ETV Bharat / state

ଏକବିଂଶ ଶତାବ୍ଦୀର ଆଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Feb 27, 2024, 11:14 AM IST

Amrit Bharat Station Scheme: ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର ୫୫୪ଟି ରେଳ ଷ୍ଟେସନର ଶିଳାନ୍ୟାସ ଓ ଉଦଘାଟନ । ଓଡ଼ିଶାରେ ୨୧ଟି ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ ହୋଇଛି ଏବଂ ଏଥିପାଇଁ ମୋଦୀ ସରକାର ଓଡ଼ିଶା ପାଇଁ ୯୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଅଧିକ ପଢନ୍ତୁ

Amrit Bharat Stations Scheme
Amrit Bharat Stations Scheme
Amrit Bharat Stations Scheme

ଅନୁଗୋଳ: ଅମୃତ ଭାରତ ଷ୍ଟେସନଗୁଡ଼ିକ ଆତ୍ମନିର୍ଭର ଭାରତର ନୂଆ ପରିଚୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଗତକାଲି(ସୋମବାର) ଓଡ଼ିଶା ସମେତ ଦେଶର ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏକବିଂଶ ଶତାବ୍ଦୀର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୋମବାର ଅନୁଗୋଳ ଜିଲ୍ଲା ତାଳଚେର ଷ୍ଟେସନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅମୃତ ଭାରତ ଷ୍ଟେସନ ଓ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ, ରେଳ ଲାଇନ ଆମ ଦେଶର ସମୃଦ୍ଧିର ପ୍ରତୀକ । ଏହାକୁ ଗତି ଦେବା ପାଇଁ ମୋଦୀ ସରକାରଙ୍କ ତରଫରୁ ଓଡ଼ିଶାକୁ ଆଜି ରେଳବାଇ କ୍ଷେତ୍ରରେ ୨୩୦୦ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଉପହାର ମିଳିଛି । ଦେଶରେ ପ୍ରାୟ ୫୫୪ଟି ରେଳଷ୍ଟେସନର ପୁନଃବିକାଶ ହୋଇଥିବା ବେଳେ ଓଡ଼ିଶାରେ ୨୧ଟି ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ ହୋଇଛି ଏବଂ ଏଥିପାଇଁ ମୋଦୀ ସରକାର ଓଡ଼ିଶା ପାଇଁ ୯୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ସେହିପରି ଓଡ଼ିଶାରେ ୫୨ଟି ରୋଡ୍ ଓଭର ବ୍ରିଜ୍ ଏବଂ ରୋଡ୍ ଅଣ୍ଡର ବ୍ରିଜର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ହୋଇଛି । ଏହି ୫୨ଟି ପ୍ରକଳ୍ପ ପାଇଁ ମୋଟ ୧୪୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଅମୃତ ଭାରତ ରେଳ ଷ୍ଟେସନ ଅଧୀନରେ ୧୨.୮ କୋଟି ଟଙ୍କା ବ୍ୟୟରେ ତାଳଚେର ଷ୍ଟେସନକୁ ବିକଶିତ କରାଯାଉଛି । ୨୩.୭୬ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ସିଟି ଷ୍ଟେସନ, ୧୮.୭୭ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡା ରୋଡ୍, ୧୮୫ କୋଟି ଟଙ୍କା ବ୍ୟୟରେ ଭଦ୍ରକ, ୧୯୭.୪ କୋଟି ବ୍ୟୟରେ ବାଲେଶ୍ୱର ରେଳ ଷ୍ଟେସନ, ୧୭.୫୦ କୋଟି ଟଙ୍କା ବ୍ୟୟରେ ବ୍ରଜରାଜନଗର ଷ୍ଟେସନ ସହ ୨୧ଟି ଷ୍ଟେସନର ନବୀକରଣ ହେବ । ଏହି ପଦକ୍ଷେପ ଯାତ୍ରୀ ସୁବିଧାକୁ ଆହୁରି ସୁଗମ କରିବ । ଏହାବ୍ୟତିତ ରେଳବାଇ ପକ୍ଷରୁ ୨୫ କୋଟି ୪୧ ଲକ୍ଷ ବ୍ୟୟରେ ଅନୁଗୋଳ ଷ୍ଟେସନର ଉନ୍ନତିକରଣ ମଧ୍ୟ ହେଉଛି । ୨୬ କୋଟି ୧୧ ଲକ୍ଷ ବ୍ୟୟରେ ଢେଙ୍କାନାଳ ଷ୍ଟେସନ ଓ ୨୨ କୋଟି ବ୍ୟୟରେ ମେରାମୁଣ୍ଡଳୀ ଷ୍ଟେସନକୁ ବିକଶିତ କରାଯାଉଛି । ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ରେଳ ଭିତ୍ତିଭୂମିକୁ ମଜଭୂତ୍ କରିବା ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଉଛନ୍ତି । ଖୁବ ଶୀଘ୍ର ତାଳଚେର ବିମଳାଗଡ ରେଳ ଲାଇନ ସମ୍ପୂର୍ଣ୍ଣ ହେବ ।

ଏହା ମଧ୍ୟ ପଢନ୍ତୁ- ନୂଆ ରୂପ ପାଇବ ସମ୍ବଲପୁର ଡ଼ିଭିଜନର ୪ଟି ରେଳ ଷ୍ଟେସନ, ଭିତ୍ତିପ୍ରସ୍ତର ସ୍ଥାପନା କଲେ ପ୍ରଧାନମନ୍ତ୍ରୀ

ମୋଦି ସରକାର ପୂର୍ବରୁ ରେଳବାଇ କ୍ଷେତ୍ରରେ ଦେଶରେ ବାର୍ଷିକ ହାରାହାରି ୩ ଲକ୍ଷ କୋଟି ଟଙ୍କାର କାମ ହେଉଥିଲା ମାତ୍ର ଏବେ ମୋଦି ସରକାରରେ ବାର୍ଷିକ ହାରାହାରି ୧୧ ଲକ୍ଷ କୋଟି ଟଙ୍କାର କାମ ହେଉଛି । ରେଳ ପ୍ରକଳ୍ପ ଗୁଡିକ କ୍ରିୟାନ୍ୱୟନ ହେବା ମୂଳ ବିଷୟ । ମୋଦୀ ସରକାରରେ ରେଳ ଭିତ୍ତିଭୂମି ତ୍ୱରାନ୍ୱିତ ହୋଇଛି । ଅର୍ଥର ଅଭାବ ନାହିଁ । କେବଳ ସହଯୋଗର ଆବଶ୍ୟକତା ଅଛି । ଭିତ୍ତିଭୂମି ଦୃଷ୍ଟିରୁ ତାଳଚେର, ଅନୁଗୋଳ ସମେତ ଓଡ଼ିଶାକୁ ଅଗ୍ରଣୀ ଅଞ୍ଚଳ କରିବା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହୋଇଥିବା ବେଳେ ଏହି ସମୟରେ ଆମର ଦାୟିତ୍ୱ ହେଉଛି, ତାଳଚେର ଓ ଅନୁଗୋଳକୁ ସବୁ ଦୃଷ୍ଟିରୁ ବଡ଼ କରିବା । ଅଭିମାନ ଓ ସ୍ୱାଭିମାନ ପାଇଁ ଆମ ପୂର୍ବପୁରୁଷମାନେ ଯେଉଁ ଲଢେଇ କରିଥିଲେ, ସେହି ପରମ୍ପରାକୁ ବଜାୟ ରଖିବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଇଟିିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.