ETV Bharat / state

ତଲାବିରା କୋଇଲା ଖଣି ଦୁର୍ନୀତି; ସତ ସାମ୍ନାକୁ ଆସିବା ଦରକାର କହିଲା ବିଜେପି, କଂଗ୍ରେସ କହିଲା ଦୋଷୀ ଦଣ୍ଡିତ ହେଉ - CBI Enquiry Demand

Politics Heats up over CBI Enquiry Demand by BJP MLA Tankadhar Tripathy on Talabira Coal Mine: 2005ରେ କେନ୍ଦ୍ରରେ କଂଗ୍ରେସର ମନମୋହନ ସିଂହଙ୍କ ସରକାର ଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଣ୍ଡାଲକୋ ପାଇଁ ଚିଠି ଲେଖିଥିଲେ । ଅଧିକ ପଢନ୍ତୁ

ତଲାବିରା କୋଇଲା ଖଣି ଦୁର୍ନୀତି
ତଲାବିରା କୋଇଲା ଖଣି ଦୁର୍ନୀତି (ETV Bharat Odisha)
author img

By ETV Bharat Odisha Team

Published : Aug 7, 2024, 5:51 PM IST

Updated : Aug 7, 2024, 7:25 PM IST

ଭୁବନେଶ୍ବର: ସେ ଯିଏ ହେଉ ନା କାହିଁକି ସତ ସାମ୍ନାକୁ ଆସିବା ଦରକାର ବିଜେପି । ଝାରସୁଗୁଡ଼ା ଜିଲ୍ଲାର ତଲାବିରା କୋଇଲା ଖଣି ଦୁର୍ନୀତିରେ ସିବିଆଇ ମାମଲା ରୁଜୁ କରିଛି । CBI ପକ୍ଷରୁ ମାମଲା ରୁଜୁ ହେବା ପରେ ରାଜନୀତି ଜୋର ଧରିଛି । 2005ରେ କେନ୍ଦ୍ରରେ କଂଗ୍ରେସର ମନମୋହନ ସିଂହଙ୍କ ସରକାର ଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଣ୍ଡାଲକୋ ପାଇଁ ଚିଠି ଲେଖିଥିଲେ।ଏବେ ଉଭୟ ଓଡିଶା ଏବଂ କେନ୍ଦ୍ରରେ ବିଜେପିର ଡବଲ ଇଞ୍ଜିନ ସରକାର । ତେବେ CBI ତଦନ୍ତ ପ୍ରସଙ୍ଗରେ ମତ ରଖିଛି ଉଭୟ ବିଜେପି ଏବଂ କଂଗ୍ରେସ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରତିକ୍ରିୟା ।

ତଲାବିରା କୋଇଲା ଖଣି ଦୁର୍ନୀତି (ETV Bharat Odisha)

ଖଣି ଦୁର୍ନୀତି ପ୍ରସଙ୍ଗରେ ନାଁ ନନେଇ ପରୋକ୍ଷରେ ନବୀନଙ୍କ ଉପରେ ବର୍ଷିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଝାରସୁଗୁଡା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, "ଯେଉଁମାନେ ନିଜକୁ ନିର୍ମଳ ଭାବମୂର୍ତି କହି ନିଜର ଛବି ପ୍ରତିଷ୍ଠା କରୁଥିଲେ ସିବିଆଇ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ । ବିଗତ ସରକାର ସମୟରେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଅନେକ ଗୁଡିଏ କାମ କରାଯାଇଥିଲା । ସେହି ସବୁ କାମ ପାଇଁ ସମସ୍ତ ଆଇନ କାନୁନ ବିଧି ବ୍ୟବସ୍ଥାକୁ ଆଖି ବୁଜି ଦେଇ କାମ କରାଯାଇ ଥିଲା । ଯଦି ସିବିଆଇ ହିଣ୍ଡଲକୋ ଘଟଣାରେ ତଦନ୍ତ ଆରମ୍ଭ କରିଛି ନିଶ୍ଚିତ ଭାବେ ସିବିଆଇ ପାଖରେ କିଛି ନା କିଛି ତଥ୍ୟ ପ୍ରମାଣ ହସ୍ତଗତ ହେଇଥିବ । ଯଦି ଏହି କାର୍ଯ୍ୟ ରେ ନିୟମ କାନୁନର ଉଲଂଘନ କରାଯାଇଛି ଏବଂ ଅଭିଯୋଗ ଅନୁଯାୟୀ ଚାନ୍ଦା ଆଦାୟ ହୋଇଛି । ତେବେ ଏହା ଏକ ବହୁତ ଜଘନ୍ୟ ଓ ଗର୍ହିତ କଥା । ସିବିଆଇ ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନା କୁ ଆସିବ । ଯେଉଁମାନେ ନିଜକୁ ନିର୍ମଳ ଭାବମୂର୍ତି କହି ନିଜର ଛବି ପ୍ରତିଷ୍ଠା କରୁଥିଲେ ସିବିଆଇ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ। ଯିଏ ଅଡୁଆରେ ପଡୁଛି ପଛେ ସବୁ କିଛି ସାମ୍ନା କୁ ଆସିବା ଦରକାର ।"

CBI Enquiry
CBI Enquiry (ETV Bharat Odisha)

ଏହା ବି ପଢନ୍ତୁ- କାହା ମୁଣ୍ଡରେ ପିସିସି ସଭାପତି ମୁକୁଟ ? ରେସରେ ଏକାଧିକ ହେଭିୱେଟ - Next PCC President of Odisha

ସେପଟେ କଂଗ୍ରେସ ଦଳର ମୁଖ୍ୟ ସଚେତକ ଡ଼ ରାଜେନ ଏକ୍କା କହିଛନ୍ତି, "ଯିଏ ଦୋଷ କରିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଯେତେବେଳେ cbi ତଦନ୍ତ ହେବ କାହାକୁ କାହାକୁ ଅନୁକମ୍ପା ଦେଖାଇଥିଲେ ସେତେବେଳେ ବାହାରିବ । ସେତେବେଳେ ଯିଏ ଦାୟିତ୍ୱରେ ଥିଲେ ସେମାନଙ୍କ ପାଇଁ ଅଡ଼ୁଆ ନିଶ୍ଚୟ ହେବ । ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଯେତେବେଳେ ଚାହୁଁଛୁ ଭଲ କରିବା ପାଇଁ, ଯେଉଁମାନେ ଦୁର୍ନୀତି କରିଛନ୍ତି ସେ କଥା ସାମ୍ନାକୁ ଆସିବା ଦରକାର, ଦଣ୍ଡିତ ହେବା ଦରକାର ।"

CBI Enquiry
CBI Enquiry (ETV Bharat Odisha)

ସୂଚନା ଥାଉ କି 2005 ଅଗଷ୍ଟ 17 ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଣ୍ଡାଲକୋକୁ ତଲାବିରା କୋଇଲା ଖଣି ଦେବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏବେ ହିଣ୍ଡାଲକୋ ଉପରେ ମାମଲା ରୁଜୁ କରିଛି cbi । 10 ଜୁଲାଇରେ cbi ପକ୍ଷରୁ fir କରାଯାଇଛି।

CBI Enquiry
CBI Enquiry (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 7, 2024, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.