ETV Bharat / state

ଛ’ ମାସର ରିପୋର୍ଟ କାର୍ଡ ଦେଖିବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତ କହିଲେ ନଗର ଉନ୍ନୟନ ମନ୍ତ୍ରୀ - ODISHA MINISTERS REPORT CARDS

ଆଜି କିଛି ସମୟ ପରେ ଓଡ଼ିଶାରେ ପହଞ୍ଚିବେ ମୋଦି । ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟରେ ବୈଠକ । ମନ୍ତ୍ରୀ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ଦେଖିବେ ପ୍ରଧାନମନ୍ତ୍ରୀ ।

ODISHA MINISTERS REPORT CARDS
ODISHA MINISTERS REPORT CARDS (ETV BHARAT ODISHA)
author img

By ETV Bharat Odisha Team

Published : Nov 29, 2024, 3:31 PM IST

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ 6 ମାସ ପୂରଣ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ କଣ କାମ କରିଛନ୍ତି ମନ୍ତ୍ରୀ ଓ ବିଧାୟକ ମାନେ । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବେ । ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବାକୁ ଥିବା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ 2 ଘଣ୍ଟାରୁ ଅଧିକ ସମୟ ବିତାଇବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦେଖିବେ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦେଖିବେ ପ୍ରଧାନମନ୍ତ୍ରୀ:

ODISHA MINISTERS REPORT CARDS (ETV BHARAT ODISHA)

ସେ କହିଛନ୍ତି, '' 6 ମାସ ମଧ୍ୟରେ ପ୍ରତିଟି ବିଭାଗରେ ମନ୍ତ୍ରୀ ମାନେ ଭଲ କାମ କରିଛନ୍ତି । ରିପୋର୍ଟ କାର୍ଡ ସେମାନେ କରୁଛନ୍ତି, ତାହା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବ । ଦୀର୍ଘ 2 ଘଣ୍ଟା ଧରି ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ରହିଛି । ସେ ଯାହା ପଚାରିବ ତାର ଉତ୍ତର ରଖିବେ ସମସ୍ତେ । ଆମ ବିଭାଗ ନେଇ ମଧ୍ୟ ଆଲୋଚନା ହେବ । ଯାହା ଯାହା ଆମେ କାମ କରିଛୁ ତାର ରିପୋର୍ଟ କାର୍ଡ ଦେବୁ । ବିଭିନ୍ନ ବିଭାଗର ବିକାଶରେ ବି ତାଙ୍କ ସହଯୋଗ ଲୋଡ଼ାଯିବ । ପ୍ରଧାନମନ୍ତ୍ରୀଙ୍କୁ ହସ୍ତକ୍ଷେପ ମଧ୍ୟ ଯୋଜନାକୁ ତ୍ଵରାନ୍ବିତ କରିବାରେ ସହାୟକ ହେବ । ବିଶେଷ କରି ଭୁବନେଶ୍ୱରରେ ନୂଆ ସହର ତିଆରି କରିବା ସହ ଡ୍ରେନେଜ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଓ ଏହା କିଭଳି ଏକ ମାଷ୍ଟରପ୍ଲାନ ଦ୍ୱାରା କାର୍ଯ୍ୟକାରୀ ହେବ, ସବୁ ସ୍ଥାନରେ ପୋଖରୀକୁ ପୁନଃରୁଦ୍ଧା ସହ କିଭଳି ଅମୃତ ସରୋବର ହେବ, ସହରର ନାଳ ନର୍ଦ୍ଦମା ସଫା ସହ ସେ ସ୍ଥାନରେ ସୌନ୍ଦର୍ଯ୍ୟକରଣ, ବସ୍ତିବାସିନ୍ଦାଙ୍କ ପାଇଁ ସୁବିଧାରେ ଘର କିଭଳି ହେବ ଓ ସହରରେ ଅଧିକରୁ ଅଧିକ ଗଛ କିଭଳି ଲାଗିବ ସେନେଇ ଯେଉଁ ମାଷ୍ଟରପ୍ଲାନ ହେଉଛି ତାହା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହେବ । ଆଉ ଲୋକଙ୍କ ହିତକୁ ନେଇ କାର୍ଯ୍ୟକାରିତା ଦିଗରେ ଉଭୟ ସରକାର ପଦକ୍ଷେପ ନେବେ ।''

ଏହା ମଧ୍ୟ ପଢନ୍ତୁ-ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ତିନିଦିନିଆ ଗସ୍ତରେ ଏକାଧିକ କାର୍ଯ୍ୟକ୍ରମ

ଏହା ମଧ୍ୟ ପଢନ୍ତୁ-ଭୁବନେଶ୍ବରରେ ଆଜି ସବୁ ସ୍କୁଲ ହାଫ ଡେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବଳୟ

ବିଜେପି କାର୍ଯ୍ୟାଳୟରେ ମନ୍ତ୍ରୀ, ବିଧାୟକ ଓ ପଦାଧିକାରୀଙ୍କ ସହ ମୋଦିଙ୍କ ଆଲୋଚନା:

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମନ୍ତ୍ରୀ, ବିଧାୟକ ଓ ପଦାଧିକାରୀଙ୍କ ସହ କରିବେ ଆଲୋଚନା । ରାଜ୍ୟରେ ବିଜେପି ସରକାରର ରିପୋର୍ଟ କାର୍ଡ ଦେଖିବେ । ସରକାରର 6 ମାସର ରିପୋର୍ଟ କାର୍ଡ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକ ସମସ୍ତେ ଦେବେ । ଏହି କ୍ରମରେ ରିପୋର୍ଟ କାର୍ଡ ମୋର ପ୍ରସ୍ତୁତ ଥିବା କହିଛନ୍ତି ଗୃହ ଓ ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.