ETV Bharat / state

ଜଙ୍ଗଲରେ ଚାଲିଥିଲା ଧଳା ଜହର ବେପାର, ମାଡ଼ିବସିଲା ପୋଲିସ

author img

By ETV Bharat Odisha Team

Published : Mar 11, 2024, 10:55 AM IST

Khordha Brown Sugar Smuggling: ଜଙ୍ଗଲରେ ମଞ୍ଚା ବାନ୍ଧି ବ୍ରାଉନସୁଗାର ବେପାର ସନ୍ଧେହରେ ଅଚାନକ ଚଢାଉ କଲା ପୋଲିସ । ମାରଣାସ୍ତ୍ର ସହ ଅନ୍ୟ କିଛି ସାମଗ୍ରୀ ଜବତ । ଅଧିକ ପଢନ୍ତୁ

Brown Sugar Smuggling
Brown Sugar Smuggling

ଖୋର୍ଦ୍ଧା: ଜଙ୍ଗଲ ମୁହାଁ ବ୍ରାଉନସୁଗାର ବେପାରୀ । ବ୍ରାଉନସୁଗାର ବେପାରର ନୂଆ ଆଡ୍ଡାସ୍ଥଳୀ । ଘଞ୍ଚ ଜଙ୍ଗଲ ମଧ୍ୟରେ ଗଛ ଉପରେ ମଞ୍ଚା ବାନ୍ଧି ଚାଲିଥିଲା ବ୍ରାଉନସୁଗାର । ମାଡି ବସିଲା ପୋଲିସ୍ । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପାଇକତିଗିରିଆ ଓ ତରତୁଆ ନିକଟରେ ଥିବା ଜଙ୍ଗଲର ଗଛ ଉପରେ ମଞ୍ଚା କରି ରହୁଥ‌ିବା ନିଶା ବେପାରୀଙ୍କ ଆଡ୍ଡା ସ୍ଥଳକୁ ଖୋର୍ଦ୍ଧା ପୋଲିସି ଭାଙ୍ଗିବା ସହିତ ମାରଣାସ୍ତ୍ରକୁ ଜବତ କରିଛି ।

ସୂଚନା ଅନୁସାରେ, କିଛି ଦିନ ଧରି ଖୋର୍ଦ୍ଧା ପୋଲିସ ପକ୍ଷରୁ ଖୋର୍ଦ୍ଧା ସହର ସମେତ ଆଖପାଖ ଅଞ୍ଚଳରେ ବ୍ରାଉନ ସୁଗାର ବେପାର ଓ ବେପାରୀଙ୍କ ଉପରେ ଚଢାଉ କରାଯାଉଛି । ବ୍ରାଉନସୁଗାର ଶୂନ୍ୟ ଲକ୍ଷ୍ୟ ରଖିଛି ଖୋର୍ଦ୍ଧା ପୋଲିସ । ସେହିପରି କେତେକ ଅଭିଯୁକ୍ତଙ୍କୁ ଜେଲରୁ ରିମାଣ୍ଡରେ ଆଣି ପଚରାଉଚରା କରିବା ସହିତ ଖୋର୍ଦ୍ଧାକୁ କେଉଁ କେଉଁ ଅଞ୍ଚଳକୁ ଏହି ଚେର ଲମ୍ବିଛି ତାହାର ତଦନ୍ତ ଜାରି ରଖିଥିଲା । ଫଳରେ ବ୍ରାଉନ ସୁଗାର ବେପାରୀଙ୍କ ଏବେ ନିଦ ହଜିଯାଇଥ‌ିବା ବେଳେ ଖୋର୍ଦ୍ଧା ସହର ଓ ଗ୍ରାମାଞ୍ଚଳ ଛାଡି ଏବେ ନିଶା ବେପାରୀ ଜଙ୍ଗଲ ମୁହାଁ ହୋଇଛନ୍ତି । ଶିଳ୍ପାଞ୍ଚଳ ଥାନା ଅଧୀନ ପାଇକତିଗିରିଆ ଓ ତରତୁଆ ଜଙ୍ଗଲ ମଝିରେ କିଛି ନିଶା ବେପାରୀମାନେ ଗଛ ଉପରେ କାଠ ବାଉଁଶରେ ମଞ୍ଚ କରିଥିବା ସ୍ଥାନୀୟ ଗ୍ରାମବାସୀଙ୍କ ଛାରୁ ଖବର ପାଇଥିଲା ପୋଲିସ । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓ ଦିଲ୍ଲୀପ କୁମାର ଦାସ, ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ, ଶିଳ୍ପାଞ୍ଚଳ ଥାନା ଅଧିକାରୀ ଗାୟତ୍ରୀ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଚଢାଉ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଜେଲରେ ବ୍ରାଉସୁଗାର ବେପାର ଘଟଣାରେ ପୋଲିସର ଛାନଭିନ୍

ପୋଲିସ ଭୟରେ ଉକ୍ତ ସ୍ଥାନରୁ ନିଶା ବେପାରୀ ଫେରାର ହୋଇ ଯାଇଥିବା ବେଳେ ସେଠାରେ ପ୍ରସ୍ତୁତ ହୋଇଥିବା ମଞ୍ଚା ଉପରୁ ପୋଲିସ ଗୋଟେ ବନ୍ଧୁକ, କଟୁରି, ଛୁରୀ, ଖଣ୍ଡା, ସୋଲାର ଲାଇଟ, ମୋବାଇଲ ଖୋଳ, ମାପ ଓଜନ ଯନ୍ତ୍ର, ଟୁକୁରା କାଗଜ, କରତ, ଦିଆସିଲ ଆଦି ଜବତ କରିଛି । ତେବେ ସେଛାରେ ନିଶା କାରବାର ନାଁ ଅନ୍ୟ କିଛି ଚାଲିଥିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଖୋର୍ଦ୍ଧା ଟାଉନ ଛାଡି ବ୍ରାଉନ ସୁଗାର ବେପାରୀ କିଛି ଦିନ ଧରି ଏହି ଜଙ୍ଗଲରେ ରହିବା ସହ ବିଭିନ୍ନ ଅଞ୍ଚଳକୁ ଆସି ବ୍ରାଉନ ସୁଗାର ବିକ୍ରି କରୁଥିବା ସନ୍ଦେହ କରୁଛି ପୋଲିସ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.