ETV Bharat / state

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ମାମଲା, ଅଭିଯୁକ୍ତ ଚିହ୍ନଟ

author img

By ETV Bharat Odisha Team

Published : Feb 13, 2024, 9:48 PM IST

Updated : Feb 13, 2024, 10:26 PM IST

Flying drone over Puri Jagannath Temple : ବେଆଇନ୍ ଭାବେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇ ଥିବା ବାହାର ରାଜ୍ୟର ଯୁବକକୁ ଚିହ୍ନଟ କରିଛି ପୋଲିସ । ପୁରୀର ଥିବା ସମସ୍ତ ହୋଟେଲ୍, ଲଜିଂ, ଧର୍ମଶାଳା, ଗେଷ୍ଟହାଉସର ମାଲିକ ମାନଙ୍କ ସହ ପୋଲିସ କରିବ ବୈଠକ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ମାମଲା, ଅଭିଯୁକ୍ତ ଚିହ୍ନଟ
ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ମାମଲା, ଅଭିଯୁକ୍ତ ଚିହ୍ନଟ
ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ମାମଲା, ଅଭିଯୁକ୍ତ ଚିହ୍ନଟ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଘଟଣାର ତଦନ୍ତ ଆରମ୍ଭ କରିଛି ପୁରୀ ପୋଲିସ । ଏ ସମ୍ପର୍କରେ ପୁରୀ ଏସପି ପିନାକ ମିଶ୍ର କହିଛନ୍ତି ଯେ ବେଆଇନ ଭାବେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଥିବା ବାହାର ରାଜ୍ୟର ଯୁବକକୁ ଚିହ୍ନଟ କରିଛି ପୋଲିସ । କେବେ ଏବଂ କେଉଁଠାରୁ ସେ ଡ୍ରୋନ ଉଡାଇ ଭିଡିଓ ଉତ୍ତୋଳନ କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ତେବେ ଏନେଇ ବ୍ୟାପକ ସଚେତନତାର ଆବଶ୍ୟକ ଥିବା ପୁରୀ ଏସପି ପିନାକ ମିଶ୍ର କହିଛନ୍ତି । ପୁରୀର ଥିବା ସମସ୍ତ ହୋଟେଲ, ଲଜିଂ, ଧର୍ମଶାଳା, ଗେଷ୍ଟହାଉସର ମାଲିକମାନଙ୍କ ସହ ଖୁବଶୀଘ୍ର ଏକ ବୈଠକ କରାଯିବ । ହୋଟେଲକୁ ଆସୁଥିବା ପର୍ଯ୍ୟଟକମାନେ ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ଯେଭଳି ଡ୍ରୋନ୍ ଉଡାଇବେ ନାହିଁ ସେନେଇ ସଚେତନ କରାଯିବ ।

ଗତ ଦୁଇଦିନ ତଳେ ଜଣେ ଯୁବକ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇ ଭିଡିଓ ଭାଇରାଲ କରିଥିଲେ । ନୋ ଫ୍ଲାଇଁ ଜୋନ୍ ରେ କିଭଳି ଡ୍ରୋନ୍ ଉଡିଲା ସେନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ସେପଟେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ପ୍ରବେଶ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି । ପୋଲିସ କର୍ମଚାରୀ ହୁଅନ୍ତୁ କିମ୍ବା କି ସେବାୟତ ଆଗାମୀ ଦିନରେ କିଭଳି ମୋବାଇଲ ଫୋନ ଶ୍ରୀମନ୍ଦିର ଭିତରକୁ ଯିବ ନାହିଁ ସେନେଇ ପ୍ରୟାସ ଆରମ୍ଭ ହେବ ବୋଲି କହିଛନ୍ତି ଏସପି ପିନାକ ମିଶ୍ର ।

ଏହା ମଧ୍ୟ ପଢନ୍ତୁ ... ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

ଦୁଇ ଦିନ ତଳେ ଯୁବକ ଜଣକ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିର ଉପରୁ ଅତି ନିକଟରୁ ଭିଡ଼ିଓ ଉତ୍ତୋଳନ କରି ଏହାକୁ ସେ ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଅପଲୋଡ଼ କରିଥିଲେ । ତେବେ ଏହି ଘଟଣା ଜଣା ପଡ଼ିବା ପରେ ଭକ୍ତ ମହଲରେ ପୁଣି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଭିଡ଼ିଓ ଉତ୍ତୋଳନ ନିଷିଦ୍ଧ ଥିବା ବେଳେ କେମିତି ଜଣେ ଯୁବକ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଲେ, ତାହା ପୁଣି ପୁରୀ ପୋଲିସ ଜାଣି ପାରିଲା ନାହିଁ ସେ ନେଇ ସାଧାରଣ ରେ ପ୍ରଶ୍ନ ଉଠିଥିଲା । ତେବେ ଏହି ଘଟଣା ରୁ ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଢିଲା ବୋଲି ପ୍ରମାଣିତ ହୋଇଯାଇଛି ।

ଶ୍ରୀମନ୍ଦିରର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, ମାଳ ମାଳ ପୋଲିସ୍ ସୁରକ୍ଷାରେ ଥିବା ବେଳେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଯାଉଥିବା ବେଳେ ଶ୍ରୀମନ୍ଦିର ଉପରେ ଅନାୟାସରେ ଡ୍ରୋନ ଉଡୁଛି । ହେଲେ ଦୁର୍ଭାଗ୍ୟର ବିଷୟ ଏହାର ଟେର ପାଇ ପାରୁନାହିଁ ପୋଲିସ୍ । ଯଦି ଡ୍ରୋନ ମାଧ୍ୟମରେ କେହି ଯଦି କିଛି ବିସ୍ଫୋରକ ସାମଗ୍ରୀ ନେଇ ଶ୍ରୀମନ୍ଦିର ଉପରେ ଏବଂ ଭକ୍ତଙ୍କ ଉପରେ ଆକ୍ରମଣ କରି କିଛି ଅଘଟଣ ଘଟାଏ ତେବେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି । ଗତ 2023 ମସିହାରେ ଜଣେ ୟୁଟ୍ୟୁବର ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଇଥିଲେ । ଏହାକୁ ନେଇ ବିରୋଧ ହେବା ପରେ ଉକ୍ତ ୟୁଟ୍ୟୁବର ବିରୋଧରେ ପୋଲିସ୍ ମାମଲା ରୁଜୁ କରି ଗିରଫ କରିଥିଲା । ଶ୍ରୀମନ୍ଦିର ରେଡ ଜୋନ୍ ଆସିଥିବାରୁ ଏହା ଉପରେ ଡ୍ରୋନ ଉଡ଼ାଇବା ନେଇ କଟକଣା ରହିଛି ।

ଇଟିଭି ଭାରତ, ପୁରୀ

Last Updated : Feb 13, 2024, 10:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.