶାୟୀ ଭେଣ୍ଡିଆ ପୁଅ; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ପୁଅ କଷ୍ଟ ଦେଖି ଶୁଖୁନି ମା’ ଆଖିର ଲୁହ - Patient Seeks Help For Treatment - PATIENT SEEKS HELP FOR TREATMENT

Patient Seeks Help For Treatment: ଦୁର୍ଘଟଣା ପରେ ଶଯ୍ୟାଶାୟୀ ବଲାଙ୍ଗୀରର ଗରୁଡ ଧ୍ବଜ । ଚିକିତ୍ସା ପାଇଁ ପରିବାର ପାଖରେ ଅର୍ଥ ଅଭାବ । ସରକାରଙ୍କ ସହାୟତା ଲୋଡିଲେ ପରିବାର ଲୋକେ । ଅଧିକ ପଢନ୍ତୁ

PATIENT SEEKS HELP FOR TREATMENT
PATIENT SEEKS HELP FOR TREATMENT (ETV BHARAT ODISHA)
author img

By ETV Bharat Odisha Team

Published : Jul 13, 2024, 2:26 PM IST

Updated : Jul 15, 2024, 6:06 AM IST

PATIENT SEEKS HELP FOR TREATMENT (ETV BHARAT ODISHA)

ବଲାଙ୍ଗୀର: ଦୀର୍ଘ 8 ବର୍ଷ ହେଲା ଶଯ୍ୟାଶାୟୀ ଭେଣ୍ଡିଆ ପୁଅ । ରୋଜଗାର କରିବା ତ ଦୂରର କଥା ଅଣ୍ଟା ସଳଖି ଛିଡା ହେବାକୁ ମଧ୍ୟ ସେ ଅକ୍ଷମ । ଯେଉଁ ବୟସରେ ପରିବାରର ବୋଝ ମୁଣ୍ଡାଇବା କଥା, ସେହି ବୟସରେ ସେ ପରିବାର ପାଇଁ ବୋଝ ହୋଇଯାଇଛନ୍ତି । ଆମେ କହୁଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ କହ୍ନେଇ ମୁଣ୍ଡା ଗ୍ରାମର ଗରୁଡ ଧ୍ୱଜ ପ୍ରଧାନଙ୍କ କଥା । ପରିବାର କହିଲେ ତାଙ୍କର ଦୁଇ ଭଉଣୀ ଓ ମାଆ ସାନ ପ୍ରଧାନ। ଦିନକୁ ଦୁଇ ଓଳା ଖାଇବା ମୁସକିଲ ହୋଇ ପଡିଥିବା ବେଳେ କେମିତି ପୁଅର ଅକ୍ଷମ ଶରୀରକୁ ସକ୍ଷମ କରାଇବେ ସେନେଇ ଚିନ୍ତାରେ ପରିବାର । ଗରୁଡ ଧ୍ୱଜଙ୍କ ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ । ଦୁର୍ଘଟଣାର ଶିକାର ହେବା ପରେ ଚାଲିବାକୁ ଅକ୍ଷମ ହୋଇ ଶଯ୍ୟାଶାୟୀ ହୋଇଯାଇଛି ଗରୁଡ ଧ୍ୱଜ ।

ଯେତେବେଳେ ଗରୁଡ ଧ୍ୱଜ ସୁସ୍ଥ ଥିଲେ ସେତେବେଳେ ପରିବାରର ବୋଝ ମୁଣ୍ଡାଉଥିଲେ । ଟ୍ରକ ଡ୍ରାଇଭର ଭାବେ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ଦୁଇ ଉଭଣୀ ଓ ମାଆ ପେଟରେ ଦାନା ଯୋଗାଉଥିଲେ । କିନ୍ତୁ ହଠାତ ତାଙ୍କ ଜୀବନକୁ ମାଡି ଆସିଲେ ବିପଦର କଳାବାଦଲ । 2016 ମସିହାରେ ଟ୍ରକ ଯୋଗେ କେନ୍ଦୁପତ୍ର ନେଇ ଓଡ଼ିଶାରୁ କୋଲକତା ଯାଉଥିଲେ ଗରୁଡ ।

ବାରିପଦାରେ ଟ୍ରକ ରାତିରେ ରହିବା ପରେ ସେ ଉପରକୁ ଚଢି ଯାଞ୍ଚ କରୁଥିଲେ। ଏହି ସମୟରେ ସେ ହଠାତ ତଳେ ପଡିଯିବାରୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କିଥିଲେ । ତାଙ୍କ ଅଣ୍ଟା ଭାଙ୍ଗିଯାଇ ଅଧିକ ଚିକିତ୍ସା ପାଇଁ ବାହାରକୁ ଯିବାକୁ କହିଥିଲେ । କିନ୍ତୁ ପାଖରେ ଅର୍ଥ ନଥିବାରୁ ତାକୁ ଘରକୁ ଫେରାଇ ଆଣିଥିଲେ ପରିବାର ଲୋକେ। ଆଉ ସେବେ ଠାରୁ ଆଜକୁ 8 ବର୍ଷ ହେବ ଶଯ୍ୟାଶାୟୀ ହୋଇଯାଇଛନ୍ତି ଗରୁଡ ଧ୍ୱଜ ।

ଏହା ମଧ୍ୟ ପଢନ୍ତୁ-ଜୀବନ-ମରଣ ସହ ସଂଘର୍ଷ କରୁଛନ୍ତି ରଞ୍ଜନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଘରେ ଏବେ ତାଙ୍କ ବୃଦ୍ଧା ମାଆ ଓ ଦୁଇ ଅବିବାହିତ ଭଉଣୀ ନିଜ ଭାଗ୍ୟକୁ ଆଦରି ବସି ରହିଛନ୍ତି। ମା ପୁଅ ପାଇଁ ଚିନ୍ତା ଥିବା ବେଲେ ଦୁଇ ଭଉଣୀ ମଜୁରୀ କରି ଖାଇବା ଯୋଗାଡ କରୁଛନ୍ତି। ଗରୁଡ ଧ୍ୱଜର ଚିକିତ୍ସା ପାଇଁ ଅନେକ ଚେଷ୍ଟା କରିବା ସତ୍ତ୍ୱେ ଆଜି ଯାଏଁ ସଫଳ ହୋଇ ପାରିନାହାନ୍ତି ପରିବାର ଲୋକେ । ଗରୁଡଧ୍ଵଜର ମାଆ ସାନ ପ୍ରଧାନ କହିଛନ୍ତି ଯେ, ପୁଅ ଦୀର୍ଘ ଆଠ ବର୍ଷରୁ ଶଯ୍ୟାଶାୟୀ ହୋଇଛି। ତାର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବା ବେଳେ ତାହା ଯୋଗାଡ଼ ସମ୍ଭବ ନୁହେଁ । ତେଣୁ ସରକାର କିଛି ସାହାଯ୍ୟ କଲେ ତାଙ୍କ ପୁଅ ଭଲ ହୋଇପାରାନ୍ତା ।

ସେପଟେ ଏହି ଅଭାବନୀୟ ଘଟଣାକୁ ସମ୍ନାକୁ ଆଣି ଯଥା ସମ୍ଭବ ସାହାଯ୍ୟ କରିଥିବା ବଲାଙ୍ଗୀର ସ୍ବେଚ୍ଛା ସେବୀ ସଂଗଠନର ସଭାପତି ସନ୍ତୋଷ ପଟ୍ଟନାୟକ କହିଛନ୍ତି ଯେ, ଆଜିର ଯୁଗରେ ଏଭଳି ଚିତ୍ର ନିହାତି ଚିନ୍ତାର ବିଷୟ ଅଟେ। ଆଠ ବର୍ଷ ହେବ ଚିକିତ୍ସା ସୁବିଧା ନ ପାଇ ଜଣେ ଯୁବକ ଏଭଳି ଅବସ୍ଥାରେ ରହିବା ସବୁ ସରକାରୀ ଯୋଜନା ଉପରେ ପ୍ରଶ୍ନ ହୋଇଛି । ଏଥର ରାଜ୍ୟରେ ନୂଆ ସରକାର ଗଠନ ହୋଇଛି । ଜିଲ୍ଲାରୁ ଦୁଇ ଜଣ ମନ୍ତ୍ରୀ ଅଛନ୍ତି। ଜଣେ ଉପ ମୁଖ୍ୟମନ୍ତ୍ରୀ ଥିବା ବେଳେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ମନ୍ତ୍ରୀ ଅଛନ୍ତି। ଆଶା ରହିଛି ଏମାନଙ୍କ ଦୃଷ୍ଟି ଏହି ପରିବାର ଉପରେ ପଡିବ ଏବଂ ଏହି ଯୁବକର ଚିକିତ୍ସା ହେବ । ଯାହାଦ୍ୱାରା ପୀଡିତ ପରିବାର ଉପକୃତ ହେବେ ବୋଲି ସେ କହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଲୋଇସିଂହା ନିର୍ବାଚନ ମଣ୍ଡଳୀର ହୋଇଥିବା ବେଳେ ନିଜ ଅଞ୍ଚଳରେ ଥିବା ଏହି ଦୁଃଖି ପରିବାର ଉପରେ କେବେ ନଜର ପଡୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jul 15, 2024, 6:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.