ETV Bharat / state

Vigilance Raid: ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ , ବ୍ଲକ ଶିକ୍ଷା ଅଧିକାରୀ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ - VIGILANCE RAID

author img

By ETV Bharat Odisha Team

Published : Aug 31, 2024, 6:33 PM IST

VIGILANCE RAID: ଲାଞ୍ଚ ନେଇ ଫସିଲେ ବାରିପଦା ଟାଉନ ଥାନାର ଏଏସଆଇ ରାମଚନ୍ଦ୍ର ସୋରେନ । ଏକ ମାମଲାରୁ ନାଁ କାଟିବାକୁ ମାଗିଥିଲେ ଲାଞ୍ଚ । ସେପଟେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଭିଜିଲାନ୍ସ ପଞ୍ଝାରେ ପୋଲିସ ବାବୁ
ଭିଜିଲାନ୍ସ ପଞ୍ଝାରେ ପୋଲିସ ବାବୁ (ETV Bharat Odisha)

ରାଇରଙ୍ଗପୁର/ବ୍ରହ୍ମପୁର: ଭିଜିଲାନ୍ସ ପଞ୍ଝାରେ ପୋଲିସ ଅଧିକାରୀ । ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାର ଏଏସଆଇ ରାମଚନ୍ଦ୍ର ସୋରେନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଟାଉନ ଥାନାର ଏକ ମାମଲାରେ ସମ୍ପୃକ୍ତଙ୍କ ନାମ କାଟିବା ପାଇଁ ଆଜି ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରା ପଡିଛନ୍ତି ।

ଭିଜିଲାନ୍ସ ପଞ୍ଝାରେ ଥାନା ବାବୁ (ETV Bharat Odisha)

ଭିଜିଲାନ୍ସ ପଞ୍ଝାରେ ପୋଲିସ:

ସୂଚନା ଅନୁଯାୟୀ, ବାରିପଦାର ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଏକ ପରିବାରକ କଳହ ମାମଲା ବହୁ ଦିନ ହେବ ଥାନାରେ ରହିଥିଲା । ଉକ୍ତ ଅଭିଯୋଗର ତଦନ୍ତକାରୀ ଅଫିସର ଭାବେ ରାମଚନ୍ଦ୍ର ସୋରେନ ରହିଥିଲେ । ତେବେ ସେଥରୁ ତାଙ୍କର ନାମ କାଟିବା ପାଇଁ ଏଏସଆଇ ରାମଚନ୍ଦ୍ର ସୋରେନ ୬ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସେ ଅସହାୟ ହୋଇ ବାଲେଶ୍ଵର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଆକ୍ସନ ମୋଡକୁ ଆସିଥିଲା ଭିଜିଲାନ୍ସ ।

ଏହା ମଧ୍ୟ ପଢନ୍ତୁ .....Vigilance Raid: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ୬ଟି ସ୍ଥାନରେ ରେଡ୍ - Vigilance raid in balasore

୬ହଜାର ଟଙ୍କା ଲାଞ୍ଚ ନେଉଥିଲେ ପୋଲିସ ଅଧିକାରୀ :

ମୟୂରଭଞ୍ଜ ଭିଜିଲାନ୍ସ ବିଭାଗର ASP ହରେକୃଷ୍ଣ ମାଝୀ ନେତୃତ୍ବରେ ବାରିପଦା ଭିଜିଲାନ୍ସ ବିଭାଗ ପୂର୍ବ ଯୋଜନା ମୁତାବକ ବାରିପଦା ଟାଉନ ଥାନା ପରିସରରେ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଏସଆଇ ରାମଚନ୍ଦ୍ର ସୋରେନଙ୍କୁ ଧରିବାରେ ସଫଳ ହୋଇଛି । ରାସାୟନିକ ମିଶ୍ରିତ ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିବା ସହିତ ରାମଚନ୍ଦ୍ରଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନ୍ସ । ଏହାପରେ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷାଧିକାରୀ:

ଭିଜିଲାନ୍ସ ପଞ୍ଝାରେ ବ୍ଲକ ଶିକ୍ଷାଧିକାରୀ (ETV Bharat Odisha)

ଗଞ୍ଜାମ ଜିଲ୍ଲାର ଜଣେ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ରହିଥିବା ପୁଳା ପୁଳା ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ଛାନିଆ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ।ତାଙ୍କଠାରୁ ମିଳିଥିବା ନଗଦ ୬ ଲକ୍ଷ ୫୦ ହଜାର ଟଙ୍କା ସମେତ ତିନୋଟି କୋଠା , ବିଭିନ୍ନ ବ୍ୟାଙ୍କରେ ରହିଥିବା ୩୫ ଲକ୍ଷ ୬୧ ହଜାର ଟଙ୍କା ସହିତ ଅନେକ ସମ୍ପତ୍ତିକୁ ଠାବ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ।ଏକକାଳୀନ ଛଅଟି ସ୍ଥାନରେ ଚଢାଉ କରିଛି ବିଭାଗ ।

ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ସମ୍ପତ୍ତି କେତେ ?

ଏହି ସମୟରେ ବ୍ରହ୍ମପୁର ସହରର ଖୋଡ଼ାସିଙ୍ଗି ନିକଟସ୍ଥ ରାମକୃଷ୍ଣନଗର ସପ୍ତମ ଲାଇନରେ ଦୁଇ ମହଲା କୋଠା ସମେତ ଖୋଡ଼ାସିଙ୍ଗି ନିକଟବର୍ତ୍ତୀ ଶରଧାବାଲି ପ୍ରଥମ ଲେନ ବିଜୟ ଟାୱାର-୨ର ଫ୍ଲାଟ୍ ନମ୍ବର ୩୦୪ ଠାବ କରାଯାଇଛି । ଏହାସହ ପୋଲସରା କୋଳି ସାହିରେ ଦୁଇ ମହଲା କୋଠା ସହିତ ଉକ୍ତ ଅଞ୍ଚଳରେ ଅନ୍ୟ ଗୋଟିଏ କୋଠା ଠାବ ହୋଇଛି । ଏହି ଚଢାଉରେ ମୋଟ ପାଞ୍ଚ ଜଣ ଜଣ ଡିଏସପି, ଚାରି ଜଣ ଇନ୍ସପେକ୍ଟର, ୫ ଏସଆଇ / ଏଏସଆଇଙ୍କ ସମେତ ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ ।ନିଜ ଘରେ ନଗଦ ୬ ଲକ୍ଷ ୫୦ ହଜାର ଟଙ୍କ ରଖିଥିବା ବେଳେ ବିଭିନ୍ନ ବ୍ୟାଙ୍କ ଓ ବୀମାରେ ୩୫ ଲକ୍ଷ ୬୧ ହଜାର ୧୫୭ ଟଙ୍କା ଜମା ରହିଥିବା ଜଣାପଡିଛି । ଏପରିକି ଶିକ୍ଷାଧିକାରୀଙ୍କ ଏକ ଚାରି ଚକିଆ(Hyundai Aura) ଏବଂ ଦୁଇଟି ମୋଟର ସାଇକେଲ ରହିଛି । ତେବେ ଆୟବର୍ହିଭୂତ ସମ୍ପତ୍ତିର ମୂଲ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ରାଇରଙ୍ଗପୁର/ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.