ETV Bharat / state

ମାଓ ପ୍ରବଣ ସୁନାବେଡାରେ ସୁରୁଖୁରରେ ନିର୍ବାଚନ ସାରି ଷ୍ଟ୍ରଙ୍ଗରୁମରେ ପୋଲିଂ ଅଫିସର - Polling Officer

Polling Officer Returned From Maoist Areas: ସୁରୁଖୁରରେ ନିର୍ବାଚନ ସାରି ମାଓ ପ୍ରବଣ ନୂଆପଡା ସୁନାବେଡା ଅଞ୍ଚଳରୁ ଫେରିଲେ ପୋଲିଂ ଅଫିସର । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 14, 2024, 7:18 AM IST

Etv Bharat
Etv Bharat (Etv Bharat)
ମାଓ ପ୍ରବଣ ସୁନାବେଡାରେ ସୁରୁଖୁରରେ ନିର୍ବାଚନ ସାରି ଷ୍ଟ୍ରଙ୍ଗରୁମରେ ପୋଲିଂ ଅଫିସର (ETV Bharat Odisha)

ନୂଆପଡା: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟୟ ନିର୍ବାଚନ ଥିବା ବେଳେ ନୂଆପଡା ଓ ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ କାର୍ଯ୍ୟ ଶେଷ ହୋଇଛି । ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଏବଂ ନୂଆପଡା ନିର୍ବାଚନ ମଣ୍ଡଳୀରେ ସମୁଦାୟ 604ଟି ମତଦାନ କେନ୍ଦ୍ର ରହିଥିଲା । ସେଥିମଧ୍ୟରୁ 68 ଗୋଟି ମତଦାନ କେନ୍ଦ୍ର ସମ୍ବେଦନଶୀଳ ରହିଥିଲା । ଏହା ଭିତରୁ ମାଓ ପ୍ରବଣ ସୁନାବେଡା ଅଭୟାରଣ୍ୟ ମଧ୍ୟରେ ମୋଟ 7ଟି ମତଦାନ କେନ୍ଦ୍ର ରହିଥିଲା । ଏହି ମତଦାନ କେନ୍ଦ୍ରକୁ ବାୟୁ ସେନାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୋଲିଂ ଅଫିସରଙ୍କୁ ପହଞ୍ଚାଇଥିଲା ଜିଲ୍ଲା ପ୍ରଶାସନ ।

ଆଜି ମତଦାନ ଶେଷ ହେବା ପରେ 2ଟି ମତଦାନ କେନ୍ଦ୍ରର ପୋଲିଂ ଅଫିସରଙ୍କୁ ହେଲିକେପ୍ଟର ଯୋଗେ ଷ୍ଟ୍ରଙ୍ଗରୁମରେ ହଞ୍ଚାଇଛି ପ୍ରଶାସନ । ସେହପରି ପରେ ଅନ୍ୟ 5ଟି ମତଦାନ କେନ୍ଦ୍ରରେ ଭୋଟିଂ ବିଳମ୍ବ ହୋଇଥିବାରୁ ପୋଲିଂ ଅଫିସରଙ୍କୁ ହେଲିକେପ୍ଟର ଯୋଗେ ଅଣାଯାଇ ନାହିଁ । ରାତ୍ରିରେ ହେଲିକେପ୍ଟର ଉଡାଣ ଭରିବା ବାରଣ ଥିବା କାରଣରୁ ଅନ୍ୟ 5ଟି ମତଦାନ କେନ୍ଦ୍ରର ପୋଲିଂ ଅଫିସରଙ୍କୁ ସ୍ବତନ୍ତ୍ର ସେନା ସୁରକ୍ଷା ବଳରେ ଅଣାଯିବ ବୋଲି ନୂଆପଡା ଏସପି ଜି ରାଘବେନ୍ଦ୍ର ରେଡ୍ଡି ସୂଚନା ଦେଇଛନ୍ତି । ମତଦାତାଙ୍କ ପ୍ରବଳ ଭିଡ ଏବଂ ତ୍ରୁଟିପୂର୍ଣ୍ଣ EVM ପାଇଁ କିଛି ସ୍ଥାନରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା । ଫଳରେ ସେହିସବୁ ମତଦାନ କେନ୍ଦ୍ର ଗୁଡିକରେ ବର୍ତ୍ତମାନ ପର୍ଯ୍ୟନ୍ତ ମତଦାନ ବିଳମ୍ବ ହୋଇଥିବା ପ୍ରଶାସନ ପରକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା ନିର୍ବାଚନ ୨୦୨୪; ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, EVMରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ - First Phase Polling In Odisha

ପ୍ରଥମ ପର୍ଯ୍ୟାୟ ମତଦାନ ସଂଧ୍ୟା 5 ଘଣ୍ଟା ସୁଦ୍ଧା ନୂଆପଡା ନିର୍ବାଚନ ମଣ୍ଡଳୀରେ 66.22 ପ୍ରତିଶତ ହୋଇଥିବା ବେଳେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ 66.48 ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ମାଓ ପ୍ରବଣ ସୁନାବେଡା ଅଭୟାରଣ୍ୟରେ ଥିବା 7ଟି ମତଦାନ କେନ୍ଦ୍ରରୁ 2ଟି ପୋଲିଂ ଅଫିସରଙ୍କୁ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆଣିଷ୍ଟ୍ରଙ୍ଗ ରୁମରେ ପହଞ୍ଚାଯାଇଛି । ଅନ୍ୟ 5ଟି ମତଦାନ କେନ୍ଦ୍ରର ପୋଲିଂ ଅଫିସରଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବଳରେ ଅଣାଯିବ । ଏଥିରେ କୌଣସି ଅସୁବିଧା ହେବନାହିଁ ବୋଲି ନୂଆପଡା ଏସପି ଜି ରାଘବେନ୍ଦ୍ର ରେଡି ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନୀ ହିଂସା ଅଭିଯୋଗ ଆଣିଲା ବିଜେଡି, କହିଲା ଗୋପାଳପୁରରେ ରକ୍ତମୁଖା ବିଜେପି - Electoral Violence

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.