ETV Bharat / state

ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି; କମିଟି ଗଠନ କଲେ ନବୀନ, ଘେରିଲେ ବିଜେପି ଓ କଂଗ୍ରେସ, କହିଲେ 24ବର୍ଷ ଧରି ବିଜେଡି ଚୁପ ଥିଲା - polavaram politics

author img

By ETV Bharat Odisha Team

Published : Aug 6, 2024, 8:02 PM IST

Updated : Aug 6, 2024, 8:10 PM IST

Bjd politicizing polavaram project after 24 years of inactions: ଆସନ୍ତା 8 ତାରିଖରେ ବିଜେଡି ଟିମ ମାଲକାନଗିରି ମୋଟୁ ଅଞ୍ଚଳ ପରିଦର୍ଶନ କରିବେ । ସେପଟେ ପ୍ରକଳ୍ପକୁ ନେଇ ଥିବା ବିବାଦର ସମାଧାନ ଲାଗି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

polavaram politics
polavaram politics (ETV Bharat Odisha)

ଭୁବନେଶ୍ୱର: ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ ବିଜେଡିର ଏକ ପ୍ରତିନିଧି ଦଳ । ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଟିମ ଗଠନ କରିଛନ୍ତି । ଟିମରେ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ଅଞ୍ଚଳର ବିଜେଡି ନେତା ରହିଛନ୍ତି । ଅଞ୍ଚଳ ସ୍ଥିତି ବାବଦରେ ଅନୁଧ୍ୟାନ କରି ଟିମ ବିଜେଡ଼ି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡିଛି ।

ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି, ଘେରିଲେ ବିଜେପି ଓ କଂଗ୍ରେସ (ETV Bharat Odisha)

ଆନ୍ଧ୍ର ପ୍ରଦେଶ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ହେଉଛି ପୋଲାଭରମ ପ୍ରକଳ୍ପ । କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହା ଏକ ଜାତୀୟ ପ୍ରକଳ୍ପ ଭାବେ ପରିଚିତ । ଆସନ୍ତା କିଛି ବର୍ଷରେ ଏହି ପ୍ରକଳ୍ପ ଶେଷ କରିବା ଲାଗି ଆନ୍ଧ୍ରପ୍ରଦେଶ ସରକାର ଅଣ୍ଟା ଭିଡିଛନ୍ତି । ସେଥିପାଇଁ ସହଯୋଗ କରୁଛନ୍ତି କେନ୍ଦ୍ର ସରକାର । ପ୍ରକଳ୍ପ ଲାଗି ଚଳିତ ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ସୂଚନା ଦେଇଛନ୍ତି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷକରି ମାଲକାନଗିରି ଜିଲ୍ଲା ପାଇଁ ସମସ୍ୟା ସୃଷ୍ଟି କରିବ । ପ୍ରକଳ୍ପ ଆରମ୍ଭରୁ ଓଡିଶାରେ ଥିବା ବିଜେଡି ସରକାର ବିରୋଧ କରି ଆସୁଛନ୍ତି । ସେହିପରି ଆନ୍ଧ୍ର ସରକାରଙ୍କ ଏହି ପ୍ରକଳ୍ପକୁ ମଧ୍ୟ ଛତିଶଗଡ଼ ସରକାର ବିରୋଧ କରୁଛନ୍ତି ।

ପୋଲାଭରମ ଦ୍ବାରା ମୋଟୁ ତହସିଲ ଅଞ୍ଚଳ ହେବ ବହୁଳ ପ୍ରଭାବିତ :-
ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି, "କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ ପ୍ରହାର ମାଲକାନଗିରି ଉପରେ ପଡିଛି । ପୋଲାଭରମ ପ୍ରକଳ୍ପ ଦ୍ବାରା ମୋଟୁ ତହସିଲ ଅଞ୍ଚଳ ବହୁଳ ଭାବେ ପ୍ରଭାବିତ ହେବ । କେନ୍ଦ୍ର ବଜେଟରେ ଆର୍ଥିକ ଅନୁଦାନ ଘୋଷଣା ପରେ ମୋଟୁ ଅଞ୍ଚଳବାସି ବିଚଳିତ ହୋଇ ଅଛନ୍ତି । ସେ ଅଞ୍ଚଳରେ ବହୁଳ ମାତ୍ରାରେ ଆଦିବାସୀ, ହରିଜନ ବସବାସ କରନ୍ତି । ପୋଲାଭରମ ହେଲେ ଧନଜୀବନ, ଜମି ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବିଜେପି ସରକାର ଚୁପ ହୋଇ ବସିଛି ।"

ଜନସାଧାରଣଙ୍କ ସୁରକ୍ଷା ବଡ଼ କଥା:-
ବିଜେଡି ସବୁବେଳେ ଓଡିଶାର ସ୍ୱାର୍ଥ ରକ୍ଷା କରିଆସିଛି । ପୋଲାଭରମକୁ ନେଇ ବିଜେଡି ପକ୍ଷରୁ ଏକ ଟିମ ଗଠିତ ହୋଇଛି । ଟିମ ମୋଟୁ ଅଞ୍ଚଳ ପରିଦର୍ଶନ କରିବ । ଏ ନେଇ ଏକ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦିଆଯିବ । ପରବର୍ତ୍ତୀ ପଦକ୍ଷେପ ତା'ପରେ ନିଆଯିବ । କେଉଁ ସରକାର ଅମଳରେ ଏହି ପ୍ରକଳ୍ପ ହୋଇଥିଲା, ତାହା ଗୁରୁତ୍ୱ ନୁହେଁ । କିପରି ଭାବେ ଆମ ଜନସାଧାରଣଙ୍କୁ ସୁରକ୍ଷା ଦିଆଯିବ, ତାହା ବଡ଼ କଥା । ଏହା ଉପରେ ସମସ୍ତେ କାର୍ଯ୍ୟ କରିବା ଉଚିତ ।

ବିଜେଡି କାର୍ଯ୍ୟକ୍ରମ ଲୋକଦେଖାଣିଆ:-
ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, "ବିଧାନସଭାରେ ଏହି ପ୍ରସଙ୍ଗ ବିରୋଧୀ ଦଳ ସଦସ୍ୟ ଉଠାଇଛନ୍ତି । ବିଜେଡିକୁ ଲୋକେ ସ୍ପଷ୍ଟ ବହୁମତ ଦେଇଥିଲେ । 20 ସାଂସଦ ମଧ୍ୟ ଥିଲେ । ଏହା ଦ୍ୱାରା କେନ୍ଦ୍ର ସରକାର ଉପରେ ଚାପ ପକାଇବା ଲାଗି କ୍ଷମତା ମଧ୍ୟ ଦେଇଥିଲେ । ଶାସକ ଦଳରେ ଥିବା ସମୟରେ ବିଜେଡି ଯାହା କରିବା ତାହା ବିରୋଧୀ ଭାବେ କରିବାକୁ ଚାହୁଁଛନ୍ତି । ବିଜେଡି କୋର୍ଟରେ ବଲ ଥିଲା । ସେତେବେଳେ ତାକୁ ବ୍ୟବହାର କଲେ ନାହିଁ । କୋର୍ଟରୁ ବଲ ପଳେଇବା ପରେ ଏବେ ଲୋକଙ୍କୁ ଦେଖେଇବା ଲାଗି ଏହା ବ୍ୟବସ୍ଥା । ଲୋକେ ଜାଣିଛନ୍ତି ବିଜୁ ଜନତା ଦଳରେ ଦେଖା ଦେଇଥିବା ସମସ୍ୟାକୁ ପ୍ରଶମିତ କରିବା ଲାଗି ଭେଳିକି କରୁଛନ୍ତି । ଏହା ହାସ୍ୟାସ୍ପଦ କଥା ।"

ଏହା ବି ପଢନ୍ତୁ- ପୋଲାଭରମ ପ୍ରକଳ୍ପ ପାଇଁ ବୁଡିବ ମାଲକାନଗିରି ! ଥଇଥାନ ଦାବି କଲେ ବିରୋଧୀ - Polavaram Project controversy

ପ୍ରକଳ୍ପ ପାଇଁ ବିଜେପି-ବିଜେଡି ଦାୟୀ:-
କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସ କହିଛନ୍ତି, "ପୋଲାଭରମ ପ୍ରସଙ୍ଗ ଆମେ ବିଭିନ୍ନ ସମୟରେ ଉଠାଇଛୁ । ଏହି ପ୍ରକଳ୍ପ ଶେଷ ହେଲେ ମାଲକାନଗିରି ଜିଲ୍ଲା ବୁଡି ଯିବ । ଏହାକୁ ଆମେ ଅତୀତରେ ବିରୋଧ କରିଛୁ । ଆଗକୁ ମଧ୍ୟ କରିବୁ । କେନ୍ଦ୍ର, ଆନ୍ଧ୍ର ଓ ଓଡିଶାରେ ବିଜେପି ସରକାର । ଏ ନେଇ ଆଲୋଚନା କରି ଓଡିଶା ସରକାର ପଦକ୍ଷେପ ନେବା କଥା । କିନ୍ତୁ ସେମାନେ କରୁନାହାନ୍ତି । ବିଜେଡି ପରିଦର୍ଶନ କଲେ କିଛି ହେବ ନାହିଁ । ଦୀର୍ଘ ବର୍ଷ ବିଜେଡି ସରକାର ରହିଲା । ଏହି ପ୍ରକଳ୍ପ ଆରମ୍ଭ ହେଲା ବେଳେ ବିଜେଡି ଚୁପ ଥିଲା । ବିଜେଡି ସରକାର ଏଥିପାଇଁ ଦାୟୀ ।"

ପୋଲାଭରମ ମୋହନ ସରକାରଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ :-
ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ମୋହନ ସରକାର ଲାଗି ପୋଲାଭରମ ପ୍ରକଳ୍ପ ବଡ଼ ଚ୍ୟାଲେଞ୍ଜ । ପୋଲାଭରମକୁ ଓଡିଶା ପକ୍ଷରୁ ବରାବର ପ୍ରତିବାଦ ହୋଇଛି । ଏହି ଜାତୀୟ ପ୍ରକଳ୍ପକୁ ଶେଷ କରିବାକୁ ପୂର୍ଣ୍ଣ ଅର୍ଥ ଦେବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି । ପ୍ରକଳ୍ପ ଉଚ୍ଚତା ସାଢ଼େ 4 ଫୁଟ ବଢ଼େଇବାକୁ ଆନ୍ଧ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବ । ଓଡିଶାର କେତେ ଅଞ୍ଚଳ କ୍ଷତିଗ୍ରସ୍ତ ହେବ, କ୍ଷତିପୂରଣ କଣ ରହିବ ଏହା ନିର୍ଣ୍ଣୟ କରିବା ନିଶ୍ଚୟ ଚ୍ୟାଲେଞ୍ଜ । ଓଡିଶା ସରକାର ଏଥିପାଇଁ ନିରବ ବସିପାରିବେ ନାହିଁ । ଏହି ସମୟରେ ଓଡିଶା ସରକାର ନଜିର ଦାବି ଠିକ ଭାବେ ଉପସ୍ଥାପନ ନକରେ ତେବେ ଅସୁବିଧା ହେବ ।"

ଦାୟିତ୍ୱରୁ ଓହରି ପାରିବ ନାହିଁ କେନ୍ଦ୍ର :-
ଜାତୀୟ ପ୍ରକଳ୍ପ ହୋଇଥିବାରୁ କେନ୍ଦ୍ର ସରକାର ଦାଇତ୍ୱରୁ ଓହରି ଯାଇପାରିବେ ନାହିଁ । ଓଡିଶା ସ୍ଵାର୍ଥକୁ ସୁରକ୍ଷା ଦେବା ଭଳି କାର୍ଯ୍ୟ ଯଦି ନହୁଏ, ବିଜେପିକୁ ସବୁବେଳେ ସମାଲୋଚନାର ସାମ୍ନା କରିବାକୁ ପଡିବ । ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ଆଲୋଚନାରେ କେନ୍ଦ୍ର ସରକାର ମଧ୍ୟ ସାମିଲ ହେବା ଦରକାର । ବିଶେଷଜ୍ଞ କମିଟି ଗଠନ କରିବାକୁ ହେବ । କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିବାକୁ ପଡିବ । ଏବେ ନକଲେ, ପ୍ରକଳ୍ପ ପରେ ଓଡିଶା ବାସୀଙ୍କୁ ଦୁଃଖର ସମ୍ମୁଖୀନ ହେବାକୁ ପଡ଼ିବ ।

ଚଳିତ ମାସ ତ୍ରିପାକ୍ଷିକ ବୈଠକ :-
ନିକଟରେ ନୀତି ଆୟୋଗ ବୈଠକରେ ସାମିଲ ହେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଯାଇଥିଲେ । ସେଠାରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସହ ବୈଠକ କରିଥିଲେ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ଉପସ୍ଥିତରେ ମୋହନ - ଚନ୍ଦ୍ରବାବୁଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ପୋଲାଭରମ ପ୍ରକଳ୍ପକୁ ନେଇ ଓଡିଶାର ଥିବା ଦାବିକୁ ସମାଧାନ କରିବା ଲାଗି ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି କ୍ରମରେ ଚଳିତ ମାସରେ ଆନ୍ଧ୍ରପ୍ରଦେଶ-ଓଡିଶା ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ପ୍ରତିନିଧି ମଧ୍ୟ ବୈଠକରେ ସାମିଲ ହେବେ । ବୈଠକ ନେଇ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି । ତେବେ କେଉଁଠି ଓ କିଭଳି ଭାବେ ବୈଠକ ହେବ ସେ ନେଇ ଖସଡ଼ା ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 6, 2024, 8:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.