ETV Bharat / state

ସମ୍ବଲପୁର ବିଜେପିରେ ଫାଟ ! ଜୟନାରାୟଣ ଓ ଗିରିଶଙ୍କ ମଧ୍ୟରେ ଘନେଇଲା ବିବାଦ - Jayanarayan and girish dispute

author img

By ETV Bharat Odisha Team

Published : Jun 30, 2024, 7:12 PM IST

JAYANARAYAN AND GIRISH DISPUTE: ପଦାରେ ପଡ଼ିଛି ସମ୍ବଲପୁର ବିଜେପିର କନ୍ଦଳ । ଜିଲ୍ଲା ବିଜେପି ସଭାପତିଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗି ନୂଆ ତାଲା ଲଗାଇଲେ ଜୟନାରାୟଣ ସମର୍ଥକ । ଅଧିକ ପଢନ୍ତୁ

JAYANARAYAN AND GIRISH DISPUTE
JAYANARAYAN AND GIRISH DISPUTE (ETV Bharat Odisha)

ସମ୍ବଲପୁର: ବିଜେପିରେ ଦେଖା ଦେଇଛି ଫାଟ । ଗତ 2024 ସାଧାରଣ ନିର୍ବାଚନ ପୂର୍ବରୁ ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ଏବଂ ସମ୍ବଲପୁର ଜିଲ୍ଲା ବିଜେପି ଗିରିଶ ପଟେଲ ମଧ୍ୟରେ ବିବାଦ ଲାଗି ରହୁଥିବାର ଆଭାସ ମିଳୁଥିବା ବେଳେ କିନ୍ତୁ ବର୍ତ୍ତମାନ ଏହି ଫାଟ ପଦାରେ ପଡିଯାଇଛି । ଉଭୟ ନେତାଙ୍କ ମଧ୍ୟରେ ବିବାଦ ଘନେଇଛି । ଗତକାଲି ସମ୍ବଲପୁର ସହରର କଚେରୀ ଛକ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜୟନାରାୟଣଙ୍କ କିଛି ସମର୍ଥକ ଜିଲ୍ଲା ବିଜେପି ସଭାପତିଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗି ନୂତନ ତାଲା ଲଗେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଏବେ ସମ୍ବଲପୁର ସହରରେ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଘଟଣାକୁ ନେଇ ସମ୍ବଲପୁର ବିଧାୟକଙ୍କୁ ପଚରା ଯିବାରୁ ବିଧାୟକ ନିଜ ପତିକ୍ରିୟା ଦେଇ କହିଛନ୍ତି ଯେ, କଚେରୀ ଛକରେ ଥିବା ବିଜେପି ପାର୍ଟି କାର୍ଯ୍ୟାଳୟଟି ବିଜେପି କାର୍ଯ୍ୟାଳୟ ନୁହେଁ । ସେହି କାର୍ଯ୍ୟାଳୟଟି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟ ଅଟେ । ସେହି କାର୍ଯ୍ୟାଳୟରେ କୌଣସି ଜିଲ୍ଲା ସଭାପତିଙ୍କ କାର୍ଯ୍ୟାଳୟ ନାହିଁ । ଆମେ ଜିଲ୍ଲା ସଭାପତିଙ୍କୁ ବସିବା ପାଇଁ ସ୍ଥାନ ଦେଇଥିଲୁ । ଏହାସହ ଜୟ ନାରାୟଣ କହିଛନ୍ତି," ଏବେ ଗିରିଶ ପଟେଲ ଜିଲ୍ଲା ସଭାପତି ପଦରେ ଅଛନ୍ତି ନା ନାହିଁ ମୁଁ ଜାଣି ନାହିଁ । ଗତ ନିର୍ବାଚନ ସମୟରେ ସେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି । ନିର୍ବାଚନ ସମୟରେ ଗୋଟିଏ ଭୋଟ ପଦ୍ମ ଏବଂ ଗୋଟିଏ ଭୋଟ ଶଙ୍ଖକୁ ଦେବା ପାଇଁ ସବୁ ଆଡ଼େ ପ୍ରଚାର କରି ଦଳକୁ ହରାଇବା ପାଇଁ ପ୍ରୟାସ କରୁଥିଲେ । ଏନେଇ ମୁଁ ରାଜ୍ୟ ନେତୃତ୍ୱଙ୍କୁ ଲିଖିତ ଭାବରେ ଜଣାଇଛି ,ତାହା ବିଚାରଧିନ ଅଛି ।"

ଅନ୍ୟପଟେ ଏହି ଘଟଣାକୁ ନେଇ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କୁ ଏହି ବିଷୟ ନେଇ ପଚରା ଯିବାରୁ ସେ ତାଙ୍କ ପତିକ୍ରିୟା ଦେଇ କହିଥିଲେ ଯେ, ତାଙ୍କର କୌଣସି ସଫେଇ ଦେବାର ନାହିଁ । କିନ୍ତୁ କଥାଟା ସତ ଗତକାଲି ତାଙ୍କ ଚେମ୍ବରରେ କିଛି ବିଜେପି କାର୍ଯ୍ୟକର୍ତ୍ତା ତାଲା ଭାଙ୍ଗି ନୂଆ ତାଲା ଲଗେଇ ତାଲା ମାରି ଦେଇଥିଲେ । ଅନ୍ୟପଟେ ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗ ନେଇ ଯେଉଁ ଦୋଷ ଲଗା ଯାଇଛି, ସେନେଇ ସେ କୌଣସି ସଫେଇ ଦେବେନି ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ସେ ରାଜ୍ୟ ନେତୃତ୍ୱକୁ ଜଣେଇ ଦେଇଥିବା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ଆହୁଜା - Manoj Ahuja Takes Charge

2017 ମସିହାରୁ ଜୟନାରାୟଣ ମିଶ୍ରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଥିବାବେଳେ ସେ ଜିଲ୍ଲାର ଦଳୀୟ ସଂଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ । ତେବେ ଜୟନାରାୟଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାବେଳେ ସେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ରହିଥିଲେ, କିନ୍ତୁ ଜୟ ନାରାୟଣ ମିଶ୍ର ଟିକଟ ପାଇବା ସହ ଏହି ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପଡି ସାରିଥିଲା ବୋଲି ଗିରିଶ ପଟେଲ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.