ETV Bharat / state

ନେତାଙ୍କ ଇଦ୍‌: ମସଜିଦରେ ରାଜନେତାଙ୍କ ଭିଡ, ପରସ୍ପରକୁ ଜଣାଇଲେ ମୁବାରକ - EID UL FITR 2024 - EID UL FITR 2024

Eid ul-Fitr 2024: କଟକର ବିଭିନ୍ନ ମସଜିଦରେ ଚାଲିଛି ଇଦ୍‌ ପର୍ବ ସେଲିବ୍ରେସନ । ମସଜିଦରେ ଜମିଛି ରାଜନେତାଙ୍କ ଭିଡ । ମହମ୍ମଦ ମୋକିମଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା । ଅଧିକ ପଢନ୍ତୁ

EID AL FITR
EID AL FITR
author img

By ETV Bharat Odisha Team

Published : Apr 11, 2024, 1:49 PM IST

EID uL FITR

କଟକ: ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ଇଦ୍‌ ପର୍ବ । ମସଜିଦ ଗୁଡିକରେ ନମାଜ ପାଠ କରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ମୁସଲମାନ ଭାଇ ଭଉଣୀ । କଟକ ସହରରେ ଥିବା ମସଜିଦ ଗୁଡିକରେ କେବଳ ମୁସଲମାନ ନୁହନ୍ତି ବରଂ ସବୁ ବର୍ଗର ଲୋକେ ଭିଡ ଜମାଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ମସଜିଦକୁ ରାଜନେତାଙ୍କ ସୁଅ ଛୁଟିଛି । ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ, ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ମସଜିଦକୁ ଯାଇ ମୁସଲମାନ ଭାଇ ଭଉଣୀଙ୍କୁ ଇଦର ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଇଦ୍ ଉଲ୍-ଫିତରକୁ ନେଇ ଚଳଚଞ୍ଚଳ ମସଜିଦ, ସବୁଠି ଇଦ୍‌ ପାଳିତ - EID UL FITR 2024

ଇଦର ଅର୍ଥ ଖୁସି, ଫିତର ଅର୍ଥ ଦାନ ଅର୍ଥାତ ଇଦୁଲ ଫିତର ହେଉଛି ଦାନର ମହୋତ୍ସବ । ଏହି ପବିତ୍ର ଦିନରେ ବର୍ଷସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି । ଆଜି କଟକର ବିଭିନ୍ନ ମସଜିଦରେ ପାଳନ ହୋଇଛି ଇଦ୍‌ ପର୍ବ । ଭାଇଚାରାର ସହର କଟକରେ ସବୁ ଧର୍ମର ଲୋକ ଏହି ପର୍ବକୁ ପାଳନ କରୁଛନ୍ତି । ଇସଲାମୀୟ ପରମ୍ପରା ଅନୁସାରେ ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ । ମାସ ସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରାଯିବାର ପରମ୍ପରା ରହିଥାଏ ।

ଏହି କର୍ମରେ ମୁସଲମାନ ଶ୍ରଦ୍ଧାଳୁ ମାନେ ପ୍ରତିଦିନ ଭୋର ସମୟରୁ ଉଠି ଉପବାସ ରଖିଥାନ୍ତି । ଇସଲାମ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ । ଯାହା ସମସ୍ତ ବିପଦ ଆପଦରୁ ସମସ୍ତଙ୍କୁ ରକ୍ଷା କରେ ବୋଲି ବିଶ୍ୱାସ ରହିଛି । ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟ ଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇଥାଏ ବୋଲି ବିଶ୍ୱାସ ରହିଛି ।

ଆଜି ପବିତ୍ର ରମଜାନ ମାସର ଶେଷ ଦିନ । ଏହି ସଂଯମ ବିନା ରୋଜା ଅସମ୍ପୂର୍ଣ୍ଣ ରହିଥାଏ । ମାସ ସାରା ଧୈର୍ଯ୍ୟଶୀଳତା, ଆଧ୍ୟାତ୍ମିକତା, ଆଲ୍ଲାଙ୍କ ପ୍ରତି ବିନୟ ଏବଂ ଅର୍ପଣ ଭାଗ ଇତ୍ୟାଦି ବେଶ କଠୋର ଭାବେ ପାଳନ କରିବାକୁ ପଡ଼ିଥାଏ । ୨୯ ବା ୩୦ଦିନ ପରେ ଚନ୍ଦ୍ର ଦେଖିବା ପରେ ରମଜାନ ମାସ 'ଇଦ ଉଲ-ଫିତର' ଦିନ ଶେଷ ହୋଇଥାଏ । ଖାସ କରି ଇଦ ଦିନର ନମାଜ ପାଠ କରିଲେ ଅଧିକ ପୂଣ୍ୟ ମିଲିଥାଏ ବୋଲି ବିଶ୍ୱାସ ରହିଛି । କଟକର ଐତିହାସିକ ପୀଠ କୁହାଯାଉଥିବା କଦମ-ଏ-ରସୁଲ ପରିସରରେ ସମୂହ ପ୍ରାର୍ଥନା କରିବା ପାଇଁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.