ETV Bharat / state

କଟକ ସଦର ଥାନାରେ ଘଟିଥିବା ଲୁଟ ଘଟଣାରେ ସ୍ଥାନୀୟ ଲୋକଙ୍କ ହାତ ! - Loot From Woman Case

author img

By ETV Bharat Odisha Team

Published : Jul 2, 2024, 10:35 PM IST

Loot From Woman Case: ସଦର ଥାନା ଅଞ୍ଚଳରେ ଘଟିଥିବା ଲୁଟ ଘଟଣାର ଲୁଟେରାମାନଙ୍କ ଟେର ମିଳୁନି । ଲୁଟେରାଙ୍କୁ ଧରିବା ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି । ଅଧିକ ପଢ଼ନ୍ତୁ

Loot From Woman Case
Loot From Woman Case (ETV Bharat Odisha)

କଟକ: ସଦର ଥାନା ଅଞ୍ଚଳରେ ଘଟିଥିବା ଲୁଟ ଘଟଣାକୁ ୭୨ ଘଣ୍ଟା ବିତିଥିଲେ ବି ଏଯାଏଁ ଅଭିଯୁକ୍ତଙ୍କ ଟେର ପାଇନାହିଁ କଟକ ସଦର ଥାନା ପୋଲିସ । କିଏ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ କଲା ? କେମିତି ଲୁଟେରା ଜଣକ ଜାଣିଥିଲା କି ମହିଳା ଜଣକ ସୁନା ଚେନ ପିନ୍ଧନ୍ତି ବୋଲି ? ଏଭଳି ଲୁଟ କରିବାକୁ ସେ ପୂର୍ବରୁ ରଚିଥିଲା କି ଯୋଜନା ? କେତେ ଜଣ ବ୍ୟକ୍ତି ଏହି ଲୁଟରେ ସାମିଲ ଅଛନ୍ତି ? ଏହାର ମାଷ୍ଟର ମାଇଣ୍ଡ କିଏ ? ପ୍ରଫେସନାଲ ଲୁଟେରା ନାଁ ସ୍ଥାନୀୟ ଲୋକଙ୍କ ଯୋଜନା ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କ ଟେର ନ ପାଇବା ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି ।

ଏନେଇ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି, "ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଲାଗି ପଡିଛି । ସଦର ଥାନା ପୋଲିସ ସହ ସ୍ପେଶାଲ ସ୍କ୍ୱାର୍ଡ ମଧ୍ୟ ଦିନ ରାତି ଏକ କରି ଦେଇଛନ୍ତି । ଏଭଳି ଲୁଟରେ ସ୍ଥାନୀୟ ଲୋକଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହାକୁ ମଧ୍ୟ ପୋଲିସ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛି । ସେହିପରି ଲୁଟେରାମାନଙ୍କ ଗତିବିଧି ଉପରେ ପୋଲିସ ନଜର ରଖିଛି । ବିଶେଷ କରି ଜେଲରୁ ଫେରନ୍ତା ଅପରାଧିମାନଙ୍କ ଉପରେ ମଧ୍ୟ କଡା ନଜର ରଖିଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ମର୍ଣ୍ଣିଂ ୱାର୍କରୁ ଫେରୁଥିବା ବେଳେ ଲୁଟ, ସୁନା ଚେନ ଝାମ୍ପି ନେଲେ ଲୁଟେରା - Loot From Woman

କେମିତି ହୋଇଥିଲା ଲୁଟ:

ପ୍ରତ୍ୟକ ଦିନ ପରି ଗତ ଜୁନ 28 ତାରିଖ ସକାଳେ କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦା ଜଗନ୍ନାଥ କଲୋନୀ ରାସ୍ତାରେ ମର୍ଣ୍ଣିଂ ୱାର୍କ କରିବାକୁ ଯାଇଥିଲେ ଜଗନ୍ନାଥ କଲୋନୀର ମଞ୍ଜୁଲତା ବେହେରା । ସେ ମର୍ଣ୍ଣିଂ ୱାର୍କ ସାରି ଘରକୁ ଫେରିବା ସମୟରେ ଗୋଟିଏ ବାଇକରେ ୩ ଜଣ ଆସିଥିଲେ । ଦୁଇ ଜଣ ଟିକେ ପୂର୍ବରୁ ଓଲ୍ହାଇ ପଡିଲେ । ହାତରେ ଖଣ୍ଡା ଆଣି ଜଣେ ମହିଳାଙ୍କୁ ଭୟଭୀତ କରିଥିଲା । ମହିଳା ଜଣଙ୍କ ଭୟଭୀତ ହୋଇ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ମାତ୍ର 2 ପଟରୁ 2 ଲୁଟେରା ଘେରି ତାଙ୍କ ବେକରୁ ସୁନା ଚେନ ଛଡାଇ ନେଇଥିଲେ । ମହିଳା ଜଣକ ମଧ୍ୟ ନିଜକୁ ସୁରକ୍ଷିତ ରଖିବାକୁ ହାତରେ ଧରିଥିବା ବାଡ଼ିକୁ ଦେଖାଇଥିଲେ । ମାତ୍ର ଲୁଟେରା ସୁନା ଚେନ ଛଡାଇ 2 ଖଣ୍ଡ କରି ଲୁଟି ନେବା ସହ ବାଡ଼ିକୁ ବି ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ସବୁଠାରୁ ବଡ କଥା ହେଉଛି ଉକ୍ତ ବାଇକର ନମ୍ବର ପ୍ଲେଟରେ ଗୋବର ଲଗାଇ ଦେଇଥିଲେ ଲୁଟେରା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.