ETV Bharat / state

Bird Flu Scare; କୁକୁଡା ମାରିବା ବେଳେ ରାପିଡ୍ ରେସପନ୍ସ ଟିମର ଦୁଇ ସଦସ୍ୟ ଅସୁସ୍ଥ, ଟେଷ୍ଟ ପାଇଁ ପଠାଗଲା ରକ୍ତ ନମୁନା - Rapid Response Team Fall Sick

author img

By ETV Bharat Odisha Team

Published : Aug 27, 2024, 11:07 PM IST

Rapid Response Team Fall Sick : କୁକୁଡ଼ା ମାରିବା ପାଇଁ ଯାଇଥିବା ରାପିଡ୍ ରେସପନ୍ସ ଟିମର ଦୁଇ ସଦସ୍ୟ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ରକ୍ତ ନମୁନା ଟେଷ୍ଟ ପାଇଁ ପଠାଯାଇଛି । ଅଧିକ ପଢ଼ନ୍ତୁ

Rapid Response Team Fall Sick
Rapid Response Team Fall Sick (ETV Bharat Odisha)

ନିମାପଡ଼ା: ଆରଆରଟି (ରପିଡ୍‌ ରେସପନ୍ସ ଟିମ)ର ଦୁଇ ସଦସ୍ୟ ଅସୁସ୍ଥ । ପିପିଲି ଆବଲପୁରକୁ ଆସିଥିବା ଟିମର ୫୪ ଜଣଙ୍କ ମଧ୍ୟରୁ ୨ ସଦସ୍ୟ ଅସୁସ୍ଥ । ଦୁଇ ଜଣଙ୍କୁ ଜ୍ଵର ହୋଇଥିବା ଜଣାପଡ଼ିଛି । ଜଣକ ସ୍ଵାସ୍ଥ୍ୟ ଅଵସ୍ଥାରେ ସୁଧାର ଆସିଛି । ଗତକାଲି ଅସୁସ୍ଥ ଜଣେ କର୍ମଚାରୀଙ୍କର ସ୍ଵାବ ପରୀକ୍ଷା ପାଇଁ ଯାଇଛି । ରିପୋର୍ଟ ଆସବା ପରେ ପଜେଟିଭ୍‌ କିମ୍ବା ନେଗେଟିଭ୍‌ ଜଣାପଡ଼ିବ ।

ଆରଆରଟି ଟିମ ସଦସ୍ୟ ଅସୁସ୍ଥ :

ତେବେ ପିପିଲି ଅଞ୍ଚଳରେ ବର୍ଡଫ୍ଲୁ ବ୍ୟାପୁଥିବା ବେଳେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ପ୍ରାୟ ୪ ଦିନ ଧରି କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ଅଛନ୍ତି ୫୪ ଜଣିଆ ଆରଆରଟି ଟିମ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଛନ୍ତି ଏହି ଆରଆରଟି ଟିମର ସଦସ୍ୟ । ସଂକ୍ରମିତ କୁକୁଡ଼ା ଫାର୍ମରେ କୁକୁଡ଼ା ମାରିବା ପାଇଁ ଯିବା ପୂର୍ବରୁ ମାରିବା ପାଇଁ ଯାଇଥିବା ୫୪ ଜଣ କର୍ମଚାରୀଙ୍କ ରକ୍ତ ନମୁନା ନିଆଯାଇଥିଲା । ଏଥିରୁ ଦୁଇ ଜଣ ଜ୍ଵର ରୋଗରେ ପୀଡିତ ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବେଳେ ଜଣକ ସ୍ଵାସ୍ଥ୍ୟ ଅଵସ୍ଥାରେ ସୁଧାର ଆସିଛି । ସେହିପରି ଟିମର ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୋପାଳର {NIHSAD)କୁ ପଠାଇଛନ୍ତି ମଙ୍ଗଳପୁର ମେଡିକାଲ କର୍ତ୍ତୃପକ୍ଷ ।

ତିଆରି ହୋଇଛି ଆଇସୋଲେସନ ରୁମ:

ସେପଟେ ପିପିଲିରେ ବାର୍ଡ଼ ଫ୍ଲୁ ପାଇଁ ସଜାଗ ହେଲା ପ୍ରଶାସନ । ଚାରି ଜଣିଆ ଅଫିସରଙ୍କୁ ନେଇ ପିପିଲି ବ୍ଲକରେ ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଛି । ଏଥିରେ ମଙ୍ଗଳପୁର ମେଡିକାଲ ଅଫିସର, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ମେଲ ସୁପରଭାଇଜର ପବ୍ଲିକ ହେଲଥ ଏଜୁକେସନ ଅଫିସରଙ୍କୁପ ନିୟୋଜିତ କରାଯାଇଛି । ସେପଟେ ମଙ୍ଗଳପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଇସୁଲେସନ ରୁମ କରାଯାଇଛି । ଏଥିରେ ୩ ଜଣ ଡାକ୍ତର, ଦୁଇ ଜଣ ଫାର୍ମାସିଷ୍ଟ ଅଫିସର ଓ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ଅଛନ୍ତି । ଆଖପାଖ ଅଞ୍ଚଳରେ ଥିବା ୧୦ଟି ଗାଁରେ ୧୦ ଜଣ ଆଶାକର୍ମୀ ପ୍ରତ୍ୟେକ ଦିନ ପ୍ରତି ଗାଁରେ ଘରେ ଘରେ ବୁଲି ଅନୁଧ୍ୟାନ କରୁଛନ୍ତି ।

ରକ୍ତର ନମୁନା ଟେଷ୍ଟିଂ ପାଇଁ ପଠାଯାଇଇଛି:

ଏନେଇ ମଙ୍ଗଳପୁର ମେଡିକାଲ ଅଧିକାରୀ ଡ଼ାକ୍ତର ବିନୟ କୁମାର ପଣ୍ଡା କହିଛନ୍ତି, "ମଙ୍ଗଳପୁର ଡାକ୍ତରକାନାରେ ଆଇସୋଲେସନ ରୁମ କରିଛୁ । ଡାକ୍ତରମାନଙ୍କୁ ଟ୍ରେନିଂ ଦିଆଯାଇଛି । ଆରଆରଟି ଯେଉଁଠି ଅଛନ୍ତି ସେଠାରେ ଏକ ସ୍ବତନ୍ତ୍ର ରୁମ ଅଛି । ଯେଉଁମାନେ ଜ୍ବରରେ ପିଡୀତ ଅଛନ୍ତି ସେମାନେ ସେଠାରେ ଅଛନ୍ତି । ରକ୍ତର ନମୁନା ପରୀକ୍ଷା ପାଇଁ ପଠାଯାଇଇଛି । ଯଦି ପଜେଟିଭ୍‌ ରିପୋର୍ଟ ଆସିଲା, ତେବେ ତାଙ୍କୁ ଆଇସୋଲେସନରେ ରଖାଯିବ ।"

ଆତଙ୍କିତ ନହେବାକୁ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ:

ଆଜି ଚତୁର୍ଥ ଦିନରେ ପିପିଲି ଏବଂ ସତ୍ୟବାଦୀ ଅଞ୍ଚଳରେ ପ୍ରାୟ ୧୧ ହଜାରରୁ ଅଧିକ କୁକୁଡ଼ା ମାରାଯାଇ ପୋତାଯାଇଛି । ଏହା ସହିତ ୨୦ କୁଇଣ୍ଟାଲ କୁକୁଡ଼ା ଖାଦ୍ୟ ନଷ୍ଟ କରାଯାଇଛି । ଅନ୍ୟପଟେ ଫାର୍ମ ଗୁଡିକକୁ ବିଶୋଧନ କରାଯାଉଛି । କିପରି ଅଧିକରୁ ଅଧିକ ସଂକ୍ରମଣ ନହେବ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଭେଟନାରି ବିଭାଗ ପକ୍ଷରୁ ସତର୍କ କରାଯାଇଛି । ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ...Bird flu: 38 ରାପିଡ୍‌ ରେସପନ୍ସ ଟିମ୍‌ ଗଠିତ, ମରାଗଲାଣି 11000ରୁ ଅଧିକ କୁକୁଡା, ମଲା କୁକୁଡା ନ କିଣବାକୁ ନିର୍ଦ୍ଦେଶ, ଗୃହରେ ବିଧାୟକଙ୍କ ଉଦବେଗ - MASS CULLING OF CHICKENS

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.