ଖୋର୍ଦ୍ଧା: ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଉପହାର । ୧୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ (CENTRAL RESEARCH INSTITUTE FOR YOGA & NATUROPATHY) । ଆଜି ଏହି ପ୍ରତିଷ୍ଠାନ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ରାଜ୍ୟରେ ଅନେକ ଜନକଲ୍ଯାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ନିର୍ମାଣ ହେବ କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ:
ଖୋର୍ଦ୍ଧା ଜିଲ୍ଲା ଜଟଣୀର ବିଞ୍ଝଗିରି ଠାରେ ହେବ ୧୦୦ ଶଯ୍ୟା ବିଶିଷ୍ଟ କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ । ୧୦୦ କୋଟି ଟଙ୍କାର ଏହି ପ୍ରକଳ୍ପର କାର୍ଯ୍ୟ ୨ ମାସ ଭିତରେ ଆରମ୍ଭ ହୋଇ ୨ ବର୍ଷ ମଧ୍ୟରେ ସରିବ । ୨୦ ଏକର ଯାଗା ଉପରେ ନିର୍ମାଣ ହେବାକୁ ଥିବା ଏହି ହସ୍ପିଟାଲକୁ ଆଜି (ମଙ୍ଗଳବାର) ଭିସି ଜରିଆରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ନିର୍ମିତ ହେବାକୁ ଥିବା ନେଚରୋପାଥିକ୍ ହସ୍ପିଟାଲ ସ୍ଥାନୀୟ ଅଞ୍ଚଳବାସୀଙ୍କୁ କେବଳ ସ୍ୱାସ୍ଥ୍ୟ ସେବା ଯୋଗାଇବ ତାହା ନୁହେଁ ବରଂ ଓଡ଼ିଶାର ଏକ ପ୍ରମୁଖ ହସ୍ପିଟାଲ ଭାବେ ପରିଗଣିତ ହେବ ବୋଲି ଆଜିର ଏହି ଶିଳାନ୍ୟାସ ଉତ୍ସବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସେହିଭଳି ଖୁବଶୀଘ୍ର ଜାମୁକୋଳିଠାରେ କେନ୍ଦ୍ରୀୟ ହୋମିଓପାଥି ଗବେଷଣା କେନ୍ଦ୍ର ସ୍ଥାପନ ହେବ ବୋଲି ଭୁବନେଶ୍ୱର ସାଂସଦ ସୂଚନା ଦେଇଛନ୍ତି ।
୩୩ ବର୍ଷ ପାଇଁ ୨୦ ଏକର ଯାଗା ଦେଇଛନ୍ତି ରାଜ୍ୟ ସରକାର:
ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି," ୨୦୧୬ରେ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା ଯେ, ଜଟଣୀ ବିଞ୍ଝାରପୁର ଠାରେ ୨୦ ଏକର ଜାଗାରେ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ଯୋଗ ଏବଂ ନେଚରପାଥି କରାଯିବ । ଚୁକ୍ତିମାନା ହେଲା, ୨୦ ଏକର ଯାଗା ଦେବା ପାଇଁ ରାଜ୍ୟ ସରକାର କହିଥିଲେ କିନ୍ତୁ କିଛି କାମ ହୋଇନଥିଲା । ଏବେ ଆମେ ସମସ୍ତେ ମିଶି ଏ କାମକୁ ଆଗକୁ ବଢାଇଲୁ । ଆଜି ପ୍ରଧାନମନ୍ତ୍ରୀ ୧୦୦ କୋଟି ଟଙ୍କାର ପ୍ରୋଜେକ୍ଟ ୧୦୦ ଶଯ୍ୟା ବିଶିଷ୍ଟ ନେଚରୋପାଥି ହସ୍ପିଟାଲ ପାଇଁ ଶିଳାନ୍ୟାସ କରିଛନ୍ତି । ରାଜ୍ୟ ସରକାର ୩୩ ବର୍ଷ ପାଇଁ ୨୦ ଏକର ଯାଗା ଦେଇଛନ୍ତି । ଏହି ହସ୍ପିଟାଲ ନିର୍ମାଣ ପାଇଁ କେନ୍ଦ୍ର ସରକାର ୧୦୦ ପର୍ତିଶତ ଟଙ୍କା ଖର୍ଚ୍ଚ କରିବେ । ରାଜ୍ୟ ସରକାରଙ୍କ ଉପରେ କୌଣସି ବୋଝ ରହିବ ନାହିଁ । ୨ ମାସ ମଧ୍ୟରେ ଏକାର କାର୍ଯ୍ୟ ଆରମ୍ଭ ହେବ । ଏହା ହେଲେ ସ୍ଥାନୀୟ ଯୁବକଯୁବତୀ ରୋଜଗାର ପାଇବେ । ଜଟଣୀର ଜାମୁକୋଳି ଠାରେ ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ ଅଫ ହୋମିଓପାଥୀ କରିବା ପାଇଁ ପ୍ରୟାସ ଜାରି ରହିଛି ।"
Big day TODAY for Bhubaneswar/Odisha.
— Aparajita Sarangi, MP, Lok Sabha- Bhubaneswar (@AprajitaSarangi) October 29, 2024
I had pursued the establishment of CENTRAL RESEARCH INSTITUTE FOR YOGA & NATUROPATHY for quite sometime.
100 bedded hospital with Research facilities for Rs 100 crore .
PM @narendramodi laid the foundation stone
Grateful 🙏
I am delighted. pic.twitter.com/mWIVFYf4fQ
କାର୍ଯ୍ୟକ୍ରମରେ ଏମାନେ ଥିଲେ ଉପସ୍ଥିତ:
ଏହି ନେଚରୋପାଥି ହସ୍ପିଟାଲରେ ଯୋଗ କେନ୍ଦ୍ର, ଇଣ୍ଡୋର ଓ ଆଉଟଡୋର ଚିକିତ୍ସା କେନ୍ଦ୍ର, କାଉନସେଲିଂ କେନ୍ଦ୍ର ଏବଂ ନେଚରପାଥିର ଚିକିତ୍ସା କେନ୍ଦ୍ର ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସମେତ ଆୟୁଷ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଯୋଜନାର ଶୁଭାରମ୍ଭ ଅବସରରେ ଗୋଠପାଟଣାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଲି। ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଅନେକ ଜନକଲ୍ଯାଣକାରୀ ଯୋଜନାର ଶୁଭାରମ୍ଭ… pic.twitter.com/SNVJyKEW6v
— Mohan Charan Majhi (@MohanMOdisha) October 29, 2024