ETV Bharat / state

ହାଇଜେନିକ ଫିସ୍ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି - Hygienic Fish Market

author img

By ETV Bharat Odisha Team

Published : Aug 30, 2024, 10:35 PM IST

HYGIENIC FISH MARKET: ବାଲେଶ୍ୱର ବସ୍ତାର ବାହାର୍ଦ୍ଦା ଠାରେ 78 କୋଟି ଟଙ୍କାର ହାଇଜେନିକ ହୋଲସେଲ୍ ଫିସ ମାର୍କେଟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

HYGIENIC FISH MARKET IN BALASORE
HYGIENIC FISH MARKET IN BALASORE (ETV Bharat Odisha)

ବାଲେଶ୍ୱର: ବସ୍ତାର ବାହାର୍ଦ୍ଦା ଠାରେ ପ୍ରସ୍ତାବିତ ହାଇଜେନିକ ହୋଲସେଲ୍ ଫିସ ମାର୍କେଟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭିସି ଜରିଆରେ ଶିଳାନ୍ୟାସ କରିଥିଲେ । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ବସ୍ତା ବିଧାୟକ ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

78 କୋଟି ଟଙ୍କାର ଫିସ ମାର୍କେଟର ଶିଳାନ୍ୟାସ:

ଏହି ଫିସ ମାର୍କେଟ 78 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବାବେଳେ ବଜାରରେ ମାଛ ହୋଲ ସେଲ ସହ ରିଟେଲରେ ମଧ୍ୟ ବିକ୍ରି କରାଯାଇ ପାରିବ । ବାଲେଶ୍ୱରର ମତ୍ସ୍ୟଜୀବୀମାନେ ସେମାନଙ୍କ ମାଛ ଅନ୍ୟ କେଉଁଠିକି ବିକ୍ରି କରିବାକୁ ଯିବାକୁ ପଡ଼ିବନି । ଏହା କେବଳ ମତ୍ସ୍ୟଜୀବୀମାନଙ୍କୁ ସୁବିଧା ଯୋଗାଇବ ତାହା ନୁହେଁ ବରଂ ସତେଜ ମାଛ ଲୋକମାନେ କିଣିବାର ସୁଯୋଗ ପାଇବେ ।

19 ହଜାର ମତ୍ସ୍ୟଚାଷୀ ସିଧାସଳଖ ଭାବେ ଉପକୃତ:
ବସ୍ତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଏହି ହାଇଜେନିକ ମାଛ ବଜାରର ଶିଳାନ୍ୟାସ ସମ୍ପର୍କରେ ନିଜର ପ୍ରତିକ୍ରିୟାରେ କହିଛନ୍ତି,"ଆଜି ପ୍ରିୟ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ପାଲଘାଟ ଠାରୁ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି । ଯେଉଁଟା କି ଆମେ କହିବା ହାଇଜେନିକ ହୋଲସେଲ ଫିସ ମାର୍କେଟ । ଅର୍ଥାତ ଅତି ଆଧୁନିକ ପ୍ରଥମ ଓଡ଼ିଶାର ମାଛ ମାର୍କେଟ ହୋଲସେଲ ମାର୍କେଟକୁ ଶିଳାନ୍ୟାସ କରିଛନ୍ତି ପ୍ରିୟ ପ୍ରଧାନମନ୍ତ୍ରୀ । ଯାହା ଫଳରେ କି ଏହି ଅଞ୍ଚଳର ମତ୍ସ୍ୟ ଚାଷୀଙ୍କର ବିକାଶ ସହିତ ଆର୍ଥିକ ବିକାଶ ମଧ୍ୟ ହେବ । ଏଥିରେ ପାଖାପାଖି 19 ହଜାର ମତ୍ସ୍ୟଚାଷୀ ସିଧାସଳଖ ଭାବେ ଉପକୃତ ଏବଂ 1 ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ମଧ୍ୟ ଏଥିରେ ଉପକୃତ ହେବେ ।"

ଏହା ମଧ୍ୟ ପଢନ୍ତୁ ....UCCIL Global Trade: ୨୦୪୭ ସୁଦ୍ଧା ଶିଳ୍ପ ବିକାଶରେ ଦେଶର ତୃତୀୟ ସ୍ଥାନରେ ପହଞ୍ଚିବ ଓଡିଶା: ମୁଖ୍ୟମନ୍ତ୍ରୀ - Resurgent Odisha 2024

'ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡିବନି':

ସେ ଆହୁରି ମଧ୍ୟ କହିଛନ୍ତି,"ଏଠି ସମସ୍ତ ପ୍ରକାରର ଅତ୍ୟାଧୁନିକ ପ୍ରଣାଳୀରେ ଏଇ ଯେଉଁ ଫିସ ମାର୍କେଟ ବର୍ତ୍ତମାନ କରାଯିବ ପାଖାପାଖି ଏହାର ଦୁଇ ହଜାର ପାଞ୍ଚ ଶହ ଟନ କାପାସିଟି ରହିବ ଏବଂ ଏଥିରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଦୁଇଟି ଶୀତଳ ଭଣ୍ଡାରଠୁ ଆରମ୍ଭ କରି ମଣ୍ଡି ଏବଂ ଟ୍ରାନ୍ସପୋର୍ଟର ବ୍ୟବସ୍ଥା ସବୁକୁ ଲକ୍ଷ୍ୟ କରି ଏହି ଅଞ୍ଚଳ ଯେପରି ଭାବରେ ଆଗରୁ ଆମର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଉପରେ ଦୀଘା ଉପରେ ନିର୍ଭର କରୁଥିଲା ବର୍ତ୍ତମାନ ତାହା ଆଉ କରିବାକୁ ପଡିବନି ।ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ଯେଉଁ ବିକଶିତ ଭାରତର ବିକଶିତ ଓଡ଼ିଶାର ଏ ପ୍ରଥମ ଅଧ୍ୟାୟ ମତ୍ସ୍ୟ ଚାଷ କ୍ଷେତ୍ରରେ ଉତ୍ପାଦନ କ୍ଷେତ୍ରରେ ଓଡିଶା ପାଇଁ ପ୍ରଥମ ଯେଉଁଟାକି ଯୋଡ଼ି ହୋଇଯାଇଛି ଆମର ଇତିହାସରେ ।"

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.