ETV Bharat / state

ରଥଯାତ୍ରା; ସାମିଲ ହେବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ଡିଜିଙ୍କ ସମୀକ୍ଷା - police dg reveiw meeting

author img

By ETV Bharat Odisha Team

Published : Jul 2, 2024, 2:13 PM IST

Police Dg Reveiw Meeting: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ରଥଯାତ୍ରାରେ ଦେବେ ଯୋଗ । ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ଲାଗି ପୋଲିସ ଡିଜିଙ୍କ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଆସୁଛି ରଥଯାତ୍ରା; ସାମିଲ ହେବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ଡିଜିଙ୍କ ସମୀକ୍ଷା
ଆସୁଛି ରଥଯାତ୍ରା; ସାମିଲ ହେବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ଡିଜିଙ୍କ ସମୀକ୍ଷା (ETV Bharat Odisha)

୭ ରେ ରଥଯାତ୍ରା; ସାମିଲ ହେବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ଡିଜିଙ୍କ ସମୀକ୍ଷା (ETV Bharat Odisha)

ପୁରୀ: ଆସନ୍ତା ଜୁଲାଇ 7 ତାରିଖ ରେ ମହାପ୍ରଭୁ ଙ୍କ ରଥଯାତ୍ରା । ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ନେଇ ପୋଲିସ୍ ଡିଜି ଙ୍କ ସମୀକ୍ଷା ବୈଠକ । ଚଳିତ ବର୍ଷ ରଥଯାତ୍ରା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜିଂ ରହିଛି । କାରଣ ଗୋଟିଏ ପଟେ ରଥଯାତ୍ରା ରହିଥିବା ବେଳେ ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନର ଜୋରଦାର ପ୍ରସ୍ତୁତି । ସମସ୍ତ କାର୍ଯ୍ୟ କିପରି ସୁରୁଖରୁରେ ହେବ ସେନେଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପୋଲିସ ଡିଜି । ରଥଯାତ୍ରା ଦିନ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି କାନ୍ତି ସହ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୋମବାର ପୁରୀ ଗସ୍ତରେ ଆସି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ସେପଟେ ଚଳିତ ରଥ ଯାତ୍ରାକୁ ଆସୁଥିବା ଭକ୍ତଙ୍କ ଗଣନା ହେବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ଟି ମାର୍ଗରେ ଗଣନା ହେବ । ହୋଟେଲ, ଧର୍ମଶାଳା ଓ ଲଜିଂରେ ମଧ୍ୟ ଯାତ୍ରୀଙ୍କ ଗଣନା ହେବ। ଏଥିସହ ପ୍ରାୟ ୩ ଜଣ କର୍ମଚାରୀ ଉପସ୍ଥିତ ରହି ବସ୍, ଅଟୋ, କାର୍, ବାଇକ, ସାଇକେଲରେ ଓ ଚାଲିଚାଲି ଆସୁଥିବା ଯାତ୍ରୀଙ୍କୁ ମଧ୍ୟ ଏହି ଗଣନାରେ ସାମିଲ କରିବେ। ଟ୍ରେନ ଯୋଗେ ଆସୁଥିବା ଯାତ୍ରୀଙ୍କର ମଧ୍ୟ ସଠିକ୍ ଗଣନା କରାଯିବ । ସେପଟେ ବିଜେପି ସରକାରର ପ୍ରତିଶୃତି ମୁତାବକ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲାଯିବ। ସଠିକ୍ ସମୟ ରେ ଖୋଲାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କ କାର୍ଯ୍ୟାଳୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି। ପୋଲିସ ବିଭାଗ ପାଇଁ ଏହା ଏକ ବଡ ଚାଲେଞ୍ଜ। ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରବଳ ଭକ୍ତଙ୍କ ସମାଗମ ହେବ। ତେଣୁ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ।

ରଥଯାତ୍ରା ପାଇଁ ପୋଲିସ ବିଭାଗ ପକ୍ଷରୁ ବଡ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରଥଯାତ୍ରାରେ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ବ୍ଲାଙ୍କେଟ ସିକ୍ୟରିଟି ମଧ୍ୟରେ ରହିବ । ରଥଯାତ୍ରାରେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ବରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ୪ ଅତିରିକ୍ତ ଡିଜି, ୬ ଜଣ ଆଇଜି ଓ ଡିଆଇଜି ରାଙ୍କ ଅଫିସର, ୧୯ ଜଣ କମାଣ୍ଡାଣ୍ଟ ଏବଂ ଏସପି ରାଙ୍କ ଅଫିସର, ୩୩ ଅତିରିକ୍ତ ଏସପି ଏବଂ ଡେପୁଟି କମାଣ୍ଡାଣ୍ଟଙ୍କ ସହ ୧୩୦ ଜଣ ଇନ୍ସପେକ୍ଟର ମୁତୟନ ହେବେ ।

ଏହା ମଧ୍ୟ ପଢନ୍ତୁ: ଚୂଡାନ୍ତ ହେଲା ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ: ପୁରୀରେ ରଥ ଟାଣିବେ, ସମୁଦ୍ରକୂଳରେ ମର୍ଣ୍ଣିଂ ଓ୍ବାକ୍‌ କରିବେ

ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିଜିପି । ସେହିପରି ୩ ପ୍ଲାଟୁନ ସୁଇପ୍ଟ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହେବେ। ରଥଯାତ୍ରା ଓ ପରଦିନ ଦୁଇଦିନ ଧରି ଏହି ସୁରକ୍ଷା ବ୍ୟବସ୍ଥା ରହିବ । ତେବେ ମହାପ୍ରଭୁଙ୍କ ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବୈଠକରେ ଗୁଇନ୍ଦା ନିର୍ଦ୍ଧେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ଦୟାଲ ଗଙ୍ଗୱାର, କନୱର ବିଶାଳ ସିଂଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.