ETV Bharat / state

ପୋଲାଭରମ ପ୍ରକଳ୍ପ ପାଇଁ ବୁଡିବ ମାଲକାନଗିରି ! ଥଇଥାନ ଦାବି କଲେ ବିରୋଧୀ - Polavaram Project controversy

author img

By ETV Bharat Odisha Team

Published : Aug 3, 2024, 4:26 PM IST

Polavaram Project: ପୋଲାଭରମ ପ୍ରକଳ୍ପ ନେଇ ସରଗରମ ରାଜ୍ୟ ରାଜନୀତି । ପ୍ରକଳ୍ପ ହେଲେ ବ୍ୟାପକ କ୍ଷତି ସହିବ ମାଲକାନଗିରି ଜିଲ୍ଲା । ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବିରୋଧୀ କହିଛନ୍ତି ଓଡିଶାର ପ୍ରଭୁତ କ୍ଷତି ହେବ । ଥଇଥାନ ପାଇଁ ଚିନ୍ତା କରନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ପୋଲାଭରମ ପ୍ରକଳ୍ପ ପାଇଁ ବୁଡିବ ମାଲକାନଗିରି ! ଥଇଥାନ ଦାବି କଲେ ବିରୋଧୀ
ପୋଲାଭରମ ପ୍ରକଳ୍ପ ପାଇଁ ବୁଡିବ ମାଲକାନଗିରି ! ଥଇଥାନ ଦାବି କଲେ ବିରୋଧୀ (ETV Bharat Odisha)

ମାଲକାନଗିରି: ଆନ୍ଧ୍ର ପ୍ରଦେଶର ବହୁମୁଖୀ ପୋଲାଭରମ ଜଳ ପ୍ରକଳ୍ପକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବିସ୍ଥାପିତ ଶହ ଶହ ପରିବାରଙ୍କ କ୍ଷତ ଆଜି ବି ଭରଣ ହୋଇପାରିନାହିଁ । ଅନ୍ୟପଟେ ପୋଲାଭରମ ପ୍ରକଳ୍ପକୁ ନେଇ ମାଲକାନଗିରିବାସୀ ଏବେ ମଧ୍ୟ ଆତଙ୍କିତ ଅଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହଜାର ହଜାର ହେକ୍ଟର ଚାଷ ଜମି, ଜଙ୍ଗଲ ଜମି ଜଳମଗ୍ନ ହେବା ସହ ହଜାର ହଜାର ପରିବାର ଭିଟାମାଟି ଛାଡିବାର ଆଶଙ୍କା ଦେଖାଦେଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏହି ବିବାଦୀୟ ପ୍ରକଳ୍ପକୁ ନେଇ ଓଡିଶା ସମେତ ଛତିଶଗଡ,ତେଲେଙ୍ଗାନା ରାଜ୍ୟ ବିରୋଧ ଜାରି ରଖିଥିବା ବେଳେ ଆନ୍ଧ୍ର ସରକାର ଏକତରଫା ଭାବେ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି । ଏଭଳି ପରିସ୍ଥିତିରେ ଜଳମଗ୍ନ ହେବା ଆଶଙ୍କାରେ ସୀମାନ୍ତ ଗ୍ରାମବାସୀ ଏବେ ଆତଙ୍କିତ ହୋଇପଡିଛନ୍ତି ।

ଘେରିଲେ ବିରୋଧୀ:

ଏଥିନେଇ ପୋଲାଭରମ୍ ବିରୋଧ ମଞ୍ଚର ସଭାପତି ପ୍ରଭାକର ହନ୍ତାଳ କହିଛନ୍ତି, ‘‘ଏହି ପ୍ରକଳ୍ପକୁ ନେଇ ରାଜନୀତି ନ କରାଯାଉ । ୨୦୦୬ ପେଷା ଆଇନ୍ ଅନୁସାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଜନ ଶୁଣାଣି ଯଥାଶୀଘ୍ର କରାଯାଉ । ଏହି ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କୁ ଚିହ୍ନଟ ସହ କ୍ଷୟକ୍ଷତିର ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନର ବ୍ୟବସ୍ଥା କରି ବିସ୍ଥାପନ କରାଯାଉ ।’’ ସେହିଭଳି ସିପିଆଇ-ଏମ୍ ଓଡିଶା ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି, ‘‘ପୋଲାଭରମ୍ ପ୍ରକଳ୍ପକୁ କେନ୍ଦ୍ର ସହାୟତା ଘୋଷଣା ଓଡିଶା ସ୍ବାର୍ଥ ବିରୋଧ ବିରୋଧୀ । ଆନ୍ଧ୍ରରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡିଶା ପ୍ରଭୁତ୍ବ କ୍ଷତି ସହିବ ।ଓଡିଶାର ସମସ୍ତ ସ୍ବାର୍ଥକୁ ଜଳାଞ୍ଜଳି ଦିଆଯାଉଛି । ଆନ୍ଧ୍ରରେ ଯଦି ପ୍ରକଳ୍ପ କାର୍ଯ୍ୟକ୍ଷମ ହୁଏ, ଓଡିଶାବାସୀଙ୍କ ଦୁଖଃରେ ପରିଣତ ହେବ ।’’

ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ:

ପୋଲାଭରମ୍ ପ୍ରକଳ୍ପକୁ ନେଇ ବିଧାନସଭାରେ ବିରୋଧୀ ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲେ । ପ୍ରକଳ୍ପକୁ ବିରୋଧ କରି କଂଗ୍ରେସ ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ । ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଏହାର ଉତ୍ତର ରଖି ଗଣମାଧ୍ୟମକୁ କହିଥିଲେ କେନ୍ଦ୍ରରେ ‘ଉପା’ ସରକାର ଚାଲିବା ସମୟରେ ଏହି ପ୍ରକଳ୍ପ କାମ ଆରମ୍ଭ କରାଯାଇଥିଲା ଏବେ କଂଗ୍ରେସ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କହିଥିଲେ ମାଲକାନଗିରି ବିଧାୟକ । ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,‘‘ବିଧାୟକଙ୍କର ଏଭଳି ଉତ୍ତରକୁ ମାଲକାନଗିରି ଜିଲ୍ଲା କଂଗ୍ରେସ ବିରୋଧ କରିଛି । ଏହା ସହ ଦୁର୍ଭାଗ୍ୟଜନକ ମନ୍ତବ୍ୟ । କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ଅଛି । ଦୁଇ ସରକାର ନିଶ୍ଚିତ ଭାବେ ଚିନ୍ତା କରିବାର ଆବଶ୍ୟକ ରହିଛି । ଏଥର ଚାଷୀ ଭୟରେ ଚାଷ କରିନାହାନ୍ତି । ପୋଲାଭରମ୍ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କୁ ଚିହ୍ନଟ ସହ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେଉ ।’’ ଇନ୍ଦିରା ସାଗର ଡ୍ୟାମ ନାମରେ ପରିଚିତ ଏହି ପ୍ରକଳ୍ପ ଗୋଦାବରୀ ନଦୀରେ ନିର୍ମାଣଧୀନ ହେଉଛି । ପ୍ରତିବର୍ଷ ମୌସୁମୀରେ ଜିଲ୍ଲା ପାଇଁ ବନ୍ୟା ନେଇ ଆସୁଛି । ଗତବର୍ଷ ମଧ୍ୟ ବନ୍ୟା ଦ୍ବାରା ଅନେକ ଗାଁ କ୍ଷତିଗ୍ରସ୍ତ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା । ହଜାର ହଜାର ହେକ୍ଟର ଜମିରେ ପାଣି ମାଡି ଫସଲ କ୍ଷୟକ୍ଷତି ହୋଇଥିଲା । ପ୍ରତିବର୍ଷ ଗୋଦାବରୀ ନଦୀର ପଛୁଆ ପାଣିରେ ସୀମାନ୍ତ ମୋଟୁ ଅଞ୍ଚଳ ବୁଡି ରହୁଛି । ସେହିପରି ସିଲେରୁ ଓ ସାବେରୀ ନଦୀରେ ଆସୁଥିବା ବନ୍ୟାଜଳ ନିଷ୍କାସନ ନହୋଇ ସେହିପରି ରହୁଛି ।

ପୋଲାଭରମ ପ୍ରକଳ୍ପର ଇତିହାସ ଓ ବିବାଦ:-

ପ୍ରକାଶ ଥାଉକି ଗତ ୧୯୭୮ ମସିହାରେ ଆନ୍ଧ୍ର ସରକାର ଅନ୍ତଃରାଜ୍ୟ ଚୁକ୍ତି ଅନୁସାରେ ପୋଲାଭରମ ପ୍ରକଳ୍ପ ପାଇଁ ପରିକଳ୍ପନା କରିଥିଲେ । ସେତେବେଳେ ଏହି ଡ୍ୟାମର ଉଚ୍ଚତା ୧୫୦ ଫୁଟ କରିବା ପାଇଁ ଡିଜାଇନ କରାଯାଇଥିଲା । ୧୯୯୭ରେ ପୁଣି ଏହି ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ କରାଯାଇ ୧୮୨ ଫୁଟ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାପରେ ହିଁ ପ୍ରକଳ୍ପକୁ ନେଇ ବିରୋଧ ଆରମ୍ଭ ହୋଇଥିଲା । ପ୍ରକଳ୍ପକୁ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପର ମାନ୍ୟତା ଦେବା ପରେ ନିର୍ମାଣ କାର୍ଯ୍ୟ ଜୋରସୋରେ ଚାଲିଥିଲା । ଏନେଇ ତତ୍କାଳୀନ ଓଡିଶା ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ ମଧ୍ୟ କରିଛନ୍ତି ।

କଣ କହିଥିଲା କେନ୍ଦ୍ର:-

କିନ୍ତୁ କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଥିଲେ ଯେ, ପୋଲାଭରମ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟ ପାଇଁ କୌଣସି କ୍ଷତିପୂରଣର ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରଙ୍କର ଯୁକ୍ତି ହେଲା ସିଲେରୁ ଓ ସାବେରୀ ନଦୀ କୂଳରେ ଆଡିବନ୍ଧ ନିର୍ମାଣ କରାଯିବ । ଯାହାଫଳରେ ଓଡିଶା କିମ୍ବା ଛତିଶଗଡକୁ କୌଣସି ବନ୍ୟାଜଳ ପ୍ରବେଶ କରିବ ନାହିଁ । ଏହି ପ୍ରକଳ୍ପ ହେଲେ ମୋଟୁ ତହସିଲ ଅଞ୍ଚଳର ମୋଟୁ, ପୁଶୁଗୁଡା, ତାଣ୍ଡବାଇ, ମାଲାଭରମ, ଟେଲରାଇ, ଲୋକନଗୁଡା, ମୁରଲୀଗୁଡା, କୋତାଗୁଡା, କମଳାପୁରମ, ବିନାୟକପୁର, ଆଲମା,ବାରିବାଞ୍ଛା, ଇଛାପୁରମ,ପରସନପାଲୀ,ମାକନପାଲୀ,ଗାରସାପାଲୀ,ରାମଭରମ, ସୁନାବେଡା,ପେଟା, ସିମିଳିବାଞ୍ଛା ପଞ୍ଚାୟତର ଗୋରଖପାଲୀ, ପୁଟମପାୀ, ଏମଭି-୬୦, ଏମଭି-୬୧,ଏମଭି-୬୯,ଏମଭି-୧୧୦,ଏମଭି-୧୧୬,ଏମଭି-୬୨,କାଲଦାପାଲୀ ମାଲାଭରମ,ପଡିଆ ସହ କାଲିମେଳା ବ୍ଲକର ମାଲାଭରମ ପଞ୍ଚାୟତର ଅନେକ ଗାଁ ବୁଡିଯିବ । ଓଡିଶା, ଛତିଶଗଡ ଓ ତେଲେଙ୍ଗାନାର ୨୫୦ରୁ ଊର୍ଦ୍ଧ୍ବ ଗ୍ରାମ ପାଣିରେ ବୁଡିଯିବାର ଆଶଙ୍କା ରହିଥିବା ବେଳେ ୭,୬୫୬ ହେକ୍ଟର ଜମି ପାଣିରେ ବୁଡିବା ସହ ୫,୫୩୮ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି ମଧ୍ୟ ପାଣିରେ ବୁଡିବ । ବର୍ଷା ଋତୁ ଆସୁଥିବାରୁ ଲୋକେ ଏବେ ଠାରୁ ପ୍ରମାଦ ଗଣିଲେଣି । ଗୋଦାବରୀର ପଛୁଆ ପାଣି ସମ୍ପୂର୍ଣ୍ଣ ମୋଟୁ ଏବଂ ଅନ୍ୟ ଗାଁଗୁଡିକୁ ବୁଡାଇ ରଖୁଛି । ପୋଲାଭରମ ଯୋଗୁଁ ମାଲକାନଗିରି ସମ୍ପୂର୍ଣ୍ଣ ଜଳମଗ୍ନ ହେବ ଏଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.