ETV Bharat / state

ସୁଭଦ୍ରାକୁ ନେଇ ବିଜେପିକୁ ଘେରିଲେ ନବୀନ; ପଚାରିଲେ ଗ୍ୟାରେଣ୍ଟି ନା ଧୂଆଁବାଣ ? - Politics On Subhadra SOP

author img

By ETV Bharat Odisha Team

Published : Aug 23, 2024, 10:01 PM IST

Politics On Subhadra SOP: ସୁଭଦ୍ରା ଏସଓପିଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ଟ୍ବିଟ କରି ନବୀନ ପଚାରିଛନ୍ତି ମା’ମାନଙ୍କୁ ଏହା କଣ ବିଜେପିର ଗ୍ୟାରେଣ୍ଟି ? ସେପଟେ ସାମ୍ବାଦିକ ସମ୍ମିଳନୀ କରି ଦଳ ବିଜେପି ସରକାର ଉପରେ ଜୋରଦାର ବର୍ଷିଛି ଦଳ ।

Politics On Subhadra SOP
Politics On Subhadra SOP (ETV Bharat Odisha)

ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ଏସଓପି ଆସିବା ପରେ ବିଜେପିକୁ ଘେରିଛି ବିଜେଡି । ଏସଓପିରେ ବିଜେପିର ଦୋ ମୁହାଁ ଚେହେରା ସାମ୍ନାକୁ ଆସିଛି ବୋଲି କହିଛି ବିଜେଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଏକ୍ସରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପଚାରିଛନ୍ତି ମା’ମାନଙ୍କୁ ଏହା କଣ ବିଜେପିର ଗ୍ୟାରେଣ୍ଟି ? ନା ଏହା ଏକ ଧୂଆଁବାଣ । ସେପଟେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଏହା ଗ୍ୟାରେଣ୍ଟି ନା ଧୂଆଁବାଣ ବୋଲି ବିଜେପିକୁ ପ୍ରଶ୍ନ କରିଛି ।

ସୁଭଦ୍ରାକୁ ନେଇ ବିଜେପିକୁ ଘେରିଲେ ନବୀନ (ETV Bharat Odisha)

Xରେ ନବୀନଙ୍କ ପ୍ରଶ୍ନ ଏହା କଣ ବିଜେପିର ଗ୍ୟାରେଣ୍ଟି ?

ସୋସିଆଲ ମିଡିଆ ଏକ୍ସରେ ନବୀନ ଟ୍ବିଟ କରିଛନ୍ତି, ‘ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି 'ଗ୍ୟାରେଣ୍ଟି' ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା'ମାନଙ୍କୁ ଏହା କ'ଣ ବିଜେପିର ଗ୍ୟାରେଣ୍ଟି ? ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ। ତାହେଲେ ବିଜେପି ସରକାରଙ୍କ 'ପ୍ରତ୍ୟେକ' ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବା ଅର୍ଥ କ'ଣ ଏଇୟା ? ମା'ମାନଙ୍କୁ ଏହା କ'ଣ ବିଜେପିର ଗ୍ୟାରେଣ୍ଟି ? ନା ଏହା ଏକ ଧୂଆଁବାଣ?’

ସେପଟେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, ନିର୍ବାଚନ ପ୍ରଚାର ଓ ଏସଓପି ଦେଖି ଲାଗୁଛି ମହାଆଡ଼ମ୍ବରରେ ଲଘୁକ୍ରିୟା । ଏସଓପି ଅନୁସାର ଆଶାକର୍ମୀ, ଅଙ୍ଗନବାଡିକର୍ମୀ, ଗାଁ ସାଥି, ବ୍ୟାଙ୍କ ମିତ୍ରଙ୍କ ସମେତ କୋଟିଏ ମହିଳା ଯୋଜନାରୁ ବଞ୍ଚିତ ହେବେ । 2 ବର୍ଷରେ 50 ହଜାର କହି ଏବେ 5 ବର୍ଷରେ ଦେବେ କହୁଛନ୍ତି । ଆଗାମୀ ଦିନରେ ମହିଳା ଏହାର ଜବାବ ଦେବେ ବୋଲି ।

‘ବିଜେପିର ଦୋ ମୁହାଁ ଚେହେରା’:

ସୁଲତା ଦେଓ କହିଛନ୍ତି, "ବିଜେପିର ସବୁବେଳେ ଦୋ - ମୁହାଁ ଚେହେରା । ମିଛ, ପ୍ରବଞ୍ଚନା ଓ ଚଞ୍ଚକତା ବିଜେପିର ଅଙ୍ଗେ ଅଙ୍ଗେ ମିଳିବ । ନିର୍ବାଚନ ପୂର୍ବରୁ ବିଜେପି ଘରେ ଘରେ ବୁଲି କାଗଜ ଫର୍ମ ଫିଲ୍ପ କରୁଥିଲେ । ଆମେ ସରକାରକୁ ଆସିଲେ ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ 50 ହଜାର ଟଙ୍କା ଦେବୁ । ଆଜି ଆସିଥିବା ସୁଭଦ୍ରା ଯୋଜନାର ଏସଓପିରେ ଜଣାପଡୁଛି ଏହା ବହୁ ଆଡମ୍ବର ଲଘୁ କ୍ରିୟା । ସରକାରକୁ ଆସିଲେ 2 ବର୍ଷରେ ମହିଳାଙ୍କୁ 50 ହଜାର ଟଙ୍କା ଦେବୁ । ସବୁ ମହିଳାଙ୍କୁ 50 ହଜାର ମିଳିବ ବୋଲି ସମସ୍ତେ ଭାବିଲେ । ବିଜେପିର ପ୍ରବଞ୍ଚନା ବୁଝିବା ଭାରି କଷ୍ଟ । ସାଧାରଣ ଲୋକ ବିଜେପିର ପ୍ରବଞ୍ଚନା ବୁଝିପାରିବ ନାହିଁ । ଏହି ପ୍ରବଞ୍ଚନା ସାଧାରଣ ଲୋକ ଓ ମହିଳା ବୁଝି ପାରିଲେ ନାହିଁ । ମହିଳା ଭାବିଲେ 50 ହଜାର ଟଙ୍କା ପାଇଲେ ଗାଁ ଗହଳରେ ଛୋଟ ବେପାର କରିବି । ଗାଈ, କୁକୁଡ଼ା ଓ ଅନ୍ୟାନ୍ୟ ଗୃହପାଳିତ ପଶୁ ରଖି ଦି ପଇସା ରୋଜଗାର କରିବୁ ।"

ବଞ୍ଚିତ ହେବେ ମହିଳା:

ସୁଲତା ଆହୁରି ମଧ୍ୟ କହିଛନ୍ତି, "ଏସଓପିରେ ଦୁଇ ବର୍ଷ ନୁହେଁ ପାଞ୍ଚ ବର୍ଷରେ 50 ହଜାର ଟଙ୍କା ମିଳିବ ବୋଲି ସରକାର କହିଛନ୍ତି । 5 ବର୍ଷରେ 50 ହଜାର ଟଙ୍କା ନେଇ ବର୍ଷକୁ ହେବ 10 ହଜାର ଟଙ୍କା । ହିସାବ କଲେ ମାସକୁ ଏହା 833 ଟଙ୍କା ହେଉଛି । ଆଉ ଦିନକୁ 27 ଟଙ୍କା ପଡୁଛି । ବିଜେପି ସରକାରରେ ଆଳୁ 50 ଟଙ୍କା, ପିଆଜ 55 ଟଙ୍କା, ରନ୍ଧା ଗ୍ୟାସ 900 ଟଙ୍କା ହୋଇଥିବାବେଳେ ଏହି ଟଙ୍କା ନେଇ ମହିଳା କଣ କରିବେ ? ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା କଥା ସରକାର କହିଥିଲେ । ଏବେ ଏହାକୁ ପରିବର୍ତ୍ତନ କରିଛନ୍ତି । ଫଳରେ ପାଖାପାଖି କୋଟିଏ ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ ।"

ଅନେକ ମହିଳା ଯୋଜନାର ପାଇବେନି ଲାଭ:

ସେ ଏହା ମଧ୍ୟ କହିଛନ୍ତି, "ଆଶା କର୍ମୀ, ଅଙ୍ଗନବାଡି, ସିଆରପି, ଏମବିକେ, ବ୍ୟାଙ୍କ ସାଥୀ, କୃଷି ମିତ୍ର ପରି ଅନେକ ସୁଭଦ୍ରା ଯୋଜନା ପାଇବାରୁ ବଞ୍ଚିତ ହେବେ । ସରକାର ସ୍ତରରେ ଏମାନେ ମାତ୍ର 1500 ଟଙ୍କା ପାଉଥିବାବେଳେ ବର୍ଷକୁ ରୋଜଗାର 18 ହଜାର ଟଙ୍କା । ସେମାନେ ଏହି ଯୋଜନାର ଲାଭ ପାଇବେ ନାହିଁ । ବିଜେପି ସବୁବେଳେ ଚଞ୍ଚକତା କରିଛି । ମିଛ କହି ସରକାରକୁ ଅସିଛି ବିଜେପି । ଦିନକୁ 27 ଟଙ୍କା ଓ ମାସକୁ 833 ଟଙ୍କା, ଏହି ସୁଭଦ୍ରା ଯୋଜନା କଥା ବିଜେପି କହିଥିଲା । ବିଜେପି ଗୋଟେ କଥା କହିଥିବାବେଳେ ଆଜି ଆଉ ଗୋଟେ କଥା କରିବାକୁ ଯାଉଛନ୍ତି । ବିଜେପି ସବୁବେଳେ ଅଲଗା ଅଲଗା ତଥ୍ୟ ଦିଏ । ତଥ୍ୟ ଓ ସତ୍ୟରେ ତାଳମେଳ ନଥାଏ ।"

ବିଜେପିକୁ ସୁହେଇଲା ପରି ଯୋଜନା:

ସୁଲତା କହିଛନ୍ତି, "ବିଜେପି କେବେ ଓଡିଶା ଲୋକଙ୍କ ଲାଗି କାନ୍ଦି ନାହିଁ । ସବୁ ଯୋଜନା ବିଜେପିକୁ ସୁହେଇଲା ପରି କରିଛନ୍ତି । ସଂକଳ୍ପ ପତ୍ରରେ ବିଜେପି ଯାହା ପ୍ରତିଶ୍ରୁତି ରଖିଥିଲା, ତାହା ମଧ୍ୟରୁ ଗୋଟେ ବି ଯୋଜନା ପୂରଣ ହୋଇନାହିଁ । ସୁଭଦ୍ରା ଯୋଜନା କହି ବିଜେପି ସାଧାରଣ ମହିଳାଙ୍କୁ ଠକିଛି । ବିଜେପି ଆଉ ଦିନରେ ଆଲୁଅ ନଦେଖାଉ । ଦିନରେ ତାରା ଦେଖାଇବା ବନ୍ଦ କରନ୍ତୁ । ବିଜେପି ରାଜ୍ୟରେ ଭେଦଭାବ ସୃଷ୍ଟି କରୁଛି । ମହିଳାମାନେ ଏହାକୁ ନିଶ୍ଚୟ ଭାବେ ଗୁରୁତର ସହ ନେବେ । ପ୍ରବଞ୍ଚନା କରିଥିବା ବିଜେପି ନେତାଙ୍କୁ ପ୍ରଶ୍ନ ପଚାରିବେ ।"

ଏହା ମଧ୍ୟ ପଢନ୍ତୁ: ଆସିଲା ସୁଭଦ୍ରା SOP: କିଏ ପାଇବେ ଟଙ୍କା, କେମିତି କରିବେ ଆବେଦନ ? ସରକାରଙ୍କୁ ବିରୋଧିଙ୍କ ପ୍ରଶ୍ନ 5 ହଜାର ଟଙ୍କା ନେଇ କଣ କରିବେ ମହିଳା ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.