ETV Bharat / state

ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ, 'ମାଗଣା ବିଜୁଳି ମୋଦିର ଗ୍ୟାରେଣ୍ଟି'

author img

By ETV Bharat Odisha Team

Published : Mar 5, 2024, 4:48 PM IST

Updated : Mar 5, 2024, 6:37 PM IST

PM Modi Addresses In Chandikhol: ଚଣ୍ଡିଖୋଲରେ ଜୟ ଜଗନ୍ନାଥ କହି ସମ୍ବୋଧନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । କଂଗ୍ରେସକୁ ଧୋଇବା ସହିତ କହିଲେ ମାଗଣା ବିଜୁଳି ମୋଦିର ଗ୍ୟାରେଣ୍ଟି । ଅଧିକ ପଢନ୍ତୁ

PM Modi Addresses In Chandikhol
PM Modi Addresses In Chandikhol
PM Modi Addresses In Chandikhol

ଯାଜପୁର: ଚଣ୍ଡିଖୋଲରେ ପହଞ୍ଚି ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦବୋଧନ ସମୟରେ ଓଡିଆରେ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । କହିଲେ, 'ଏଠାରେ ଉପସ୍ଥିତ ସମସ୍ତ ଭାଇ, ଭଉଣୀଙ୍କୁ ମୋର ନମସ୍କାର ।' ଓଡିଶାବାସୀଙ୍କୁ ସମ୍ବୋଧନ କରି କହିଲେ, "ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ । ଆଜି ବିଜୁ ବାବୁଙ୍କ ଜୟନ୍ତୀ । ପୁରା ଦେଶ ତାଙ୍କୁ ଝୁରୁଛି । ମୁଁ ବିଜୁ ପଟ୍ଟନାୟକଙ୍କୁ ଓଡିଶାରେ ରହି ନମନ କରିବାର ସୁଯୋଗ ପାଇଛି । ମୋର ନଜର ଯେତେ ପର୍ଯ୍ୟନ୍ତ ଦେଖାଯାଉଛି, ମୋତେ ଉତ୍ସାହ ହିଁ ଦେଖାଯାଉଛି । ଓଡିଶାର ସଂକଳ୍ପ କଣ ଆଜି ତାହା ସ୍ପଷ୍ଟ ଦେଖାଯାଉଛି । 'ଅବ କି ବାର 400 ପାର' ସଂକଳ୍ପ । ଭାରତକୁ ବିଶ୍ବର ତୃତୀୟ ଆର୍ଥବ୍ୟବସ୍ଥା ବନେଇବା ଭାରତର ଲକ୍ଷ୍ୟ । 400 ପାରର ସଂକଳ୍ପ ନାରୀଶକ୍ତି, ନୌଯାନ, ନାରୀଶକ୍ତି, ଗରୀବଙ୍କର ଜୀବନ ପରିବର୍ତ୍ତନ ଅଟେ । ଏଥିରେ ଓଡିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ । ଓଡିଶାର କୋଣ କୋଣରେ କଳା ରହିଛି । ଗତ 10 ବର୍ଷ ମଧ୍ୟରେ ଭାଜପା ସରକାର ଓଡିଶାରେ ଅଦ୍ଭୁତ ନିବେଶ କରିଛି । ଓଡିଶା ବିକଶିତ ଭାରତର ଗେଟଓ୍ବେ ହେଉ । ଆତ୍ମମନିର୍ଭର ଭାରତକୁ ଉର୍ଜା ଦେଉଛି ଭାରତ ।"

ଏହା ମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କ 19600 କୋଟିର ଭେଟି, ଓଡିଶା ଏବଂ ଭାରତର ବିକାଶ ପାଇଁ ବିଜୁ ବାବୁଙ୍କ ଅବଦାନ ଅତୂଳନୀୟ

କଂଗ୍ରେସକୁ ଟାର୍ଗେଟ: ମୋଦି କହିଛନ୍ତି, "ଆମ ସରକାର ଆସିବା ପୂର୍ବରୁ କଂଗ୍ରେସ କେବଳ ନିଜ ଦଳ ଏବଂ ପରିବାରକୁ ସମୃଦ୍ଧ କରୁଥିଲା । କେବଳ ନିଜ ସିନ୍ଦୁକ ଭରୁଥିଲା । ଜଣେ ଗରୀବ ଯେତେବେଳେ ସହାୟତା ମଗୁଥିଲେ ସେତେବେଳେ ତାଙ୍କୁ ଗ୍ୟାରେଣ୍ଟି ମଗାଯାଉଥିଲା । କିନ୍ତୁ 2014 ପରେ ଜଣେ ଗରିବ ହିଁ ଦେଶର ଶାସନ ଦାୟିତ୍ବ ନେଲା । ଯେଉଁମାନେ ଗ୍ୟାରେଣ୍ଟି ମାଗିଲେ ତାର ଗ୍ୟାରେଣ୍ଟି ଦେଲେ ମୋଦି । ଯେଉଁ ସରକାର ୟୁରିଆ ଦୁର୍ନୀତି କରିବେ ସେମାନେ ଚାଷୀଙ୍କୁ କିଭଳି ସାହାଯ୍ୟ କରିବେ । ଆମେ ମୁଦ୍ରା ଯୋଜନା ଆରମ୍ଭ କରିଲୁ । ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କଲୁ । ପିଏମ ସ୍ବନିଧି ଯୋଜନା ମଧ୍ୟ ଆରମ୍ଭ କଲୁ । ବର୍ତ୍ତମାନ ମୋଦି ଗରିବଙ୍କ ସହିତ ରହିଛି । ଯେଉଁଠାରେ ସବୁ ସମ୍ଭାବନା ଶେଷ ହୁଏ, ସେଠାରୁ ମୋଦିର ଆରମ୍ଭ ହୁଏ । ଏହା ହିଁ ମୋଦିଙ୍କ ଗ୍ୟାରେଣ୍ଟି ।"

ମାଗଣା ବିଜୁଳି ମୋଦିଙ୍କ ଗ୍ୟାରେଣ୍ଟି: ଓଡିଶା ସୂର୍ଯ୍ୟଦେବଙ୍କର ଭୂମି ତେଣୁ ମାଗଣା ବିଜୁଳି ଦେବା ମୋଦିଙ୍କର ଗ୍ୟାରେଣ୍ଟି । ପିଏମ୍‌ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି । 3 ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା । ଅନ୍ୟପଟେ ଯେଉଁମାନେ ବିଜୁଳି ଉପଯୋଗ କରିନପାରିବେ ସେମାନେ ସରକାରଙ୍କୁ ବିକି ଲାଭବାନ ହୋଇପାରିବେ ।"

ଜଗନ୍ନାଥଙ୍କ ବିନା ଏତେ ଭଲ ପାଇବା ମିଳିବା ଅସମ୍ଭବ: ଚଣ୍ଡିଖୋଲରେ ବିପୁଳ ଜନସମାଗନ ଦେଖି ଖୁସି ହେଲେ ପ୍ରଧାନମନ୍ତ୍ରୀ । କହଲେ ଏତେ ଭଲ ପାଇବା ଜଗନ୍ନାଥଙ୍କ କୃପା ବିନା ଏତେ ଭଲପାଇବା ମିଳିବନି । ଏହା ଦେଖି ମୁଁ ଅଦ୍ଭିଭୁତ ବୋଲି କହିଲେ ମୋଦି ।

ମୋଦିଙ୍କ ପରିବାର ନାହିଁ ପ୍ରସଙ୍ଗ ନେଇ 'ମେରା ଭାରତ ମେରା ପରିବାର': ମୋଦିଙ୍କର ପରିବାର ନାହିଁ ବୋଲି ସମସ୍ତେ କହୁଛନ୍ତି । କିଛି ଲୋକଙ୍କୁ ଆମ ନୀତି ନିଷ୍ଠାପର ପସନ୍ଦ ଆସୁନାହିଁ । ଇଣ୍ଡିଆ ମେଣ୍ଚ ମୋଦିଙ୍କୁ ସମାଲୋଚନା କରୁଛି । କିନ୍ତୁ ମୁଁ କହୁଛି ମେରା ଭାରତ ମେରା ପରିବାର । କାଲିଠାରୁ ଅନେକ ମୁଁ ମୋଦି ପରିବାରର ବୋଲି କହୁଛନ୍ତି । ମୋଦି ଗରିବଙ୍କ ପାଇଁ ପକ୍କା ଘର ତିଆରି କରୁଛନ୍ତି । ମୋଦି ସେମାନଙ୍କୁ ଧନୀ କରି ଗରିବୀରୁ ମୁକ୍ତି ଦେଉଛନ୍ତି । ଓଡିଶାରେ ଅଧିକରୁ ଅଧିକ ପଦ୍ମଫୁଲ ଫୁଟାଇବେ ବୋଲି ମୋର ଆଶା କହିଲେ ପ୍ରଧାନମନ୍ତ୍ରୀ ।

Last Updated : Mar 5, 2024, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.