ETV Bharat / state

ଡ୍ୟୁଟିରୁ ଫେରିବା ବାଟରେ ଛକିଥିଲା ଯମ ! ଦୁର୍ଘଟଣାରେ ପ୍ରାଣ ହରାଇଲେ ଟ୍ରାଫିକ କନେଷ୍ଟବଳ - Police Constable Death

author img

By ETV Bharat Odisha Team

Published : Jun 30, 2024, 1:10 PM IST

Updated : Jun 30, 2024, 5:32 PM IST

Police Constable Death In Road Accident: ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ଟ୍ରାଫିକ କନେଷ୍ଟବଳଙ୍କ ଜୀବନ । ଏନେଇ ପୋଲିସ ମହଲରେ ଶୋକରେ ଛାୟା ଖେଳିଯାଇଥିବା ବେଳେ ପୋଲିସ ରିଜର୍ଭ ବାଟାଲିୟନରେ ଗାର୍ଡ ଅଫ ଅନର ଦିଆଯାଇଛି । ଅଧିକ ପଢନ୍ତୁ,

ଡ୍ୟୁଟିରୁ ଫେରିବା ବାଟରେ ଛକିଥିଲା ଯମ ! ଦୁର୍ଘଟଣାରେ ଟ୍ରାଫିକ କନେଷ୍ଟବଳ ମୃତ
ଡ୍ୟୁଟିରୁ ଫେରିବା ବାଟରେ ଛକିଥିଲା ଯମ ! ଦୁର୍ଘଟଣାରେ ଟ୍ରାଫିକ କନେଷ୍ଟବଳ ମୃତ (ETV Bharat Odisha)

ଭୁବନେଶ୍ୱର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡ୍ୟୁଟିରୁ ଫେରୁଥିବା ସମୟରେ ଦୁର୍ଘଟଣାରେ ଚାଲିଗଲା ଟ୍ରାଫିକ କନେଷ୍ଟବଳଙ୍କ ଜୀବନ । ଶନିବାର ଭୁବନେଶ୍ବରର ନୟାପଲ୍ଲୀ କ୍ରାଉନ ହୋଟେଲ ସାମ୍ନାରେ ଏହି ଅଘଟଣ ଘଟିଛି । ମୃତକ ଟ୍ରାଫିକ ପୋଲିସ କର୍ମଚାରୀ ଜଣକ ହେଉଛନ୍ତି ମଧୁସୂଦନ କିଶାନ । ଏନେଇ ପୋଲିସ ମହଲରେ ଶୋକରେ ଛାୟା ଖେଳିଯାଇଥିବା ବେଳେ ପୋଲିସ ରିଜର୍ଭ ବାଟାଲିୟନରେ ଗାର୍ଡ ଅଫ ଅନର ଦିଆଯାଇଛି ।

ମଧୁସୂଦନ ଜଣେ OAPF କନଷ୍ଟେବଳ ଥିଲେ । ଘର ତାଙ୍କର ମାଲକାନଗିରି ଖଇରିପୁଟର ନନ୍ଦିନିଗୁଡା । ତାଙ୍କର ତିନି ପୁଅ ଓ ସ୍ତ୍ରି ସହ ଭାଇ ଓ ବାପା ମା ରହିଛନ୍ତି । ସେ ୨୦୧୧ରୁ ଆସି ଭୁବନେଶ୍ବରରେ ସରକାରି ଚାକିରି ପାଇ କାମ କରୁଥିଲେ । ଭୁବନେଶ୍ୱର ଡିସିପିଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଏବଂ ପୋଲିସ ରିଜର୍ଭ ବାଟାଲିୟନରେ ସମସ୍ତେ ତାଙ୍କ ଶେଷ ଦର୍ଶନ କରିବା ସହ ଗାର୍ଡ ଅଫ ଅନର ଦିଆଯାଇଛି ।

ସୂଚନା ଅନୁସାରେ, ସେ କିଛି ଦିନ ହେବ ଟ୍ରାଫିକ କନେଷ୍ଟବଳ ଭାବେ ଡ୍ୟୁଟି କରୁଥିଲେ । ତେବେ ଗତକାଲି ରାତିରେ ରାମ ମନ୍ଦିର ନିକଟରେ ଡ୍ୟୁଟି ସାରି ଘରକୁ ଫେରୁଥିଲେ‌ । ଖଣ୍ଡଗିରି ଯିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଦୃତଗତିରେ ଫେରାର ହୋଇଯାଇଥିଲା । ଫଳରେ ମଧୁସୂଦନଙ୍କର ସେହି ଠାରେ ହିଁ ମୃତ୍ୟୁ ହୋଇଥିଲା । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଘଟଣାର ଖବର‌ ପାଇ ପୋଲିସ ପହଞ୍ଚିବା ପରେ ମୃତଦେହ ସହ ଦୁର୍ଘଟଣାଗ୍ରସ୍ତ ତାଙ୍କ ଗାଡ଼ିକୁ ଉଦ୍ଧାର କରିଥିଲେ । ହେଲେ ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ହୋଇଯାଇଥିବା ବେଳେ ଏଯାବତ୍ ଗାଡିଟିର ସୂଚନା ମିଳିପାରିନାହିଁ । ତେବେ ଘଟଣାସ୍ଥଳରୁ ଦୁର୍ଘଟଣାର ପ୍ରମାଣ ସଂଗ୍ରହ ପାଇଁ ସିସିଟିଭି ଯାଞ୍ଚ କରାଯାଉଛି । ଘଟଣାକୁ ଅତି ଗୁରୁତର ସହ ନେଇ ପୋଲିସ ତଦନ୍ତ ଜାରି ରଖିଛି । କେମିତି ଦୁର୍ଘଟଣା ଘଟିଲା, କିଏ ଘଟାଇଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ଜିନିଷ ପାଇଁ ରାଉରକେଲା ଆସିଥିଲେ, ଫେରିଲେନି ଦୁଇ ଯୁବକ

ପ୍ରକାଶ ଥାଉ କି, ରାଜଧାନୀରେ ଏହା ପ୍ରଥମ ହିଟ ଆଣ୍ଡ ରନ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏଠାରେ ଅନେକ ଦୁର୍ଘଟଣାମାନ ଘଟି ଅକାଳରେ ଲୋକଙ୍କ ଜୀବନ ଯାଇଛି । ଦୁର୍ଘଟଣା ରୋକିବାକୁ ଲୋକଙ୍କୁ ଦୃତଗତିରେ ଗାଡ଼ି ନଚଳାଇ ସାବଧାନତାର ସହ ଗାଡି ଚଲାଇବାକୁ ପରାମର୍ଶ ଦିଆଯାଉଛି ।
ଇଟିଭି ଭାରତ, ଭୁବନେଶ୍ୱର

Last Updated : Jun 30, 2024, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.