ETV Bharat / state

ରକ୍ଷକ ସାଜିଥିଲା ଭକ୍ଷକ, ନାବାଳିକା ଦୁଷ୍କର୍ମକାରୀ କନେଷ୍ଟବଳକୁ ଏଭଳି ସଜ୍ଜା ଶୁଣାଇଲେ କୋର୍ଟ - Minor Girl Rape Case

author img

By ETV Bharat Odisha Team

Published : Sep 7, 2024, 3:59 PM IST

Police Constable Gets Life Imprisonment: ନାବାଳିକାକୁ ଦୁଷ୍କର୍ମ ମାମଲା । ଘରେ କେହି ନ ଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିଲା ପୋଲିସ କନେଷ୍ଟବଳ । ମାମଲାର ରାୟ ଶୁଣାଇ ଏଭଳି ଦଣ୍ଡ ଦେଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

Police Constable Gets Life Imprisonment
Police Constable Gets Life Imprisonment (ETV Bharat Odisha)

ଜଗତସିଂହପୁର: ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲା । ପୋଲିସ କନେଷ୍ଟବଳକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୪୦ ହଜାର ଟଙ୍କା ଜରିମନା ଦଣ୍ଡାଦେଶ ଦିଆଯାଇଛି । ଜଗତସିଂହପୁର ଜିଲ୍ଲା ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ଅଜୟ କୁମାର ମହାନ୍ତି ୨୦୨୦ ମସିହାର ଏକ ନାବାଳିକା ଦୁଷ୍କର୍ମ ମାମଲା ବିଚାର କରି ଅଭିଯୁକ୍ତ ସିଆଇଏସଏଫ୍ ହେଡ୍ କନେଷ୍ଟବଳ ମାରିଆପାନ କାଣ୍ଡାସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ପୀଡ଼ିତାକୁ କ୍ଷତିପୂରଣ ବାବଦକୁ ୫ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ରକ୍ଷକ ସାଜିଥିଲା ଭକ୍ଷକ:

କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଦୋଳଗୋବିନ୍ଦ ଦାସଙ୍କ କହିବା ଅନୁସାରେ, ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ସିଆଇଏସଏଫ୍ ୟୁନିଟ, ପାରାଦ୍ବୀପରେ ହେଡ୍ କନେଷ୍ଟବଳ ଭାବେ ମାରିଆପାନ କାଣ୍ଡାସ୍ବାମୀ (୫୩) ଚାକିରି କରୁଥିଲେ । ତାଙ୍କ କ୍ୱାର୍ଟର୍ସକୁ ଲାଗିକି ସାଢ଼େ ୪ ବର୍ଷର ନାବାଳିକା ନିଜ ବାପା-ମା'ଙ୍କ ସହ ରହୁଥିଲା । ୨୦୨୦ ମସିହା ଜାନୁଆରୀ ୧୭ ତାରିଖରେ କାଣ୍ଡାସ୍ବାମୀ ନାବାଳିକାକୁ ଚକୋଲେଟ ଦେବାକୁ କହି ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲ । ଏନେଇ ଅଭିଯୋଗ ହେବା ପରେ ଅଭୟଚାନ୍ଦପୁର ପୋଲିସ କାଣ୍ଡାସ୍ବାମୀକୁ ଗିରଫ କରିଥିଲା । ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ଗତକାଲି ଏହି ରାୟ ଶୁଣାଇଛନ୍ତି । ଏହି ରାୟ ଆସିବା ବେଳେ ନାବାଳିକାର ପରିବାର କେହି ଉପସ୍ଥିତ ନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Rape Case Verdict: ଡକାୟତି ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ, ଏଭଳି ଦଣ୍ଡ ପାଇଲେ ୨ ଅଭିଯୁକ୍ତ - Two Get Life Term

ଦୁଷ୍କର୍ମକାରୀକୁ ଏଭଳି ଦଣ୍ଡ:

ଏନେଇ ସରକାରୀ ଓକିଲ ଦୋଳ ଗୋବିନ୍ଦ ଦାସ କହିଛନ୍ତି, "ଜଣେ ୪ରୁ ସାଢେ ୪ ବର୍ଷର ନାବାଳିକାକୁ ଜଣେ ୫୩ ସିଆଇଏସଏଫର ଜଣେ ହେଡ କନେଷ୍ଟବଳ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମକାରୀର କ୍ବାର୍ଟର ପାଖରେ ନାବାଳିକାର ପରିବାର ଲୋକ ରହୁଥିଲେ । ନାବାଳିକାର ବାପା ମାଆ ଘରେ ନଥିବା ବେଳେ ଏହାର ସୁଯୋଗ ନେଇ କନେଷ୍ଟବଳ ଜଣଙ୍କ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଯାହାକୁ ନେଇ ନାବାଳିକାର ବାପାମାଆ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ୩୭୬ (A ଓ B) ଓ ପୋକ୍ସ ୧୦ରେ ଚାର୍ଜସିଟ ଦାଖଲ କରିଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ନେଇ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ ହଜାର ଜରିମାନା ଦଣ୍ଡାଦେଶ ଦିଆଯାଇଛି । ଜରିମାନା ଅନାଦେୟ ଅଧିକ ୪ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ପୋକ୍ସ ୧୦ ଧାରାରେ ଅଭିଯୁକ୍ତକୁ ୫ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ।"

ଏହା ମଧ୍ୟ ପଢ଼ନ୍ତୁ...ଜେଜେମାଆକୁ ହତ୍ୟା ଘଟଣାରେ ନାତିକୁ ଆଜୀବନ ଜେଲ୍ - Man Gets Life Imprisonment

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.