ETV Bharat / state

ଝାରସୁଗୁଡା ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ, ହେରିଟେଜ ବିଲ୍ଡିଂକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ - ହେରିଟେଜ ବିଲ୍ଡିଂ

Jharsuguda Heritage Post Office Building: ଶୁକ୍ରବାର ଝାରସୁଗୁଡାର ପୁରୁଣା ଡାକଘରକୁ ହେରିଟେଜ ବିଲ୍ଡିଂ ଭାବରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ନୂଆ ରୂପରେ ପୁରୁଣା ଇତିହାସକୁ ଜାଣିବେ ଲୋକେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 2, 2024, 8:11 PM IST

ହେରିଟେଜ ବିଲ୍ଡିଂକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ଟାଉନଥାନା ସମ୍ମୁଖରେ ରହିଥିବା ପୁରୁଣା ଡାକଘର ଏବେ ନୂଆ ଜୀବନ ପାଇଛି । ବ୍ରିଟିଶ ଶାସନର ମୁକ ସାଖି ଏହି ପୁରୁଣା ଡାକଘରକୁ ହେରିଟେଜ ବିଲ୍ଡିଂ ମାନ୍ୟତା ପାଇବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଲୋକାର୍ପିତ ହେବ । ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ ହେରିଟେଜ ବିଲ୍ଡିଂ ଉଦଘାଟନକୁ ଅପେକ୍ଷା କରିଛନ୍ତି ସହରବାସୀ । ନୂଆ ରୂପରେ ପୁରୁଣା ଇତିହାସକୁ ଜାଣିବେ ଲୋକେ । ଜିଲ୍ଲା ଇତିହାସ ପୃଷ୍ଠାରେ ଯୋଡ଼ି ହେବ ଆଉ ଏକ ନୂଆ ଫର୍ଦ୍ଦ ।

ବ୍ରିଟିଶ ଶାସନ ସମୟର ଡାକଘର: ଦିନେ ବ୍ରିଟିଶ ସରକାର ଏହି ପୁରୁଣା ଡାକଘରକୁ ଟେଲିଗ୍ରାଫ କାର୍ଯ୍ଯାଳୟ ଭାବେ ବ୍ୟବହାର କରୁଥିଲେ । ଏଠାରୁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ କରୁଥିଲେ । କେବଳ ସେତିକି ନୁହେଁ ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଏହି ପୁରୁଣା ଡାକଘରରୁ ବିଭିନ୍ନ ପ୍ରକାର ସୂଚନା ଟେଲିଗ୍ରାଫ ଓ ଚିଠି ଯୋଗେ ଅନ୍ୟ ଅଧିକାରୀ ମାନଙ୍କ ପାଖକୁ ପଠାଇବା ଭଳି ଘଟଣା ମାନ ଘଟିଥିଲା । ଦେଶ ସ୍ବାଧୀନ ହେବା ପରେ ଏହାକୁ ପୁରୁଣା ଡାକଘର ଭାବେ ବ୍ୟବହାର କରାଯାଉଥିଲା । ସମୟର ସ୍ରୋତରେ ଧିରେ ବିକଶିତ ଭାରତର ଏହି ଐତିହାସିକ ଚିହ୍ନ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଥିଲା । ଏହା ପରେ ତିଆରି ହୋଇଥିବା ନୂଆ କୋଠାରେ ଡାକ ସେବା ଯୋଗାଇ ଦିଆଯାଉଛି । ଏହି କୋଠା ଲୋକଙ୍କ ମନରେ ଜୀବନ୍ତ ହୋଇ ଉଠିଛି ।

ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ: ଆସନ୍ତା ୩ ତାରିଖରେ ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ ଝାରସୁଗୁଡା ସହରାଞ୍ଚଳର ପୁରାତନ ଡାକଘର କୋଠାକୁ ଭର୍ଚ୍ଚୁଆଲ ମାଧ୍ୟମରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହା ମଧ୍ୟ ପଢନ୍ତୁ-All Women Post Office: ଏମିତି ଏକ ଡାକଘର, ଯେଉଁଠି ସବୁ କର୍ମଚାରୀ ମହିଳା

ଡାକଘର ପୁନରୁଦ୍ଧାର ପାଇଁ କଥା ଦେିଥିଲେ ରେଳମନ୍ତ୍ରୀ: ୧୮୮୨ ମସିହାରେ ଝାରସୁଗୁଡ଼ାରେ ନିର୍ମାଣ ହୋଇଥିଲା ମୁଖ୍ୟ ଡାକଘର। ପରେ ଏହା ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଥିବା ବେଳେ ଗତବର୍ଷ ରେଳ ମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ଏହି କୋଠାର ପୁନଃ ନିର୍ମାଣ ସହ ଏହାକୁ ଐତିହାସିକ କୀର୍ତିରାଜିର ମାନ୍ୟତା ଦେବା ପାଇଁ ଘୋଷଣା କରିଥିଲେ ମନ୍ତ୍ରୀ । ପୁନରୁଦ୍ଧାର କାର୍ଯ୍ୟ ଆସନ୍ତା ଫେବ୍ରୁଆରୀ ମାସ ସୁଦ୍ଧା ସଂପୂର୍ଣ ହେବ ବୋଲି ମଧ୍ୟ କହିଥିଲେ । ଏବେ ସମସ୍ତଙ୍କ ଅପେକ୍ଷା ଏହି ହେରିଟେଜ ବିଲିଡିଂ ଉଦଘାଟନକୁ ।

ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଲେ ବିଜେପି ନେତା: କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟାରେ ପୁରୁଣା ଡାକଘର ହେରିଟେଜ ବିଲଡିଂ ହୋଇପାରିଛି। ଏନେଇ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲା ବିଜେପି ଓ ଜିଲ୍ଲା ସାଧାରଣ ସମ୍ପାଦକ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.