ETV Bharat / state

୨୮ତାରିଖ ପାଖାପାଖି ଓଡ଼ିଶା ଆସିବେ ମୋଦି, ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ: ବିଜେପି ସଭାପତି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

PM To Visit Odisha Again: ବିଜେପି ରାଜ୍ୟ ସଭାପତି ନୂଆଦିଲ୍ଲୀରୁ ଫେରିବା ପରେ କହିଛନ୍ତି ଆସନ୍ତା 28 ତାରିଖ ପାଖାପାଖି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପରେ ଯାଜପୁର ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ଅଧିକ ପଢନ୍ତୁ

PM Narendra Modi to visit Odisha again this month around Feb 28th says Odisha BJP chief

author img

By ETV Bharat Odisha Team

Published : Feb 20, 2024, 10:21 PM IST

ଭୁବନେଶ୍ବର: ଗାଁ ଗାଁରେ ଘରେ ଘରେ ପହଞ୍ଚିବ ମୋଦିଙ୍କ ଗ୍ୟାରେଣ୍ଟି। କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ ଦଳୀୟ କର୍ମୀ। ନରେନ୍ଦ୍ର ମୋଦିଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଦଳର ଜାତୀୟ ମହାଅଧିବେଶନରେ ସମସ୍ତ କାର୍ଯ୍ୟକର୍ତ୍ତା ସଂକଳ୍ପ ନେଇଛନ୍ତି। ଓଡିଶାରେ ମଧ୍ୟ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ବିଜେପି ସରକାର ଗଢ଼ିବ । ଏଥିପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଦୁଇ ଦିନିଆ ରାଷ୍ଟ୍ରୀୟ ମହାଅଧିବେଶନରେ ଯୋଗଦେଇ ଆଜି ଓଡ଼ିଶା ଫେରିବା ପରେ ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଅଧିକ ପଢନ୍ତୁ- ଓଡିଶାକୁ ନେଇ ବଢିଲା କି ବିଜେପିର ଆଶା, ମନମୋହନ ସାମଲଙ୍କୁ ଦିଲ୍ଲୀ ଡାକରା

ବିଜେପି ରାଜ୍ୟ ସଭାପତି ନୂଆଦିଲ୍ଲୀରୁ ଫେରିବା ପରେ କହିଛନ୍ତି, ‘‘ଆସନ୍ତା 28 ପାଖାପାଖି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପରେ ଯାଜପୁର ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ଖୁବଶୀଘ୍ର ଏଥିପାଇଁ କାର୍ଯ୍ୟକ୍ରମ ଚୂଡାନ୍ତ ହେବା ସହ ତାରିଖ ନିର୍ଧାରଣ କରାଯିବ।’’

ସେହିପରି ମନମୋହନ କହିଛନ୍ତି ବିକଶିତ ଭାରତ ଗଠନ ଓ ମୋଦିଙ୍କ ଗ୍ୟାରେଣ୍ଟି ଲୋକଙ୍କ ମନରେ ଆତ୍ମବିଶ୍ବାସ ବଢ଼ାଇଛି । ପୁଣି ଏଥର “ମୋଦି ସରକାର, ଓଡିଶାରେ ବିଜେପି ସରକାର” ଗଠନ ହେବ । ମୋଦି ଗ୍ୟାରେଣ୍ଟିର ସୁଲାଭରୁ ବଞ୍ଚିତ ଓଡିଶାବାସୀ । ବିଗତ ୧୦ବର୍ଷର ମୋଦି ଗ୍ୟାରେଣ୍ଟିର ସୁଲାଭ, ଓଡିଶାର ଶେଷ ପାହାଚରେ ଛିଡା ହୋଇଥିବା ବ୍ୟକ୍ତି ପାଖରେ ପହଞ୍ଚାଇବାର ଦାୟିତ୍ବ ହେଉଛି ବିଜେପି କାର୍ଯ୍ୟକର୍ତାଙ୍କର । ଓଡିଶାର ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଏକମାତ୍ର ବିକଳ୍ପ । ଓଡିଶାବାସୀଙ୍କ ସମର୍ଥନ ବଳରେ ବିଜେପି ସମସ୍ତ ବାଧା ଦୂର କରିବାରେ ସଫଳ ହେବ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ । ୨୦୪୭ ମସିହା ସୁଦ୍ଧା ପୂରା ଭାରତ ବର୍ଷକୁ ସମ୍ପୂର୍ଣ୍ଣ ବିକଶିତ କରି ବିଶ୍ବଗୁରୁ କରିବାର ଯେଉଁ ସଂକଳ୍ପ ନେଇଛନ୍ତି ତାହା ପୂରଣ ହେବ । ଭାରତବର୍ଷ ଅର୍ଥନୈତିକ ଶକ୍ତିରେ ବିଶ୍ବରେ ତୃତୀୟ ସ୍ଥାନକୁ ଉନ୍ନିତ ହେବା ପାଇଁ ମୋଦି ଚେଷ୍ଟା ଚଳାଇଛନ୍ତି ।

ଅନ୍ୟପଟେ ଆସନ୍ତା 22 ତାରିଖରେ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଜନାଥ ସିଂ ୨୨ ତାରିଖରେ ନବରଙ୍ଗପୁର, ଗଞ୍ଜାମ ଓ ମୟୁରଭଞ୍ଜ ଗସ୍ତ କରିବେ। ନବରଙ୍ଗପୁରରେ ବିଜେପି କୋର କମିଟି ବୈଠକରେ ଯୋଗ ଦେବେ । ଗଞ୍ଜାମରେ କର୍ମୀ ସମ୍ମିଳନୀରେ ଯୋଗ ଦେବେ। ଅପରାହ୍ନରେରେ ମୟୁରଭଞ୍ଜ ଗସ୍ତ କରିବେ ରାଜନାଥ ସିଂ। ମୟୁରଭଞ୍ଜରେ ମଧ୍ୟ ବିଜେପି କୋର କମିଟି ବୈଠକରେ ସାମିଲ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.